କୃଷି ଆଇନକୁ ବିରୋଧ କରି ଆଜି ଚାଷୀଙ୍କ ଚକା ଜାମ୍ ଆନ୍ଦୋଳନ

ନୁଆଦିଲ୍ଲୀ(YSN) : ନୂଆଦିଲ୍ଲୀରେ କୃଷି ବିଲ୍ ବିରୋଧରେ ଚାଷୀଙ୍କ ଆନ୍ଦୋଳନ ଜାରି ରହିଛି। କୃଷି ଆଇନ ବିରୋଧରେ ଆନ୍ଦୋଳନକୁ ଜୋରଦାର କରିଛନ୍ତି ଚାଷୀ । ଆଜି ସାରା ଦେଶରେ ଚକା ଜାମ୍‌ର ଆହ୍ୱାନ ଦିଆଯାଇଛି।ତିନି ଘଣ୍ଟା ପାଇଁ ଏହି ଆନ୍ଦୋଳନ ହେବ। ଏହି ବନ୍ଦ ଦିନ ୧୨ଟା ରୁ ଆରମ୍ଭ ହୋଇ ଅପରାହ୍ନ ୩ ଟା ପର୍ଯ୍ୟନ୍ତ ଦେଶବ୍ୟାପୀ ଚାଲିବ। ଭାରତୀୟ କୃଷକ ସଂଘର ନେତା ରାକେଶ ଟିକାଏତ ଏହି ଆହ୍ବାନ ଦେଇଛନ୍ତି।୪୦ଟି କୃଷକ ସଂଗଠନକୁ ନେଇ ଗଠିତ ସଂଯୁକ୍ତ କିଷାନ ମୋର୍ଚ୍ଚା ପକ୍ଷରୁ ଏହି ଚକାଜାମ୍ ଡାକରା ଦିଆଯାଇଛି । ତେବେ ଉତ୍ତରପ୍ରଦେଶ ଓ ଉତ୍ତରାଖଣ୍ଡରେ ଆଜି ଚକା ଜାମ୍ କରାଯିବ ନାହିଁ ।ସେହିପରି ଓଡିଶାରେ ଏହି ବନ୍ଦକୁ ସମର୍ଥନ କରିଛି ନବ ନିର୍ମାଣ କୃଷକ ସଂଗଠନ। ଏହାର କର୍ମିମାନେ ଭୁବନେଶ୍ବରର ମୁଖ୍ୟରାସ୍ତାରେ ଚକାବନ୍ଦ କରିବେ।ଚକା ଜାମ ସମୟରେ ଆମ୍ବୁଲାନ୍ସ, ସ୍କୁଲ ବସ୍‌ ଆଦିକୁ ଅଟକା ଯିବ ନାହିଁ ବୋଲି ସଂଗଠନର ମୁଖ୍ୟ ଅକ୍ଷୟ କୁମାର ସୂଚନା ଦେଇଛନ୍ତି। ସଂଗଠନର ଘୋଷଣା ପରେ ପୋଲିସ ପ୍ରଶାସନ ତରଫରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି।

 

 

Leave a Reply

Your email address will not be published. Required fields are marked *

You may have missed

ଆଜି ଆମ ଯୁବଶକ୍ତି ନ୍ୟୁଜ୍ ଚ୍ୟାନେଲ ର ମୁଖ୍ୟ ସମ୍ପାଦକ ଇଂ ଦିବ୍ୟ ରଞ୍ଜନ ପ୍ରଧାନ ଙ୍କ ସାର୍ଟିଫିକେଟ ଅନୁସାରେ ଶୁଭ ଜନ୍ମଦିନ । ଆଜିର ଏହି ସାର୍ଟିଫିକେଟ ଜନ୍ମଦିନ ଅବସରରେ ଆମ ମୁଖ୍ୟ ସମ୍ପାଦକ ଙ୍କ ବିଷୟରେ କିଛି ଜଣା ଅଜଣା କଥା । ୧୯୯୧ ମସିହା ଫ୍ରେବୃୟାରି ମାସ ୧ ତାରିଖ ପବିତ୍ର ଶ୍ରୀ ପଞ୍ଚମୀ ସରସ୍ଵତୀ ପୂଜା ଦିନ ଅଭିଭକ୍ତ ପୁରୀ ଜିଲ୍ଲାର ରଣପୁର ଠାରେ (ବର୍ତ୍ତମାନ ନୟାଗଡ଼ ଜିଲ୍ଲା ) ଜନ୍ମ ଗ୍ରହଣ କରିଥିଲେ ଦିବ୍ୟ ରଞ୍ଜନ । ପିତା ରାଜସ୍ବ ବିଭାଗର ଉଚ୍ଚ ପଦସ୍ଥ ଅଧିକାରୀ ଏବଂ ମାତା ସୁଗୃହିଣୀ ନିଜ ପୁତ୍ର ସନ୍ତାନ ସରସ୍ଵତୀ ପୂଜା ଦିନ ଜନ୍ମ ଗ୍ରହଣ କରିଥିବାରୁ ଡାକ ନାମ ସାରସ୍ଵତ ରଖିଥିଲେ ଏବଂ ଶ୍ରଦ୍ଧା ରେ ଲୁଲୁ ଡାକନ୍ତି ଏବଂ ଭଲ ନାମ ଦିବ୍ୟ ରଞ୍ଜନ। ତୁଳସୀ ଦୁଇ ପତ୍ରରୁ ବାସିଲା ପରି ପିଲାଟି ଦିନରୁ ଜଣେ ମେଧାବୀ ଛାତ୍ର ଥିଲେ ଦିବ୍ୟ ରଞ୍ଜନ । ପରବର୍ତୀ ସମୟରେ ନିଜ ଜନ୍ମଭୂମି ରଣପୁର ଠାରେ ନିଜର ହାଇସ୍କୁଲ ପାଠ୍ୟକ୍ରମ ସରିଲା ପରେ ଇଞ୍ଜିନିୟରିଂ ଶିକ୍ଷା ପାଇଁ ଯେ ଯୋଗ ଦିଅନ୍ତି KIIT UNIVERSITY ଭୁବନେଶ୍ୱର ରେ । KIIT UNIVERSITY ରେ ମେକାନିକାଲ ଇଞ୍ଜିନିୟରିଂ ଶିକ୍ଷା ସମୟରେ ସେ ଯୋଗ ଦିଅନ୍ତି ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମ ରେ । ରାଜନୀତି ରେ ବିଶେଷ ରୁଚି ରଖୁଥିବା ଦିବ୍ୟ ରଞ୍ଜନ ଙ୍କର ଛାତ୍ର ଜୀବନ ରାଜନୀତି ଏହିଠାରୁ ହିଁ ଆରମ୍ଭ ହୁଏ । KIIT UNIVERSITY *College Representative* ହିସାବରେ ବହୁମତରେ ନିର୍ବାଚିତ ହୁଅନ୍ତି ଦିବ୍ୟରଞ୍ଜନ ।ଏହିଠାରୁ ହିଁ ଆରମ୍ଭ ହୁଏ ଛାତ୍ର ରାଜନୀତି ର ପ୍ରଥମ ସୋପାନ । ପରବର୍ତୀ ସମୟରେ KIIT UNIVERSITY ରୁ Mechanical Engineering Degree ରେ ୯୦ ପ୍ରତିଶତ ରୁ ଅଧିକ ମାର୍କ ରଖି କୃତକାର୍ଯ୍ୟ ହୁଅନ୍ତି ଦିବ୍ୟ ରଞ୍ଜନ। ତା ସହିତ ଏକା ସାଥିରେ ୪ଟି ବଡ଼ ବଡ଼ କମ୍ପାନୀ ରେ କ୍ୟାମ୍ପସ ସିଲେକ୍ସନ ହୁଅନ୍ତି ଦିବ୍ୟ ରଞ୍ଜନ । ତାପରେ ଆରମ୍ଭ ହୁଏ ନିଜର କର୍ମମୟ ଜୀବନ ୪ ଟି ବଡ଼ ବଡ଼ କମ୍ପାନୀ ମଧ୍ୟରୁ ସେ ବାଛି ନିଅନ୍ତି Hero Motocorp New Delhi ରେ । ସେଠାରେ Asst. Engineer ହିସାବରେ କାର୍ଯ୍ୟ ଆରମ୍ଭ କରନ୍ତି ଏବଂ ସେହି ଏକା ସମୟରେ Mumabai Amity University ରେ MJMC ( Master in Journalism & Mass Communication ) ଅଧ୍ୟୟନ କରନ୍ତି । ଏକା ସମୟରେ ଦିଲ୍ଲୀ ଚାକିରୀ ଏବଂ ମୁମ୍ବାଇ ରେ ଶିକ୍ଷା କୁ ଶେଷ କରନ୍ତି ଦିବ୍ୟ ରଞ୍ଜନ । ତାପରେ ଏକ ନୂତନ ଅଫର୍ ଆସେ TATA STEEL ଜାମସେଦପୁର ରୁ । ଏବଂ ସେ ଯୋଗ ଦିଅନ୍ତି Mechanical Manager ହିସାବରେ TATA STEEL ଜାମସେଦପୁର ରେ । ତାପରେ Transfer ହୋଇ ଆସନ୍ତି TATA STEEL KALINGA NAGAR ରେ ଏବଂ ସେଠାରେ Sr. Manager Mechanical ହିସାବରେ କାର୍ଯ୍ୟ କରନ୍ତି । ପରେ ପରେ AGM Mechanical ପୋଷ୍ଟ୍ କୁ ପଦୋର୍ଣ୍ଣତି ପାଇ ଆସନ୍ତି TATA STEEL BSL ANGUL କୁ । ଯେହେତୁ ସେ ଏକା ଧାରା ରେ ଜଣେ ଇଞ୍ଜିନିୟର ଏବଂ ସାମ୍ବାଦିକ ସେହି କାରଣରୁ ଏହି ଇଞ୍ଜିନିୟର ଚାକିରୀ ସମୟ ମଧ୍ୟରେ ସେ ଯୋଗ ଦିଅନ୍ତି ବିଭିନ୍ନ ମିଡ଼ିଆ ସଂସ୍ଥା ରେ ଏବଂ ଏହି ସମୟ ମଧ୍ୟରେ ଗତ ୨୦୧୮ ମସିହାରେ ଆରମ୍ଭ କରନ୍ତି ନିଜର ଏକ ୱେବ୍ ଚ୍ୟାନେଲ ଓଡ଼ିଶା ଖବର । ଏବଂ ପରବର୍ତି ସମୟରେ ଦୁଇଟି ଯାକ ପେଶା କୁ ସଠିକ୍ ଭାବରେ ସମୟ ଦେଇ ନ ପାରିବା ରୁ ଗତ ୨୦୨୦ ମସିହା ଫ୍ରେବୃୟାରୀ ମାସରେ TATA STEEL BSL ରୁ AGM MECHANICALପୋଷ୍ଟ କୁ ସବୁ ଦିନ ପାଇଁ ନିଜ ତରଫରୁ ଛାଡ଼ି ଆରମ୍ଭ ହୁଏ ଆଉ ଏକ ନୂତନ ପରି କଳ୍ପନା ଏବଂ ଗତ ଏପ୍ରିଲ ମାସ ୧ ତାରିଖ ୨୦୨୦ ଉତ୍କଳ ଦିବସ ଦିନ ଗଠନ କରନ୍ତି ଓଡ଼ିଶାର ଶିକ୍ଷିତ ଏବଂ ଆଗ୍ରହୀ ଯୁବକ ଯୁବତୀ ମାନଙ୍କ ପାଇଁ ଏକ ନୂତନ ଚ୍ୟାନେଲ *ଯୁବଶକ୍ତି ନ୍ୟୁଜ୍ ଓଡ଼ିଶା* । ଯାହା ର ସଦସ୍ୟ ଆଜି ଆମେ ମାନେ ସମସ୍ତେ । ଏହି ଚ୍ୟାନେଲ ମାଧ୍ୟମରେ ସେ ଲକ୍ଷ୍ୟ ରଖନ୍ତି ଓଡ଼ିଶାର ଅଗଣିତ ଦୁଃଖୀ ଦରିଦ୍ର ଏବଂ ଅସହାୟ ନିଷ୍ପେସିତ ମାନଙ୍କ ସେବା କରିବା । ଏବଂ ସେହି ବିଚାର ଧାରାରେ ସେ ଆଗକୁ ବଢ଼ୁଛନ୍ତି ମଧ୍ୟ । ଏହି ଚ୍ୟାନେଲ କୁ ଆଗାମୀ ଦିନରେ ଏକ ସାଟେଲାଇଟ୍ ଚ୍ୟାନେଲ କରିବାର ପରିକଳ୍ପନା ମଧ୍ୟ ରଖିଛନ୍ତି ଦିବ୍ୟ ରଞ୍ଜନ । ଆପଣ ମାନେ ଜାଣି ଖୁସି ହେବେ ଏହି ଚ୍ୟାନେଲ ମାଧ୍ୟମରେ ଗତବର୍ଷ ୨୦୨୦ ମସିହା ବର୍ଷାଦିନ ସମୟରେ ଓଡ଼ିଶାରେ ଏକ ସବୁଜ ଓଡ଼ó

%d bloggers like this: