ସଡକ ଦୁର୍ଘଟଣାରେ ଜଣେ ମୃତ ଜଣେ ଗୁରୁତର

ମାଲକାନଗିରି(YSN) : ମାଲକାନଗିରି ଜିଲ୍ଲାର ତରଲାକୋଟା ନିକଟରେ ବିଳମ୍ବିତ ରାତିରେ ମର୍ମତୁଦ ସଡକ ଦୁର୍ଘଟଣା ଘଟିଛି । ଏହି ଘଟଣାରେ ଜଣେ ମୃତ ଓ ଜଣେ ଗୁରୁତର ଆହତ ହୋଇଛନ୍ତି । ସୂଚନା ଅନୁଯାଇ ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ ତରଲାକୋଟା ଛକ ନିକଟରେ ଆଜି ସନ୍ଧ୍ୟାରେ ଏକ ଟ୍ରାକ୍ଟର ଓ ମୋଟରସାଇକେଲ ମଧ୍ୟରେ ମୁହାଁମୁହିଁ ଦୁର୍ଘଟଣା ହୋଇଥିଲା । ଏହି ଦୁର୍ଘଟଣାରେ ଦୁଇଜଣ ମୋଟର ସାଇକେଲ ଆରୋହିଙ୍କ ମଧ୍ୟରୁ ଜଣେ ଘଟଣା ସ୍ଥଳରେ ହିଁ ମୃତ୍ୟ ବରଣ କରିଥିବା ବେଳେ ଅନ୍ୟଜଣେ ଗୁରୁତର ଆହତ ହୋଇଥିଲେ । ଆହତ ବ୍ୟକ୍ତିଙ୍କୁ ମାଲକାନଗିରି ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଛି । ମୃତ ବ୍ୟକ୍ତି ଜଣଙ୍କ ସତ୍ୟନାରାୟଣ ନାଏକ (୫୫) ସେ ମାଲକାନଗିରି ପ୍ରଧାନୀଗୁଡାର ବୋଲି ଜଣାପଡିଥିବା ବେଳେ ବର୍ତମାନ ସୁଧା ଆହତ ବ୍ୟକ୍ତିଙ୍କ ପରିଚୟ ମିଳିପାରିନାହି ।

ରିପୋର୍ଟ:- ପବିତ୍ର କୁମାର ବିଶ୍ୱାସ

Leave a Reply

Your email address will not be published. Required fields are marked *

%d bloggers like this: