ସହରକୁ ବିଶୋଧନ କରିବା ପାଇଁ ଅଣ୍ଟା ଭିଡିଲା ଆଶ୍ୱସ୍ତି ଫାଉଣ୍ଡେସନ

କଟକ (YSN) ୦୨/୦୮: ବିଶ୍ୱ ମହାମାରୀ କରୋନା ସଂକ୍ରମଣକୁ ଲଗାମ ଦେବା ପାଇଁ ଅଣ୍ଟା ଭିଡିଛି କଟକର ସାମଜିକ ସଂଗଠନ ଆଶ୍ବସ୍ତି ଫାଉଣ୍ଡେସନ। କଟକ ସହରର ବିଭିନ୍ନ ଗଳି କନ୍ଦିରେ ସରକାରଙ୍କ ତରଫରୁ ବ୍ୟବହୃତ ହେଉଥିବା ବିଶୋଧନ ପ୍ରକ୍ରିୟାରେ ଗାଡି ପଶି ପାରୁନଥିବା ବହୁ ଅଞ୍ଚଳ ବିଶୋଧନ ହୋଇପାରୁନାହିଁ। ଏହି ଅବସରରେ ସାମାଜିକ ସଂଗଠନ ଆଶ୍ବସ୍ତି ଫାଉଣ୍ଡେସନ ଓ କଟକ ରାଉଣ୍ଡ ଟେବୁଲର ମିଳିତ ସହଯୋଗରେ କଟକ ସିଏମସି କାର୍ଯ୍ୟାଳୟ ପରିସରରେ ଏହାର ଶୁଭ ଉଦ୍‌ଘାଟନ ହୋଇଯାଇଛି। ଏହାକୁ ଉଦ୍‌ଘାଟନ କରିଛନ୍ତି ସିଏମସି କମିଶନର ଅନନ୍ୟା ଦାସ। ଏହି କାର୍ଯ୍ୟକ୍ରମ ଆସନ୍ତା ଏକମାସ ଧରି ଚାଲିବ ବୋଲି ସଂଗଠନର ସମ୍ପାଦିକା ଶ୍ରୀମତୀ ମହାପାତ୍ର କହିଛନ୍ତି।

ରିପୋର୍ଟ : ଭାରତ ଭୂଷଣଙ୍କ ସହି ଇତିଶ୍ରୀ ସାହୁ ,କଟକ ସିଟି

Leave a Reply

Your email address will not be published. Required fields are marked *

%d bloggers like this: