ମୋଦି ସରକାର ଆପଣଙ୍କ ଖାତାକୁ ପଠାଇବେ ୨୦୦୦ ଟଙ୍କା, ଏମିତି ଚେକ୍ କରନ୍ତୁ ବାଲାନ୍ସ

 

ନୂଆଦିଲ୍ଲୀ (YSN)୦୨/୦୮: କରୋନା ଭାଇରସ ମହାମାରୀ ସମୟରେ ମୋଦି ସରକାର ଆର୍ଥିକ ସାହାଯ୍ୟ ଘୋଷଣା କରିଛନ୍ତି । ତଦନୁସାରେ କେନ୍ଦ୍ର ସରକାର ଚାଷୀଙ୍କ ଖାତାରେ ୨୦୦୦ ଟଙ୍କା ଦେବେ । ପ୍ରଧାନମନ୍ତ୍ରୀ କିଷାନ୍ ସମ୍ମାନ ନିଧି ଯୋଜନା(PKSY) ଅନୁସାରେ ଆଗାମୀ ମାସରେ ଚାଷୀଙ୍‌କ ଖାତାରେ ପଇସା ଟ୍ରାନ୍ସଫର ହେବ ।

ଏହି ଯୋଜନା ଅନସାରେ ଚାଷୀଙ୍କୁ ପ୍ରତି ବର୍ଷ ୩ କିସ୍ତିରେ ୬୦୦୦ ଟଙ୍କା ଦିଆଯାଉଛି । ଏପର୍ଯ୍ୟନ୍ତ ଏହି ସ୍କିମ ଜରିଆରେ ୧୦ କୋଟିରୁ ଅଧିକ ଚାଷୀଙ୍କୁ ଯୋଡା ଯାଇସାରିଲାଣି । ୧ ଅଗଷ୍ଟରୁ ସରକାର ଶେଷ କିସ୍ତି ଟ୍ରାନ୍ସଫର କରିବା ଆରମ୍ଭ କରିବେ । ଯଦି ନୂଆ ଆର୍ଥିକ ବର୍ଷରେ ଆପଣ ମଧ୍ୟ ଆବେଦନ କରିଛନ୍ତି ତେବେ ଏହା ଜାଣିବା ଜରୁରୀ ଯେ ଆପଣଙ୍କ ଆବେଦନ ଷ୍ଟାଟସ୍ କଣ ରହିଛି । ଏହାର ପୂରା ସୂଚନା ସରକାରୀ ୱେବସାଇଟ୍ pmkisan.gov.in ରେ ଅପଲୋଡ୍ କରାଯାଇସାରିଛି । ଏଠାରେ ଆପଣ ନିଜ ଷ୍ଟାଟସ୍ ଚେକ୍ କରିପାରିବେ ।

ସର୍ବପ୍ରଥମେ, ଆପଣ ଦେଖିବା ଉଚିତ୍ ଯେ କୌଣସି ସୂଚନା ଭୁଲ୍ ଦିଆଯାଇଛି କି ? ଫାର୍ମର କର୍ଣ୍ଣର (Farmers Corner) ରେ କ୍ଲିକ୍ କରିବା ପରେ ହିତାଧିକାରୀ Beneficiary status ଉପରେ କ୍ଲିକ୍ କରନ୍ତୁ । ଏହା ପରେ ଆଧାର ନମ୍ବର, ଆକାଉଣ୍ଟ ନମ୍ବର ଏବଂ ଫୋନ୍ ନମ୍ବରର ଏକ ବିକଳ୍ପ ନଜର ଆସିବ । ଏଠାରେ ଆପଣ ଦେଖିପାରିବେ ଯେ ଆପଣଙ୍କ ପ୍ରଦତ୍ତ ସୂଚନା ସଠିକ୍ କି ନୁହେଁ । ଯଦି ଏହା ଭୁଲ, ତେବେ ଏହାକୁ ସଂଶୋଧନ କରାଯାଇପାରିବ । ଯଦି ଆପଣମଙ୍କ ଆବେଦନ କୌଣସି ଡକ୍ୟୁମେଣ୍ଟ (ଆଧାର, ମୋବାଇଲ୍ ନମ୍ବର କିମ୍ବା ବ୍ୟାଙ୍କ ଆକାଉଣ୍ଟ) ଯୋଗୁଁ ଅ୍ଟକି ରହିଛି ତେବେ ସେହି ଡକ୍ୟୁମେଣ୍ଟ ଆପଣ ଅନଲାଇନରେ ଅପଲୋଡ୍ କରିପାରିବେ ।

pmkisan.gov.in: ଚେକ୍ କରନ୍ତୁ ଷ୍ଟାଟସ୍
ଯଦି ଆପଣ ଯୋଜନାର ଫାଇଦା ନେବା ପାଇଁ ଆବେଦନ କରିଛନ୍ତି ତେବେ ନିଜ ନାମ ଲାଭାର୍ଥୀଙ୍କ ତାଲିକାରେ ଦେଖିବାକୁ ଚାହୁଁଛନ୍ତି ତେବେ ସରକାରୀ ୱେବସାଇଟ pmkisan.gov.in ରେ ଚେକ୍ କରିପାରିବେ । ଯୋଜନାର ଫାଇଦା କେବଳ ସେହି ଚାଷୀଙକୁ ମିଳିବ ଯେଉଁମାନେ ଯୋଜନା ପାଇଁ ଆବେଦନ କରିଛନ୍ତି । ଯଦି ଆପଣ ମଧ୍ୟ ଆବେଦନ କରିଥିଲେ ତେବେ ହିତାଧିକାରୀଙ୍କ ଲିଷ୍ଟରେ ନିଜ ନାଁ ଚେକ୍ କରିପାରିବେ । ଏବେ ଅନଲାଇନରେ ମଧ୍ୟ ଆପଣ ତାଲିକାରେ ନାମ ଚେକ୍ କରିପାରିବେ । ପିଏମ୍ କିଷାନ୍ ସମ୍ମାନ ନିଧି ଯୋଜନା ୨୦୨୦ର ନୂଆ ସୂଚୀ pmkisan.gov.in ରେ ଚେକ୍ କରିପାରିବେ । ଯଦି ଆପଣ ଏପର୍ଯ୍ୟନ୍ତ ଚେକ୍ କରିନାହାଁନ୍ତି କି ଆପଣଙ୍କ ଖାତାରେ ପଇସା ଆସିଛି କି ନାହିଁ ତେବେ ଏବେ ଏହାକୁ ସହଜରେ ଚେକ୍ କରିପାରିବେ ।

Leave a Reply

Your email address will not be published. Required fields are marked *

%d bloggers like this: