କେମିତି କଟିବ ଆଜିର ଦିନ

*🌷💐🌹*ମହାବୀର ପଞ୍ଜିକା*🌹💐🌷

~~~~~~~~~~~~~
*ଅଦ୍ୟ ଅଗଷ୍ଟ ୦୨ ତାରିଖ ୨୦୨୦ମସିହା(ରବିବାର)*
*ଶକାବ୍ଦ -୧୯୪୨*
*ସମ୍ବତ -୨୦୭୭*
*ସାଲ-୧୪୨୭*
*ସମ୍ବତ୍ସର -ଆନନ୍ଦୋ*
*ଶ୍ରାବଣ-ଶୁକ୍ଳପକ୍ଷ*
*ତିଥି -ଚତୁଦଶୀ ରାତ୍ରି ଘ ୦୯/୨୩ ପର୍ଯ୍ୟନ୍ତ ତଦନ୍ତେ ପୂର୍ଣ୍ଣିମା* *ନକ୍ଷତ୍ର- ପୂର୍ବାଷଢା ଦିବା ଘ ୦୭/୩୦ ପର୍ଯ୍ୟନ୍ତ ତଦନ୍ତେ ଉତ୍ତରାଷଢା*
*ଚନ୍ଦ୍ର- ଧନୁ ଦିବା ଘ ୦୧/୩୪ ପର୍ଯ୍ୟନ୍ତ ତଦନ୍ତେ ମକର*
*ଯୋଗ-ବିଷ୍କୁମ୍ଭ*
*କରଣ-ଗର*
*ସୂର୍ଯ୍ୟ -କର୍କଟ ୧୮ ଦିନ*
***************
*ସୁର୍ୟୋଦୟ -ପ୍ରାତଃ ଘ୦୫/୨୭/୪୯*
*ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୧୯/୪୦*
———————————–
*ଯୋଗିନୀ ପଶ୍ଚିମରେ ଓ ରାତ୍ରୀ ଘ୦୯/୨୨ ଗତେ ବାୟବ୍ୟରେ* *ସିଂହ ରାଶିର ଘାତଚନ୍ଦ୍ର*
*ମେଷ ରାଶି ର ଘାତବାର* *ଅଦ୍ୟ ଚତୁଦଶୀ ର ଏକୋଦିଷ୍ଠ ଓ ପାର୍ବଣ ଶ୍ରାଦ୍ଧ*
——————————–
*କାଳବେଳା ଓ ବାରବେଳା – ଦିବା ଘ୧୦/୨୦ ଗତେ ଘ୦୧/୩୮ମଧ୍ୟେ*
*****************
*ଅମୃତବେଳା-ଦିବା ଘ ୦୭/୦୫ ଗତେ ଘ୦୮/୪୦ମଧ୍ୟେ ଓ ରାତ୍ରି ଘ୦୯/୧୦ଗତେ ଘ୧୧/୫୦ମଧ୍ୟେ*
*ମାହେନ୍ଦ୍ରବେଳା- ଦିବା ଦିବା ଘ୦୪/୪୭ ଗତେ ଘ୧୦/୧୮ମଧ୍ୟେ ଓ ଘ୦୧/୪୧ଗତେ ଘ୦୩/୧୬ ମଧ୍ୟେ*
********************
*ଅଦ୍ୟ ବିରି ରାତ୍ରି ଘ୦୯/୨୪ ଗଟେ ଆମିଷ ଭକ୍ଷଣ ନିଷେଧ*
____________________

*🌹🌷💐ଆଜିର ରାଶିଫଳ🌹🌷💐*
———————-
*🌹ମେଷ🌹👉 : ଆଜି ଗୃହ ଉପକରଣ ଓ କିଛି ଦରକାରି ଦ୍ରବ୍ୟକ୍ରୟ କରି ଖର୍ଚାନ୍ତ ହୋଇପାରନ୍ତି ।ଆପଣଙ୍କୁ ନିଜ ସାଙ୍ଗମାନଙ୍କ ସୁସମ୍ମାନ ପାଇଁ ଖୁସିମିଳିବା ।କିନ୍ତୁ ଆପଣଙ୍କର ହିଁ କିଛି ସାଙ୍ଗ ଆପଣଙ୍କୁ ଇର୍ଷା କରିପାରନ୍ତି ।ଏଥିପାଇଁ ଆପଣଙ୍କୁ ଟିକେ ସାବଧାନ ରହିବାକୁ ହେବ ।ଶୁଭ ରଙ୍ଗ -ଲାଲ ,ଶୁଭ ଅଙ୍କ -,୧୧*

*🌹ବୃଷ🌹👉: ବହୁଦିନ ଧରି ଥିବା ସମସ୍ୟାର ସମାଧାନ ଓ ଅଚାନକ ଅର୍ଥଲାଭ ପାଇଁ ଆପଣ ଖୁସି ରହିବେ । ଆପଣ ଅନ୍ୟମାନଙ୍କ ସହିତ ମତାନ୍ତର ଥିବାର ଏ ସମସ୍ୟାର ସମାଧାନ ଦେଇପାରି ନଥିଲେ । ଯାହା ହେଉନା କାହିଁକି ବର୍ତ୍ତମାନ ଖୁସି ବଢାଇବାର ସମୟ ।ଶୁଭ ରଙ୍ଗ -ନୀଳ ,ଶୁଭ ଅଙ୍କ -୧୨*

*🌹ମିଥୁନ🌹👉: ଆପଣଙ୍କୁ ଯେଉଁ କାର୍ଯ୍ୟ କରିବାକୁ କୁହାଯାଇଛି ସେ କାର୍ଯ୍ୟପୂରା ମନଯୋଗ ଦେଇ କରନ୍ତୁ । କାରଣ ଆପଣଙ୍କ ପରିବାର ଏହା ବଦଳରେ ଆପଣଙ୍କୁ ସବୁଦିନ ସାହାଯ୍ୟ କରିବ ଏହି ସମୟରେ ହୁଏତ ଆପଣଙ୍କ ପରିବାର ଆପଣଙ୍କ ପାଖରୁ କିଛି ଆଶା କରୁଛି ।ଶୁଭ ରଙ୍ଗ -କଫି ,ଶୁଭ ଅଙ୍କ -୧୨*

*🌹କର୍କଟ🌹👉 : ଆପଣଙ୍କ ବୁଦ୍ଧି ଆଜି ଅଧିକ ବେଗରେ ସାହାଯ୍ୟ କରିବ । ଏହାର ଉପଯୋଗ ଆପଣ ଭବିଷ୍ୟତ ଯୋଜନା କରିବାରେ ବିନିଯୋଗ କରନ୍ତୁ । ଯଦି ଆପଣ କେବଳ ନିଜ ଲକ୍ଷ୍ୟ ଉପରେ ଧ୍ୟାନ ଦେବେ, ତେବେ ବାକି ସମସ୍ତ କାର୍ଯ୍ୟ ସ୍ୱତଃ ଠିକ୍ ହୋଇଯିବ ।ଶୁଭ ରଙ୍ଗ -ଲାଲ୍ ,ଶୁଭ ଅଙ୍କ -୭*

*🌹ସିଂହ🌹👉 : ପରିବାର ସଦସ୍ୟଙ୍କ ସହ ଭ୍ରମଣ କରିବା ପାଇଁ ଆଜି ଦିନଟି ଉପଯୁକ୍ତ । ଏହି ଭ୍ରମଣ ଆପଣଙ୍କ ମଧ୍ୟରେ ସମ୍ପର୍କ ମାଧୁର୍ଯ୍ୟଭରା କରିବ । ମନ ମଧ୍ୟରେ ବହୁଦିନ ଧରି ରହି ଆସୁଥିବା ଦୁଶ୍ଚିନ୍ତାକୁ ଦୁରକରିବାରେ ଏହି ଭ୍ରମଣ ସହାୟକ ହେବ ।କର୍ମକ୍ଷେତ୍ର ରେ ଉନ୍ନତି ଓ ପଦମର୍ଯ୍ୟାଦା ବୃଦ୍ଧି ଯୋଗରହିଛି।ଶୁଭ ରଙ୍ଗ -ଗୋଲାପି ,ଶୁଭ ଅଙ୍କ -୩*

*🌹କନ୍ୟା🌹👉 : ଆଜି ବୋଧହୁଏ ଆପଣଙ୍କୁ କୌଣସି ମିତ୍ର କିମ୍ବା ସହଯୋଗୀଙ୍କର ସାହାଯ୍ୟ ମିଳିବ ନାହିଁ । ଏଥିପାଇଁ ଆପଣ ନିରାଶ ହୋଇପଡ଼ିବେ କିନ୍ତୁ ମନେ ରଖନ୍ତୁ ଆପଣଙ୍କର ସବୁ କଥାରେ ଏକ ସୀମା ମଧ୍ୟ ରହିଛି । ହଠାତ ଦେବପୂଜା ଓଦର୍ଶନ କରିବାର ସୁଯୋଗ ପାଇବେ।ଶୁଭ ରଙ୍ଗ -କଫି ,ଶୁଭ ଅଙ୍କ -୪*

*🌹ତୁଳା 🌹👉: ଆପଣ ଖୁସି ମନେଇବାପାଇଁ କିମ୍ବା ବ୍ୟବସାୟ ଦୃଷ୍ଟିରୁ ବାହାରକୁ ଯାତ୍ରା କରିପାରନ୍ତି । କିନ୍ତୁ କୌଣସି ପ୍ରକାର ଅସୁବିଧା ସୃଷ୍ଟିହେବାର ସଂକେତ ଅଛି । ଯୋଜନାରେ କିଛି ବିଘ୍ନ ଘଟିପାରେ ଏବଂ ଆପଣ ଯୋଜନାର ପରିବର୍ତ୍ତନ କରିପାରନ୍ତି ।ଶୁଭ ରଙ୍ଗ -ଧଳା ,ଶୁଭ ଅଙ୍କ -୧୨*

*🌹ବିଛା 🌹👉: ଆଜି ଆପଣଙ୍କ ବ୍ୟବହାରକୁ ସମସ୍ତେ ପ୍ରଶଂସା କରିବେ।ଆପଣଙ୍କର ମିତ୍ରତା ଆପଣଙ୍କ ମିତ୍ର ପାଇଁ ବହୁତ ଲାଭଦାୟକ ହେବ ଏବଂ ଭବିଷ୍ୟତରେ ସେମାନେ ଆପଣଙ୍କୁ ସାହାଯ୍ୟ କରିବା ପାଇଁ ପ୍ରସ୍ତୁତ ହେବେ ।ଶତୃମାନେ ପଛଘୁଞ୍ଚା ଦେବେ ।ଶୁଭ ରଙ୍ଗ -ଲାଲ୍ ,ଶୁଭ ଅଙ୍କ -୧୧*

*🌹ଧନୁ🌹👉 : ଆଜି ଦିନଟି ଆପଣଙ୍କ ପାଇଁ ଭଲରେ କଟିଳେ ମଧ୍ୟ ସାମୟିକ ଦେହପୀଡା ହୋଇପାରେ ।ନିଜ ପରିବାର ବର୍ଗସହ ଛୋଟଧରଣର ଭ୍ରମଣ ଯୋଗ ରହିଛି । ପରିବାର ସଦସ୍ୟ ଏହି ଭ୍ରମଣକୁ ଉପଭୋଗ କରିବେ ଏବଂ ଆପଣଙ୍କ ସମ୍ପର୍କକୁ ସଧୁମୟ କରିବେ ।ଶୁଭ ରଙ୍ଗ -ହଳଦିଆ ,ଶୁଭ ଅଙ୍କ -୭*

*🌹ମକର 🌹👉: ଆପଣ ଆଜି କୌଣସି କାରଣରୁ ନିରାଶ ହେବେ । ଆପଣ ନିଜ ଲକ୍ଷରେ ପହଁଚି କଷ୍ଟକର ହେବ । ଆପଣଙ୍କର କାର୍ଯ୍ୟ ଦକ୍ଷତା ହ୍ରାସ ପାଇପାରେ । ବିଶେଷ ବିବ୍ରତ ହୁଅନ୍ତୁ ନାହିଁ । ଆଜି ଦିନ ବିତେଇଲା ପରେ ଅନ୍ୟାନ୍ୟ କ୍ଷେତ୍ରରେ ଓ ଉନ୍ନତି ପରିଲକ୍ଷିତ ହେବ ।ଶୁଭ ରଙ୍ଗ -କଳା ,ଶୁଭ ଅଙ୍କ -୩*

*🌹କୁମ୍ଭ 🌹👉: ଆଜି ମନ ଅଶାନ୍ତ ରହିବ।ଆପଣ କୌଣସି ଉପଦେଷ୍ଠାଙ୍କର କିମ୍ବା ବରିଷ୍ଠ ବ୍ୟକ୍ତିଙ୍କର ମାର୍ଗ ଦର୍ଶନ ପାଇଁ ସାହାଯ୍ୟ ଚାହିଁବେ । ଆପଣ ନିଜ ଜୀବନର ଦ୍ୱିଧା ବା ଅସୁବିଧା ପରିସ୍ଥିତିରୁ ବାହାରି ଆସିବା ପାଈଁ ବାଟ ବାହାର କରିବାରେ ବିଫଳ ହୋଇପାରନ୍ତି ।ଶୁଭ ରଙ୍ଗ -ଧୂସର ,ଶୁଭ ଅଙ୍କ -୬*

*🌹ମୀନ🌹👉 : ଯଦି ଛୁଟିଦିନ ଦେଖି ଆତ୍ମିୟସୋଜନ ମାନଙ୍କ ସହ ବୁଲିବାକୁ ଯାଆନ୍ତି ଏହି ସମୟଟି ପ୍ରକୃଷ୍ଟ ଅଟେ ।ସେଥିପାଇଁ ବିଧିବୋଧ ଯୋଜନା କରନ୍ତୁ । ପର୍ଯ୍ୟଟନ ବୁଲିବାକୁ ମଧ୍ୟ ଯାଇପାରନ୍ତି ଏବଂ ଏଥିରେ ଆପଣଙ୍କୁ ପରମ ଆନନ୍ଦ ମିଳିବ ।ଶୁଭ ରଙ୍ଗ -ହଳଦିଆ ,ଶୁଭ ଅଙ୍କ -୧୧*

Leave a Reply

Your email address will not be published. Required fields are marked *

%d bloggers like this: