ମମତା ବାନାର୍ଜୀଙ୍କୁ ଆଉ ଏକ ଝଟକା:ଟିଏମସି ଛାଡ଼ିଲେ ଆଉ ଜଣେ ମନ୍ତ୍ରୀ

କୋଲକାତା : ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ପୁଣିଥରେ ଝଟକା ଲାଗିଛି। ନିର୍ବାଚନ ଯେତେ ନିକଟତର ହେଉଛି ସେତେ ତୃଣମୁଳ କଂଗ୍ରେସରୁ ନେତାଙ୍କ ଇସ୍ତଫା ଦେବା ବଢିବାରେ ଲାଗିଛି।ମମତାଙ୍କ ସରକାରରେ ଥିବା ଜଙ୍ଗଲ ମନ୍ତ୍ରୀ ରାଜୀବ ବାନାର୍ଜୀ ଆଜି ରାଜ୍ୟ କ୍ୟାବିନେଟ୍‌ରୁ ଇସ୍ତଫା ଦେଇଛନ୍ତି। ସେ ତାଙ୍କ ଇସ୍ତଫା ପତ୍ର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନିକଟକୁ ପଠାଇଛନ୍ତି।ହେଲେ ସେ କାହିଁକି ଇସ୍ତଫା ଦେଲେ, ସେ ସମ୍ପର୍କରେ କିଛି ବି ସୂଚନା ପ୍ରଦାନ କରିନାହାନ୍ତି।

ନିଜର ଇସ୍ତଫା ପତ୍ରରେ ରାଜୀବ ବାନାର୍ଜୀ ଲେଖିଛନ୍ତି ଯେ, ପଶ୍ଚିମବଙ୍ଗର ଲୋକଙ୍କୁ ସେବା କରି ମୁଁ ଗର୍ବିତ। ଜନସାଧାରଣ ଏଭଳି ସୁଯୋଗ ଦେଇଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଦେଉଛି।ରାଜୀବ ୪ର୍ଥ ମନ୍ତ୍ରୀ ଭାବେ ମମତାଙ୍କ କ୍ୟାବିନେଟ୍‌ରୁ ଇସ୍ତଫା ଦେଇଛନ୍ତି।

Leave a Reply

Your email address will not be published. Required fields are marked *

%d bloggers like this: