ନାବାଳିକାକୁ ଯୋୖନ ନିର୍ଯାତନା ମାମଲାରେ ଅଭିଯୁକ୍ତର ଜାମିନ ନାମଞ୍ଜୁର କଲେ ହାଇକୋର୍ଟ

କଟକ (YSN) ୦୨/୦୮: ଏକ ନାବାଳିକାକୁ ଯୌନ ନିର୍ଯାତନା ମାମଲାରେ ହାଇକୋର୍ଟ ଅଭିଯୁକ୍ତଙ୍କ ଜାମିନ ଆବେଦନକୁ ଖାରଜ କରିଛନ୍ତି। ଆବେଦନକାରୀ ତପନ ଓଝାଙ୍କ ପକ୍ଷରୁ ରୁଜୁ ଜାମିନ ଆବେଦନକୁ ହାଇକୋର୍ଟର ବିଚାରପତି ଏସ୍.କେ ମିଶ୍ର ଖାରଜ କରିଦେଇଛନ୍ତି। ଅଭିଯୁକ୍ତ ଜଣକ ସିଆରପିସିର ୩୮୯ ଆଧାରରେ ଜାମିନ ଆବେଦନ କରିଥିଲେ। ସୂଚନାଥାଉକି ଗତ ୨୦୧୩ ମସିହାରେ ବାଲେଶ୍ବର ଜିଲ୍ଲାରେ ଘଟି ଥିବା ଉପରୋକ୍ତ ଅପରାଧ ଘଟଣାରେ ଅଭିଯୁକ୍ତ ଜଣକୁ ବାଲେଶ୍ବର ଅତିରିକ୍ତ ସେସନ୍ ତଥା ପୋସ୍କୋ କୋର୍ଟ ୨୦୧୯ ମସିହା ଡିସେମ୍ବର ୨୩ ତାରିଖରେ ଆଇପିସିର ୩୬୩/୩୬୬ ଏ ୩୭୬(୨) (ଆଇ) ତଥା ପୋସ୍କୋ ଆଇନର ୪ ଧାରା ଆଧାରରେ ୩ ବର୍ଷର ସଶ୍ରମ କାରାଦଣ୍ଡ ସହ ୩ ହଜାର ଟଙ୍କାର ଜୋରିମାନା ନିର୍ଦ୍ଦେଶ ଦେଇଥିଲେ। ଏଥିସହିତ ଜୋରିମାନା ପ୍ରଦାନ ନକଲେ ତାଙ୍କୁ ଅଧିକ ୩ ମାସ ଜେଲଦଣ୍ଡ ଭୋଗିବାକୁ ପଡିବ ବୋଲି କୋର୍ଟ କହିଥିଲେ। ସେହି ପରି ୩୭୩ ଆଇପିସିର ଧାରା ଆଧାରରେ ତାଙ୍କୁ ୫ ବର୍ଷର ସଶ୍ରମ କାରାଦଣ୍ଡ ସହ ୫ ହଜାର ଟଙ୍କାର ଜୋରିମାନା ନିର୍ଦ୍ଦେଶ ହୋଇଥିଲା। ଜୋରିମାନା ପ୍ରଦାନରେ ବିଫଳ ହେଲେ ତାଙ୍କୁ ଆଉ ଅଧିକ ୬ ମାସ ସଶ୍ରମ କାରାଦଣ୍ଡ ଭୋଗିବାକୁ ପଡ଼ିବ ବୋଲି ପୋସ୍କୋ କୋର୍ଟ ଆଦେଶ ଦେଇଥିଲେ। ଅନ୍ୟପକ୍ଷରେ ଆଇପିସିର ୩୬୬ଏ ଆଧାରରେ ୫ ବର୍ଷର ସଶ୍ରମ କାରାଦଣ୍ଡ ସହ ୫ ହଜାର ଟଙ୍କାର ଜୋରିମାନା ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ଜୋରିମାନା ଦେବାକୁ ଅକ୍ଷମ ହେଲେ ତାଙ୍କୁ ୬ ମାସର ସଶ୍ରମ କାରାଦଣ୍ଡ ଭୋଗିବାକୁ ପଡିବାକୁ କହିଥିଲେ। ଆଇପିସିର ୩୭୬(୨) (ଆଇ) ଆଧାରରେ ଅଦାଲତ ତାଙ୍କୁ ୨୫ ହଜାର ଟଙ୍କା ଜୋରିମାନା ଦେବାକୁ କହିଥିଲେ। ସେବେଠାରୁ ଅଭିଯୁକ୍ତ ଜଣକ ଜେଲ୍‌ରେ ଅଛନ୍ତି ବୋଲି ହାଇକୋର୍ଟରେ ଅଭିଯୁକ୍ତଙ୍କ ଜାମିନ ମାମଲାର ଶୁଣାଣିବେଳେ ତାଙ୍କ ଓକିଲଙ୍କ ପକ୍ଷରୁ କୁହାଯାଇଥିଲା। ଅଦାଲତ ଉପରୋକ୍ତ ଯୁକ୍ତି ଆଧାରରେ ଅଭିଯୁକ୍ତଙ୍କ ଜାମିନ ଆବେଦନ ଖାରଜ କରିଛନ୍ତି।

ରିପୋର୍ଟ : ଭାରତ ଭୂଷଣଙ୍କ ସହି ଇତିଶ୍ରୀ ସାହୁ ,କଟକ ସିଟି

Leave a Reply

Your email address will not be published. Required fields are marked *

%d bloggers like this: