ରାଉରକେଲା ମହାନଗର ନିଗମର ସମନ୍ବୟ ବୈଠକ

 

  • ସୁନ୍ଦରଗଡ (YSN)୦୧/୦୮ : ଆଜି ରାଉରକେଲା ମହାନଗର ନିଗମର କାଉନସିଲ୍ ହଲରେ ମହାନଗର ନିଗମ ପକ୍ଷରୁ ଷ୍ର୍ଟିଟ୍ ଭେଣ୍ତର ଆସୋସିଏସନଙ୍କ ସହିତ ଏକ ସମନ୍ବୟ ବୈଠକ ଅନୁଷ୍ଠିତ ହୋଇଯାଇଛି |ବୈଠକରେ ଷ୍ର୍ଟିଟ୍ ଭେଣ୍ତର ଆତ୍ମ ନିର୍ଭର ନିଧିର କିପରି ସଫଳ ରୂପାୟନ ହୋଇପାରିବ ତାହା ଉପରେ ଆଲୋଚନା ହୋଇଥିଲା।

ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଚଳିତ ଜୁନ ୦୧ ରେ ପ୍ରଣୟନ କରାଯାଇଥିଲ। ଏହାର ଉଦେଶ୍ୟ ଥିଲା ସହରର ଗଳିକନ୍ଦିରେ ରହୁଥିବା ଛୋଟଛୋଟ ବ୍ଯବସାୟୀ ମାନଙ୍କ ଜୀବିକା ପୁଣିଥରେ ଆରମ୍ଭ କରିପାରିବେ,ଯେଉଁମାନେ ବିଶେଷକରି କରୋନା ମହାମାରୀର ସଟଡାଉନ ଓ ଲକଡାଉନ ସମୟରେ ପ୍ରଭାବିତ ହୋଇଛନ୍ତି ।ସେଥିପାଇଁ ୫୦ ଲକ୍ଷରୁ ଅଧିକ ଷ୍ର୍ଟିଟ୍ ଭେଣ୍ତରଙ୍କୁ ୫୦ ହଜାର ଲେଖାଏଁ ଧନରାଶି ରୁଣ ଦେବାପାଇଁ ସରକାର ଯୋଜନା କରିଛନ୍ତି। ଯାହାକି,ଭେଣ୍ତର ବର୍ଷକ ଭିତରେ ମାସିକ କିସ୍ତି ଅନୁସାରେ ରୂଣ ପରିଶୋଧ କରିପାରିବ। ଯଦି ଅବଧି ପୁର୍ବରୁ ରୂଣ ପରିଶୋଧ କରିଦିଏ ତାହେଲେ ରୂଣର ୭% ଲେଖାଏଁ ଅର୍ଥ ରାଶି ସବସିଡି ଆକାରରେ ରୂଣ ଗ୍ରହିତାଙ୍କ ଖାତାକୁ ଯିବ। ଏହି ରୂଣ ଅର୍ଥକୁ ଶିଘ୍ର ପରିଶୋଧ କଲେ ସେଥିପାଇଁ କୌଣସି ଜୋରିମାନା ଦେବାକୁ ପଡିବ ନାହିଁ ।

ରିପୋର୍ଟ : ରମେଶ ବିଶୋଇଙ୍କ ସହ ରାମେଶ୍ବର ଖାଡଙ୍ଗା ,ରାଉରକେଲା ସିଟି ,ସୁନ୍ଦରଗଡ |

Leave a Reply

Your email address will not be published. Required fields are marked *

%d bloggers like this: