ବାସୁଗୁଡା ଠାରେ ଆରମ୍ଭ ହେଲା ନୂତନ ଆମିଷ ବଜାର

କୋରାପୁଟ(YSN)‌ : ଶେଷରେ ବହୁ ଦିନର ବ୍ୟବଧାନ ପରେ ଆଜି ବାସୁଗୁଡ଼ାର ଆମିଷ ବଜାର ବିଣିଜ୍ୟ ସଂଘର ସଭାପତି ଶ୍ରୀ ଗଣେଶ ଚନ୍ଦ୍ର ପଣ୍ଡା ଏବଂ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ଆଲୋକ ରଞ୍ଜନ ସାମନ୍ତରାୟ ଙ୍କ ଦ୍ୱାରା ଉଦଘାଟନ ହୋଇ ବ୍ୟବସାୟ କାର୍ଯ୍ୟ ଆରମ୍ଭ ହୋଇଥିଲା l ଏହି ପରିପ୍ରେକ୍ଷୀରେ ଆମିଷ ବ୍ୟବସାୟୀ ମାନେ ଏଠାରେ ସମସ୍ତ ସୁବିଧା ଥିବା ସହିତ ସେମାଙ୍କର ସମସ୍ତ ଦାବୀ ପୂରଣ ହୋଇଥିବାରୁ କୋଟପାଡ଼ ବିଜ୍ଞାପିତ ଅଞ୍ଚଳ ପରିଷଦର କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ଆଲୋକ ରଞ୍ଜନ ସାମନ୍ତରାୟ ଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ l

ଏହା ଦ୍ୱାରା କୋଟପାଡ଼ ଅଞ୍ଚଳର ଗ୍ରାହକ ବୁଦ୍ଧିଜୀବୀ ମାନେ ଆନନ୍ଦ ହେବା ସହିତ ଖୁସିବ୍ୟକ୍ତ କରିଥିଲେ l ଏହି ଉଦଘାଟନ କାର୍ଯ୍ୟରେ କାର୍ଯ୍ୟ ନିର୍ବାହୀ ଅଧିକାରୀ ଆଲୋକ ରଞ୍ଜନ ସାମନ୍ତରାୟ ସହିତ ପ୍ରେସ କ୍ଳବର ସଭାପତି ଶ୍ରୀ ପଙ୍କଜ କୁମାର ପାତ୍ର, ବାଣିଜ୍ୟ ସଂଘର ଉପସଭାପତି ଶ୍ରୀ ଅଜିତ ପାତ୍ର, ସମ୍ପାଦକ ଶ୍ରୀ ଦେବୀ ପ୍ରସାଦ ପଣ୍ଡା, ଶ୍ରୀ ମୁକ୍ତେଶ୍ଵର ନାୟକ, ଶ୍ରୀ ରାଜେନ୍ଦ୍ର ପ୍ରସାଦ ନାୟକ, ଶଙ୍କର ରାଓ, ଶ୍ରୀକାନ୍ତ ମିଶ୍ର, ବିରେନ ବିଷୋୟୀ,ଟି ତୁଳସୀ ରାଓ, କେ. ରମେଶ, ନନ୍ଦୀ ସାର୍ ଓ ଏନ୍ଏସି ର ସମସ୍ତ କର୍ମଚାରୀ ଏବଂ କୋଟପାଡ଼ ଅଞ୍ଚଳ ର ସମସ୍ତ ଗଣମାନ୍ୟ ବୁଦ୍ଧିଜୀବୀଙ୍କ ସହିତ ଗ୍ରାହକ ମାନେ ଉପସ୍ଥିତ ଥିଲେ l

ରିପୋର୍ଟ :ବିଜୟ କୁମାର ମିଶ୍ର ଓ ଅଶ୍ୱିନୀ ପଟ୍ଟନାୟକ

Leave a Reply

Your email address will not be published. Required fields are marked *

%d bloggers like this: