କରୋନା ମାଡରେ ରାକ୍ଷୀ ବ୍ୟବସାୟୀ ହତାଶ

ମୟୂରଭଞ୍ଜ/ମୋରଡା (YSN)୦୨/୦୮ ରାକ୍ଷୀ ପୂର୍ଣ୍ଣିମା ଭଉଣୀ ନିଜ ଭାଇ ମାନଙ୍କୁ ରକ୍ଷା ସୂତ୍ର ବାନ୍ଧିବା ପ୍ରଥାରେ ରାକ୍ଷୀ ବାନ୍ଧିଥାଏ ଭାଇ ଭଉଣୀଙ୍କ ପାଇଁ ସ୍ୱତନ୍ତ୍ର ମର୍ଯ୍ୟାଦା ରକ୍ଷା କରିଥାଏ । କିନ୍ତୁ ଏହି ବର୍ଷ କରୋନା ମାଡ଼ରେ ରାକ୍ଷୀ ଦୋକାନୀ ମାନେ ହତାଶ ହୋଇଛନ୍ତି । କରୋନା କଟକଣା ଯୋଗୁଁ ବର୍ତମାନ ରାକ୍ଷୀ ଦୋକାନୀ ମାନେ ହାତ ବାନ୍ଧି ବସିଛନ୍ତି । ମୋରଡା ବ୍ଲକରେ ଥିବା ଚିତ୍ରଡା, ମୋରଡାରୁ ଆରମ୍ଭ କରି ବ୍ଲକର ବିଭିନ୍ନ ଅଂଚଳର ବ୍ୟବସାୟୀଙ୍କୁ ନିରାଶ ହେବାକୁ ପଡିଛି । ରାକ୍ଷୀ ବ୍ୟାପାରକୁ ଦୃଷ୍ଟିରେ ରଖି ବହୁ ବ୍ୟବସାୟୀ ହଜାର ହଜାର ଟଙ୍କାର ରାକ୍ଷୀ କିଣି ଆଣିଥିଲେ କିନ୍ତୁ ବ୍ୟାପାରରେ ପାଣି ପକାଇଛି କରୋନା କଟକଣା । କରୋନା ମାଡରେ କ୍ଷତିଗ୍ରସ୍ତ କିଛି ବ୍ୟବସାୟୀ ଆଶା ରଖିଥିଲେ ଦୁଇ ପଇସା ରୋଜଗାର କରିବେ କିନ୍ତୁ ଏହି ରୋଜଗାରର ବାଟ ମଧ୍ୟ ବନ୍ଦ ହୋଇଗଲା । ପ୍ରତିବର୍ଷ ମୋରଡା ବ୍ଲକର ଚିତ୍ରଡା ବଜାର , ମୋରଡା ବଜାରରେ ଲକ୍ଷାଧିକ ଟଙ୍କାର ରାକ୍ଷୀ ବ୍ୟାପାର ହୋଇଥାଏ । ରାକ୍ଷୀ ପୂର୍ଣ୍ଣିମାର ପନ୍ଦର ଦିନ ପୂର୍ବରୁ ରାକ୍ଷୀ ବିକ୍ରି ହେଉଥିଲେ ସୁଦ୍ଧା ଏବର୍ଷ କଟକଣା ଥିବାରୁ ଦ୍ୱନ୍ଦ୍ୱରେ ମାତ୍ର ଛଅ ଦିନ ଦୋକାନ ଖୋଲିବାକୁ ସୁଯୋଗ ମିଳିଛି ଏବଂ ବ୍ୟବସାୟ ପୁରା ମାନ୍ଦା ରହିଛି ।

ମୟୂରଭଞ୍ଜ ଜିଲ୍ଲା ମୋରଡା ବ୍ଲକରୁ ରାଜେଶ ଦାସଙ୍କ ରିପୋର୍ଟ, ଯୁବଶକ୍ତି ନ୍ୟୁଜ ଓଡ଼ିଶା ।

Leave a Reply

Your email address will not be published. Required fields are marked *

%d bloggers like this: