ଜାନୁଆରୀ ୮ରୁ ପୁଣି ବ୍ରିଟେନକୁ ଉଡ଼ିବ ବିମାନ

ଯୁବଶକ୍ତି(ବ୍ୟୁରୋ) : ଭାରତ ଓ ବ୍ରିଟେନ ମଧ୍ୟରେ ପୁଣିଥରେ ବିମାନ ସେବା ଆରମ୍ଭ ହେବ। ଜାନୁଆରି ୮ରୁ ଭାରତରୁ ବ୍ରିଟେନକୁ ଉଡିବ ବିମାନ। ଏନେଇ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହାର୍ଦ୍ଦିକ ସିଂହ ପୁରୀ ସୂଚନା ଦେଇଛନ୍ତି।କରୋନାଭାଇରସ ସଂକ୍ରମଣ ଆରମ୍ଭ ହୋଇଥିବା ବେଳେ ସଂକ୍ରମଣକୁ ରୋକିବା ପାଇଁ ଭାରତ ସରକାର ଡିସେମ୍ବର ୩୧ ପର୍ୟ୍ୟନ୍ତ ବ୍ରିଟେନରୁ ଆସୁଥିବା ସମସ୍ତ ବିମାନ ଉଡ଼ାଣ ଉପରେ ରୋକ ଲଗାଇଥିଲେ।ଏହାପରେ ଜାନୁଆରୀ ୭ ଯାଏ ବୃଦ୍ଧି କରାଯାଇଥିଲା। ତେବେ ବର୍ତ୍ତମାନ ପ୍ରଥମ ପର୍ଯ୍ୟାୟରେ କେବଳ ୧୫ଟି ବିମାନ ଉଡାଣକୁ ଅନୁମତି ମିଳିଛି।ଜାନୁଆରି ୨୩ ପର୍ୟ୍ୟନ୍ତ ସପ୍ତାହକୁ ବ୍ରିଟେନ-ଭାରତ ମଧ୍ୟରେ ଦିଲ୍ଲୀ, ମୁମ୍ବାଇ, ବେଙ୍ଗାଲୁରୁ ଏବଂ ହାଇଦ୍ରାବାଦକୁ କେବଳ ୧୫ଟି ବିମାନ ଚଳାଚଳ କରିବ।

Leave a Reply

Your email address will not be published. Required fields are marked *

%d bloggers like this: