ଜଗତସିଂହପୁରରେ ପହଁଚିଲା କୋଭିଡ ଟୀକା

ଜଗତସିଂହପୁର(YSN) : ବହୁ ପ୍ରତୀକ୍ଷା ପରେ କୋଭିଡ ଭ୍ୟାକ୍ସିନ ଜଗତସିଂହପୁର ଜିଲା ମୁଖ୍ୟ ଚିକିତ୍ସାଳୟର ଜିଲ୍ଲା ଟୀକା ଭଣ୍ଡାର ଠାରେ ପହଞ୍ଚିଛି। ଜିଲ୍ଲାର ଭ୍ୟାକ୍ସିନ ଭ୍ୟାନ ଯୋଗେ ରାଜ୍ୟ ଟୀକା ଭଣ୍ଡାରରୁ କୋଭିସିଲଡ଼ ଭ୍ୟାକ୍ସିନ ପୋଲିସ ସୁରକ୍ଷା ସହିତ ଜଗତସିଂହପୁର ଠାରେ ପହଞ୍ଚିଛି ।ଏଥିରେ ପ୍ରଥମ ପର୍ଯ୍ୟାୟରେ ୫୧୦୦ ମାତ୍ରାରେ ଭ୍ୟାକ୍ସିନ ରହିଛି। ଆସନ୍ତା ୧୬ ଜାନୁଆରୀ ୨୦୨୧ ରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଜଗତସିଂହପୁର, ବାଲିକୁଦା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର,ବିରିଡି ଏବଂ ରଘୁନାଥପୁର ହେଲଥ୍ କେୟାର ୱାର୍କର ମାନଙ୍କୁ ପ୍ରଦାନ କରାଯିବ। ଜିଲ୍ଲାରେ ମୋଟ ୭୯୫୨ ଜଣ ହେଲଥ୍ କେୟାର ୱାର୍କର ମାନଙ୍କୁ କୋଭିଡ ଭ୍ୟାକ୍ସିନ – କୋଭିସିଲଡ଼ ତାଲିମ ପ୍ରାପ୍ତ ଭ୍ୟାକ୍ସିନେଟର ଙ୍କ ଦ୍ଵାରା ପ୍ରଦାନ କରାଯିବ। କୋଭିଡ ଭ୍ୟାକ୍ସିନ ପହଁଚିବା ସମୟରେ ଜିଲ୍ଲା ମୁଖ୍ୟଚିକିତ୍ସା ଅଧିକାରୀ ଡ଼ ବିଜୟା ପଣ୍ଡା,ଅତିରିକ୍ତ ଜିଲ୍ଲା ମୁଖ୍ୟଚିକିତ୍ସା ଅଧିକାରୀ ଡ଼ ପ୍ରମୋଦ କୁମାର ବାରିକ, ଡିପିଏମ ଚକ୍ରଧର ଜେନା,ଡେପୁଟି ମ୍ୟାନେଜର ସୁକାନ୍ତ କୁମାର ପ୍ରଧାନ,ଜ୍ୟୋତିରଞ୍ଜନ ପରିଡା, ପାର୍ଥ ସାରଥି କରଶର୍ମା, ମନୋରଞ୍ଜନ ମହାପାତ୍ର, ରାଜେଶ କୁମାର ପାଟି ପ୍ରମୂଖ ଉପସ୍ଥିତ ଥିଲେ। ଆସନ୍ତା କାଲି ଉପଭୋକ୍ତା ୪ଟି ଟୀକାକରଣ କେନ୍ଦ୍ରକୁ ଭ୍ୟାକ୍ସିନ ଭ୍ୟାନ ଯୋଗେ ଭ୍ୟାକ୍ସିନ ପଠାଯିବ।
ରିପୋର୍ଟ-ସ୍ୱାଗତ ରଂଜନ ଦାସ