ଜାମଦା ପୁଲିସର ଦାଦାଗିରି, ହେଲେମେଟ ଚେକିଂ ବେଳେ ଯୁବକକୁ ମାଡ଼ ମାରି କଲା ଲହୁଲୁହାଣ

ମୟୁରଭଞ୍ଜ(YSN) : ହେଲମେଟ ଚେକିଂ ନାଁରେ ପୁଲିସର ଜୁଲୁମ । MV ଚେକିଂ ବେଳେ ଅମାନିଆଙ୍କୁ ଫାଇନ ବଦଳରେ ମିଳୁଛି ମାଡ। ପୋଲିସ ମାଡରେ ଅମାନିଆ ରକ୍ତାକ୍ତ ହେବା ପରେ ଘଟଣା ସ୍ଥଳରେ ଦେଖା ଦେଇଛି ଉତ୍ତେଜନା । ଏପରି ଘଟଣା ଦେଖିବାକୁ ମିଳିଛି ମୟୁରଭଞ୍ଜ ଜିଲ୍ଲା ଜାମଦା ଥାନା ଅଞ୍ଚଳରେ । ସୂଚନାଅନୁଯାୟୀ, ଆଜି ମୟୁରଭଂଜ ଜିଲ୍ଲାର ଗଣପର୍ବ ଅବସରରେ ଜାମଦା ଥାନା ପାସନା ଗାଁ ର ଲୁଗୁ ହାଁସଦା ନାମକ ଏକ ଆଦିବାସୀ ଯୁବକ ଜାମଦା ବଜାରକୁ ମକର ପର୍ବ ପାଇଁ କିଛି ଜିନିଷ କିଣିବାକୁ ଆସିଥିଲେ । ପୁଲିସ ର ହେଲମେଟ ଚେଙ୍କିଙ୍ଗ ଚାଲିଥିଲା ବେଳେ ଯୁବକ ହେଲମେଟ ପିନ୍ଧିନଥିବା ବେଳେ ପୋଲିସ ନିକଟରେ ଅଟକିବାରେ ବିଳମ୍ବ କରିଥିଲେ । ତେଣୁ ପୋଲିସ କର୍ମଚାରୀ ତାଙ୍କୁ ଗାଳି କରିବା ସହ ମାଡ ମରି ରକ୍ତାକ୍ତ କରିଥିବାର ଅଭିଯୋଗ ହୋଇଛି।ପୁଲିସ କର୍ମୀଙ୍କ ଲାଠି ମାଡରେ ଯୁବକ ଜଣକ ରକ୍ତାକ୍ତ ହୋଇଥିଲେ । ଏହାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା । ଫାଇନ ବଦଳରେ ପୋଲିସର ଜୁଲୁମକୁ ବିରୋଧ କରି ସ୍ଥାନୀୟ ଲୋକେ ଜାମଦା ଥାନା ଘେରାଉ କରିଥିବା ଜଣାପଡ଼ିଛି । ଆହତ ଯୁବକକୁ ବୁଝାସୁଝା କରି ଜାମଦା ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ବର୍ତମାନ ସୁଦ୍ଧା ଉତ୍ତେଜନା ଲାଗିରହିଥିବା ବେଳେ ପୋଲିସ ବୁଝା ସୁଝା ଚଳାଇଛି ।

ରିପୋର୍ଟ-ଭବାନୀଶଙ୍କର ମହାନ୍ତ

Leave a Reply

Your email address will not be published. Required fields are marked *

%d bloggers like this: