କୃଷି ଆନ୍ଦୋଳନ ପ୍ରଭାବରେ କାଲିମେଳା ମୁଖ୍ୟ ରାସ୍ତାରେ ଚକାଜାମ

ମାଲକାନଗିରି(YSN) : ମାଲକାନଗିରି ଜିଲ୍ଲା କାଲିମେଳା ମୁଖ୍ୟ ରାସ୍ତାରେ କୃଷି ଆଇନକୁ ବିରୋଧ କରି ଦେଶବ୍ୟାପି ଚାଷୀ ସଂଗଠନଗୁଡ଼ିକ ପକ୍ଷରୁ ୩ ଘଣ୍ଟିଆ ଚକାଜାମ୍‌ କରାଯାଇଛି । ମାଲକାନଗିରି ଜିଲ୍ଲାରେ ମଧ୍ୟ ବିଭିନ୍ନ ସଙ୍ଗଠନ ପକ୍ଷରୁ ଚକାଜାମ କରାଯାଇଛି । ଜିଲ୍ଲାର ୩୨୬ ନମ୍ବର ଜାତୀୟ ରାଜପଥ କୁ କୃଷକ ସଂଘଠନ ଦ୍ବାରା ୩ ଘଣ୍ଟିଆ ଚକାଜାମ୍‌ କରାଯାଇଥିଲା। ଚାଷୀ ସଂଗଠନ ଗୁଡ଼ିକର ଶାନ୍ତିପୂର୍ଣ୍ଣ ସତ୍ୟାଗ୍ରହକୁ କଂଗ୍ରେସ ପକ୍ଷରୁ ସମର୍ଥନ କରାଯାଇଛି ।ଦିଲ୍ଲୀ କୃଷକ ଆନ୍ଦୋଳନର ସମର୍ଥନରେ ମାଲକାନଗିରି ଜିଲ୍ଲା ବ୍ୟାପୀ ଆଜି ରାସ୍ତା ରୋକ କରାଯାଇଥିଲା।ରାଷ୍ଟ୍ରୀୟ କିଷାନ ମଜଦୁର ମହାସଂଘ ତରଫରୁ ସମ୍ପୂର୍ଣ୍ଣ ସମର୍ଥନ ସହ ଓଡିଶାର ସମସ୍ତ ଜନସାଧାରଣ ମାନଙ୍କୁ କୃଷକ ଉପରେ ହେଉଥିବା ଆକ୍ରମଣକୁ ବିରୋଧ ସହ ଏହି ବନ୍ଦ କୁ ସମର୍ଥନ ଦେବା ତଥା ଓଡିଶାର ସମସ୍ତ କୃଷକ ମଜଦୁର ସଂଗଠନ , ସରକାରୀ ବେସରକରି ସଂଗଠନ , ରାଜନୈତିକ ସଂଗଠନ , ବସ ସଂଘ , ଅଟୋ ସଂଘ ଏବଂ ଅନ୍ୟ ସମସ୍ତ ସଙ୍ଗଠନ ମାନଙ୍କୁ ଏହି ୩ ଘଣ୍ଟିଆ ଭାରତ ବନ୍ଦ ଡାକରାରେ ସାମିଲ ହେବେ ପାଇଁ ସଂଗଠନ ପକ୍ଷରୁ ନିବେଦନ କରାଯାଇଥିଲା।

ରିପୋର୍ଟ: ସୁମନ ପାଲ୍

Leave a Reply

Your email address will not be published. Required fields are marked *

%d bloggers like this: