ହସ୍ପିଟାଲରେ ଭର୍ତ୍ତି ହେଲେ ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି

କଲିକତା : ହସ୍ପିଟାଲରେ ଭର୍ତ୍ତି ହେଲେ ଭାରତୀୟ ଦଳର ପୂର୍ବତନ ଅଧିନାୟକ ତଥା ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି। କୋଲକୋତାର ଏକ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଛାତିରେ ଯନ୍ତ୍ରଣା ଅନୁଭବ କରିବା ପରେ ତାଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।ତାଙ୍କର ଆଞ୍ଜିଓପ୍ଲାଷ୍ଟି କରାଯିବ ବୋଲି ସୂଚନା ମିଳିଛି।

ସୂଚନା ମୁତାବକ, ନିଜ ଘରେ ଜିମରେ ୱାର୍କ ଆଉଟ୍ କରିବା ସମୟରେ ଛାତିରେ ଯନ୍ତ୍ରଣା ଅନୁଭବ ହୋଇଥିଲା।ତେବେ ତାଙ୍କୁ ହାତ ଏବଂ ପିଠିରେ ଯନ୍ତ୍ରଣା ହେବା ସହିତ ତାଙ୍କ ଆଖି ଆଗରେ ଅନ୍ଧାର ଦେଖାଦେଇଥିଲା ବୋଲି ଗାଙ୍ଗୁଲି ଡାକ୍ତରଙ୍କ ନିକଟରେ ସ୍ପଷ୍ଟ କରିଛନ୍ତି । ଡାକ୍ତରଙ୍କ କହିବାନୁଯାୟୀ, ତାଙ୍କୁ କାର୍ଡିଓ ଆରେଷ୍ଟ ଆଟାକ ହୋଇଛି।ଆଞ୍ଜିଓପ୍ଲାଷ୍ଟି କରିବାକୁ ହେବ।ଏବେ ତାଙ୍କ ଅବସ୍ଥା ସ୍ଥିର ରହିଛି।

 

Leave a Reply

Your email address will not be published. Required fields are marked *

%d bloggers like this: