କୋଟପାଡ଼ ବଡଦାଣ୍ଡ ରାସ୍ତାରେ ଅଯଥା ପାର୍କିଙ୍ଗ, ଫଳରେ ଯାତାୟାତ ସମସ୍ୟା

କୋରାପୁଟ(YSN) : ଅବ୍ୟବସ୍ଥା ଘେରରେ ଗାନ୍ଧୀ ଛକ ଠାରୁ ବଡ଼ଦାଣ୍ଡ ରାସ୍ତା l କାରଣ ଗାନ୍ଧୀଛକ ଠାରୁ ବଡଦାଣ୍ଡ ରୋଡ଼ରେ ବିନାକାରଣରେ ଗାଡି ଗୁଡାକ ପlର୍କିଙ୍ଗ୍ କରି ବଡ଼ଦାଣ୍ଡ ରାସ୍ତାକୁ ଅବରୋଧ କରାଯାଉଅଛି l ଏଥି ଯୋଗୁ ଉକ୍ତ ରାସ୍ତାରେ ଯାତାୟାତ କରିବା ସକାଶେ ବିଭିନ୍ନ ସମସ୍ୟାର ସାମ୍ନା କରିବାକୁ ପଡୁଛି l ଏଥିପ୍ରତି ପ୍ରଶାସନ କୌଣସି ଧ୍ୟାନ ଦେଉନାହାନ୍ତି କି କୌଣସି ପଦକ୍ଷେପ ନେଉ ନେଉନାହାନ୍ତି, ଯାହାଦ୍ୱାରା ଯାତାୟାତର ଘୋର ସମସ୍ୟା ସହିତ ବିଭିନ୍ନ ଅସୁବିଧା ମାନ ଦେଖିବାକୁ ମିଳୁଛି l


ଏହି ବଡଦାଣ୍ଡ ରାସ୍ତାରେ ବିଦ୍ୟାଳୟ ଓ ମହାବିଦ୍ୟାଳୟ ଛାତ୍ର ଛାତ୍ରୀ, ଜଗନ୍ନାଥ ମହାପ୍ରଭୁଙ୍କ ଭକ୍ତମାନେ ଓ ରାମମନ୍ଦିରର ଭକ୍ତ ମାନେ ବହୁତ ଅସୁବିଧା ଦେଇ ଯିବା ଆସିବା କରନ୍ତି l ଏହି ପlର୍କିଙ୍ଗ ଫଳରେ ବହୁ ଦୁର୍ଘଟଣା ମାନ ଦେଖିବାକୁ ମିଳୁଛି ଏଣୁ କୋଟପାଡ଼ ଜନସାଧାରଣ ପ୍ରଶାସନ ପାଖରେ ଦାବି ଉପସ୍ଥାପନ କରୁଛନ୍ତି କି ଶୀଘ୍ର ଏହାର ସମାଧାନ କରାଯାଉ l ଏହି ସମସ୍ୟା ର ସମାଧାନ କରାଗଲେ ସମସ୍ତ ଯାତ୍ରୀ ଏବଂ କୋଟପାଡ଼ ଗ୍ରାମବାସୀ ଚିର ଉପକୃତ ହେବେ ବୋଲି କହିଛନ୍ତି l

ରିପୋର୍ଟ :ବିଜୟ କୁମାର ମିଶ୍ର ଓ ଅଶ୍ୱିନୀ ପଟ୍ଟନାୟକ

Leave a Reply

Your email address will not be published. Required fields are marked *

%d bloggers like this: