ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ କରୋନା ସମୀକ୍ଷା ।

କଟକ (YSN) ୦୨/୦୮ କଟକ ଜିଲ୍ଲା ହୁ ହୁ ହୋଇ ବଢୁଛି କରୋନା । ଗତକାଲି କୁ ମିଶାଇ ମୋଟ ଜିଲ୍ଲାରେ ୨୦୭୧ ଜଣ କରୋନା ଆକ୍ରାନ୍ତ । ବିସ୍ତୃତ ସୂଚନାନୁସାରେ ୯୦୭ ସହର ର ହୋଇଥିବା ବେଳେ ୧୧୬୪ଗ୍ରାମଞ୍ଚଳ ର ହୋଥିବା ଜଣାପଡ଼ିଛି । ଏହିପରି ସହରାଞ୍ଚଳରେ ୪୮୦ଜଣ ସୁସ୍ଥ ହୋଇଥିବାବେଳେ ଗ୍ରାମାଞ୍ଚଳରେ ୯୦୭ ସୁସ୍ଥ ହୋଇଛନ୍ତି । ସେହିପରି ୬ଜଣ ଗ୍ରାମାଞ୍ଚଳରେ ମୃତ୍ୟୁ ଏବଂ ୪ଜଣ ସହାରାଞ୍ଚଳ ରେ ମାରିଥିବା ରିପୋର୍ଟ ରୁ ସୂଚନା ମିଲିଛି ଏବଂ ୬ଜଣ ନନ କୋଭିଡ ମୃତ ହୋଇଛି । ଏହା ବ୍ୟତୀତ ୩୭ ହଜାର ୯୪୨ଜଣଙ୍କର ପରୀକ୍ଷା ହୋଇଥିବା ବେଳେ , ୩୫ହଜାର୨୭୦ଟି ଆରଟିପିସିଆର ମଧ୍ୟମରେ ଏବଂ ୨୨୭୦ଜଣ ଆନଣ୍ଟିଜେନ୍ ମାଧ୍ୟମରେ ଟେଷ୍ଟ କରାଯାଇଛି । ଆଜି ବସିଥିବା ଏହି ବୈଠକରେ ଜିଲ୍ଲା ପର୍ଯ୍ୟବେକ୍ଷକ ଉପସ୍ଥିତି ରେ କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚଇନ୍ । ଏହି ସମୀକ୍ଷା ବୈଠକକୁ ଅଧ୍ୟକ୍ଷତା କରିଥିଲେ । ଏହି ବୈଠକରେ ଜିଲ୍ଲା ପର୍ଯ୍ୟବେକ୍ଷକ ଶାସନ ସଚିବ ସୌରଭ ଗର୍ଗ, ଏଷ୍ଟେଟ ନିର୍ଦ୍ଦେଶକ ତଥା ଅତିରିକ୍ତ ଶାସନ ସଚିବ ସୁଶାନ୍ତ ମହାପାତ୍ର , ସିଏମସି କମିଶନର ଅନନ୍ୟା ଦାସ, ଡିସିପି ପ୍ରତୀକ ସିଂ,ଏସପି ଯୁଗଳ କିଶୋର ଆଚାର୍ଯ୍ୟ ହରିହର କ୍ୟାନ୍ସର ୱାର୍ଡର ନିର୍ଦେଶକ ଡାକ୍ତର ଲଲାଟେନ୍ଦୁ ଷଡଙ୍ଗୀ, ଓ ଅନ୍ୟ ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ ।

କଟକ ରୁ ଆଶୁତୋଷ ଜେନାଙ୍କ ରିପୋର୍ଟ ଯୁବ ଶକ୍ତି ନ୍ୟୁଜ୍, ଓଡ଼ିଶା।

Leave a Reply

Your email address will not be published. Required fields are marked *

%d bloggers like this: