ସଡକ ଦୁର୍ଘଟଣାରେ ବାରିପଦା ଓଏସଏପି ପୋଲିସ କର୍ମଚାରୀଙ୍କ ମୃତ୍ୟୁ

ବାଲେଶ୍ୱର(YSN) ୦୨/୦୮ : ଘଟଣାଟି ଘଟିଛି ରେମୁଣା କ୍ଷୀରଚୋରା ରାସ୍ତାର ପୁରୁଣା ସିନେମା ହଲ ସମ୍ମୁଖରେ ଥିବା ଠାକୁରାଣୀ ମନ୍ଦିର ନିକଟରେ |ସୂଚନା ମୁତାବକ ମନୋଜ ରାୟ ଓରଫ ମୁନା (୪୩)ମାଟ୍ରିକ ପାସ କରି ପୋଲିସ ବିଭାଗରେ ଯୋଗଦେଇଥିଲେ ଏବଂ ବର୍ତ୍ତମାନ ସେ ଓଏସଏପି ବାରିପଦା ୟୁନିଟରେ କାର୍ଯ୍ୟରତ ଥିଲେ | କିନ୍ତୁ ଦୁର୍ଭାଗ୍ୟର ବିଷୟ ସେ ବୁଲେଟରେ ଅପରାହ୍ନ ପ୍ରାୟ ସାଢେ ୩ ଟା ସମୟରେ ରେମୁଣା ରୁଦ୍ରପୁର ସ୍ଥିତ ତାଙ୍କ ବାସଭବନକୁ ଯାଉଥିବାବେଳେ ଉକ୍ତ ଠାକୁରାଣୀ ମନ୍ଦିର ନିକଟରେ ଜୋରରେ ବାଡେଇ ହୋଇଯାଇଥିଲେ ଯେ ସେଠାରେ ସେ କିଛି ଫୁଟ ଉପରକୁ ଉଠି ତଳେ ପଡିଯାଇଥିଲେ |ସ୍ଥାନୀୟ ଲୋକେ ଆମ୍ବୁଲାନସ ଡକାଇ ବାଲେଶ୍ଵର ଡାକ୍ତରଖାନା ପଠାଇଥିଲା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ | ତାଙ୍କର ଅକାଳ ମୃତ୍ୟୁ ପାଇଁ ଯୁବ ଶକ୍ତି ନ୍ୟୁଜ ତରଫରୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି |

ରିପୋର୍ଟ : ଅରୁଣ କୁମାର ମହାନ୍ତିଙ୍କ ସହ ଶଙ୍କର୍ଷଣ ପଣ୍ଡା

Leave a Reply

Your email address will not be published. Required fields are marked *

%d bloggers like this: