ଚା ଖଟିରେ ଆସିକାର ବିଭିନ୍ନ ସମସ୍ୟାକୁ ନେଇ ବୁଦ୍ଧିଜୀବୀ ମାନଙ୍କ ସହ ଆଲୋଚନା କରିଲେ ଅପରାଜିତା ଷଡ଼ଙ୍ଗୀ

ଗଞ୍ଜାମ(YSN) : ଗତକାଲି ରାତିରେ ଆସ୍କା ରେ ପହଂଚିଥିବା ରାଷ୍ଟ୍ରୀୟ ପ୍ରବକ୍ତା ତଥା ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଆଜି ସକାଳୁ ଚା ଖଟିରେ ଯୋଗଦେଇ ଆସିକାର ବିଭିନ୍ନ ସମସ୍ୟାକୁ ନେଇ ବୁଦ୍ଧିଜୀବୀ ମାନଙ୍କ ସହ ଆଲୋଚନା କରିଥିଲେ l ବିଶେଷ କରି ଆସିକା ଜନସାଧାରଣଙ୍କ ମୌଳିକ ସମସ୍ୟା,ସୁଗାର ଫେକ୍ଟ୍ରି ର ସମସ୍ୟା, ଆସିକା ଡ୍ରେନେଜର ଅବ୍ୟବସ୍ଥା, ବନ୍ୟା ପରିସ୍ଥିତି ଭଳି ସମ୍ବେଦନ ଶୀଳ ପ୍ରସଙ୍ଗ ସହ ଅଟୋଚାଳକ ସଙ୍ଘ ଏବଂ ବଣିକ ସଙ୍ଘର ସମସ୍ୟାକୁ ନେଇ ସ୍ଥାନୀୟ ଲୋକ ମାନଙ୍କ ସହ ଆଲୋଚନା କରିଥିଲେ l ଏହି ଚା’ ଖଟିରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ସହିତ ସ୍ଥାନୀୟ ଅଞ୍ଚଳର ଭାରତୀୟ ଜନତା ପାର୍ଟିର ବହୁ ବରିଷ୍ଠ ନେତା ଓ ସଦସ୍ୟ ଯୋଗଦେଇ ଥିଲେ |

ରିପୋର୍ଟ:-ଦୀପକ ଗୌଡ଼

Leave a Reply

Your email address will not be published. Required fields are marked *

%d bloggers like this: