ଦି ମିରର୍ ଓ ଆୟୁଷ ମନ୍ତ୍ରାଳୟ ଭାରତ ସରକାରଙ୍କ ତରଫରୁ କୋଭିଡ-୧୯ ପାଇଁ ଔଷଧ ବଣ୍ଟନ

ପୁରୀ (YSN) ୦୧/୦୮ : ପୁରୀ ଜିଲ୍ଲାରେ କରୋନା ମହାମାରୀ ଯେତେ ହେଉଛି ତା ବିପକ୍ଷରେ କୋରୋନା ମହାମାରୀକୁ ହରେଇବା ପାଇଁ ଯୋଦ୍ଧା ମଧ୍ୟ ବଢ଼ିବାରେ ଲାଗିଛନ୍ତି। ଆଜି ପୁରୀ ଜିଲ୍ଲା ଗୁଣ୍ଡିଚା ମନ୍ଦିର ପଛପଟ ଗୁଣ୍ଡିଚା ବିହାରର କଳିଙ୍ଗ କିଡ୍ ପ୍ଲେ ସ୍କୁଲରେ ଆଜି  ପ୍ରମାଣନ ୟୁନିଟ ଭୁବନେଶ୍ଵର , ଆୟୁଷ ମନ୍ତ୍ରାଳୟ ଭାରତ ସରକାର ଓ ଆୟୋଜକ ଦି ମିରର ଓ କଳିଙ୍ଗ କିଡ ପ୍ଲେ ସ୍କୁଲ ଦ୍ଵାରା ଏହି କାର୍ଯ୍ୟ ଟି ହୋଇଥିଲା। ଏଥିରେ ଡା. ରାଧେଶ୍ୟାମ ରଥ, ନିଶାନ୍ତ ସାହୁ ସ୍କୁଲ ଅଧ୍ୟକ୍ଷ, ପ୍ରଜ୍ଞାସୁଭସ୍ମିତା ପ୍ରତିହାରୀ ସ୍କୁଲ ପ୍ରଧାନ ଶିକ୍ଷକ ସଞ୍ଜୀବ କୁମାର ପ୍ରଧାନ ଦ ମିରର ଅଧ୍ୟକ୍ଷ ଓ କଳିଙ୍ଗ ସ୍କୁଲର ମୁଖ୍ୟ ଅଧ୍ୟକ୍ଷ , କ୍ଷେତ୍ରମୋହନ ଫାଉଣ୍ଡେସନର ଅଧକ୍ଷ, ପ୍ରଦୀପ କୁମାର ମହାରଣା ଏବଂ ଦ ମିରରର ଉପଡିଷ୍ଠା ଦେବାଶିଷ ମିଶ୍ର ଆଦି ଉପସ୍ଥିତ ଥିଲେ। ଏଠାରେ ମାଗଣାରେ କୋରୋନା ସହ ଲଢ଼ିବାର ମଣିଷ ଭିତରେ କ୍ଷମତା ବଢାଇବାରେ ସାହାଯ୍ୟ କରିବ ଓ ଏହା ମଣିଷ ଶରୀରକୁ ଏହି ମହାମାରୀଠୁ ବଞ୍ଚି ରହିବାରେ ସାହାଯ୍ୟ ମଧ୍ୟ କରିଥାଏ ବୋଲି ଡା. ରାଧେଶ୍ୟାମ ରଥ କହିଛନ୍ତି। ଏହାକୁ କିପରି ପାନ୍ୟ କରାଯିବ ତାହା ମଧ୍ୟ ଜନେଇଥିଲେ ସେଠାର ଲୋକ ମାନଙ୍କୁ। ବହୁ ସଂଖ୍ୟା ର ଲୋକ ମାନେ ଆସି ଏହି ଔଷଧକୁ ବୁଝିଦୁଝି ଗ୍ରହଣ କରିଥିଲେ। ଏହା ପୂର୍ବରୁ ଏହି ଦଳ ପୁରୀ ଚାର୍ନଳା ଠାରେ ଅବସ୍ଥିତ ସମସ୍ତ ବସ୍ତି ଓ ପରିବାର ଲୋକଙ୍କ ପାଖକୁ ଯାଇ କିପରି ହାତ ଓ ପରିବେଶ ସଫା ରଖିବା, ମାଷ୍କ୍ ପିନ୍ଧିବା, ଏବଂ ସେଠାରେ ମଧ୍ୟ ମାଗଣାରେ ଏହି ମହାମାରୀ ସହ ଲଢ଼ିବା ପାଇଁ ଔଷଧ ବଣ୍ଟନ କରିଥିଲେ।

ପୁରୀ ରୁ ପାର୍ଥସାରଥୀ ସାହୁ ଓ ସୁବ୍ରତ ଦାସ ଙ୍କ ରିପୋର୍ଟ ଯୁବଶକ୍ତି ନିୟୁଜ ଓଡ଼ିଶା।

Leave a Reply

Your email address will not be published. Required fields are marked *

%d bloggers like this: