କେମିତି କଟିବ ଆଜିର ଦିନ

*🌹🌼👉ମହାବୀର ପଞ୍ଜିକା👈🌼🌹*
*✧═════•❁❀❁•═════✧*
*ଅଦ୍ୟ ଫେବୃଆରୀ ୦୮ ତାରିଖ ୨୦୨୧ ମସିହା(ସୋମବାର)*
*ଶକାବ୍ଦ -୧୯୪୨*
*ସମ୍ବତ -୨୦୭୭*
*ସାଲ-୧୪୨୮*
*ସମ୍ବତ୍ସର -ଆନନ୍ଦୋ*
*ମାଘମାସ-କୃଷ୍ଣପକ୍ଷ*
*ତିଥି-ଦ୍ଵାଦଶୀ ରାତ୍ରି ଘ୦୩/୧୬ ପର୍ଯ୍ୟନ୍ତ ତଦନ୍ତେ ତ୍ରୟୋଦଶୀ* *ନକ୍ଷତ୍ର-ମୂଳା ଦିବା ଘ୦୩/୫୯ ପର୍ଯ୍ୟନ୍ତ ତଦନ୍ତେ ପୂର୍ବଷାଢା*
*ଚନ୍ଦ୍ର – ଧନୁ*
*ଯୋଗ-ହର୍ଷଣ*
*କରଣ-କୌଳବ*
*ସୌରମାସ -ମକର ୨୬ ଦିନ*
*✧═════•❁❀❁•═════✧*
*ସୁର୍ୟୋଦୟ -ପ୍ରାତଃ ଘ୦୬/୨୩/୪୧*
*ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୩୯/୨୯*
*✧═════•❁❀❁•═════✧*
*ଯୋଗିନୀ ନୈରୁତେ ରାତ୍ରି ଘ ୦୩/୧୬ ଗତେ ଦକ୍ଷିଣେ*
*ତୁଳା ଓ କୁମ୍ଭ ରାଶିର ଘାତଚନ୍ଦ୍ର*
*ମିଥୁନ ରାଶିର ଘାତବାର*
*ଦ୍ୱାଦଶୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ*
✧═════•❁❀❁•════*
*କାଳବେଳା – ଦିବା ଘ୦୭/୪୭ ଗତେ ଘ ୦୯/୧୦ ମଧ୍ୟେ*
*ବାରବେଳା – ଦିବା ଘ୦୨/୫୩ ଗତେ ଘ ୦୪/୨୭ ମଧ୍ୟେ*
✧═════•❁❀❁•════*
*ବିଶୁଦ୍ଧ ଅମୃତବେଳା- ଦିବା ଘ୦୭/୪୫ ମଧ୍ୟେ ଓ ଘ୦୧/୨୭ ଗତେ ଘ୦୨/୫୧ ମଧ୍ୟେ*
*ବିଶୁଦ୍ଧ ମାହେନ୍ଦ୍ରବେଳା- ଦିବା ଘ୦୯/୧୨ ଗତେ ଘ ୧୦/୩୪ ମଧ୍ୟେ ଓ ରାତ୍ରି ଘ୧୨/୦୮ ଗତେ ଘ୦୧/୦୩ ମଧ୍ୟେ*
*✧═════•❁❀❁•═════
*ଆଦ୍ୟ ପୋଇ ରାତ୍ରି ଘ ୦୩/୧୬ ଗତେ ବାଇଗଣ ଭକ୍ଷଣ ନିଷେଧ*
*✧═════•❁❀❁•═════✧*
*🌼🌹꧁ ଆଜିର ରାଶିଫଳ꧂🌹🌼*
*✧═════•❁❀❁•═════✧*
*ମେଷ* 👉
*ଅଭାବ ଲାଗି ରହିଥିଲେ ମଧ୍ୟ ଧାରକରଜ କରି କାମ ତୁଲାଇନେବାକୁ ବାଧ୍ୟ ହୋଇପାରନ୍ତି। କାଳେ ଦେବାକୁ ପଡ଼ିବ, ଏହି ବିଷୟ ମନରେ ଚିନ୍ତାକରି ସମ୍ପର୍କୀୟମାନେ ପାଖ ମାଡ଼ିବେ ନାହିଁ। ପରିବାର ଓ ପରିବହନ ତଥା ବ୍ୟବସାୟିକ ଦିଗରୁ ଲାଭବାନ୍‌ ହେବେ। ଯାନବାହନରେ ସତର୍କ ରୁହନ୍ତୁ, ଅନ୍ୟଥା ସମସ୍ୟା ଆସିପାରେ।*
*✧═════•❁❀❁•═════✧*
*ବୃଷ* 👉
*ପାରିବାରିକ କ୍ଷେତ୍ରରେ କାହାର ଛୋଟ କଥାକୁ ଧରି ବସିବା ଠିକ୍‌ ହେବନାହିଁ। ଆଜିର ବନ୍ଧୁମିଳନ ପ୍ରକୃଷ୍ଟ ସମୟ କହିଲେ ଅତ୍ୟୁକ୍ତି ହେବନାହିଁ। ବ୍ୟବସାୟ, କଚେରି ମାମଲା, ପରିବହନ ଦିଗରୁ ଲାଭବାନ୍‌ ହେବେ। ଆଜି କର୍ମକ୍ଷେତ୍ର କିମ୍ବା ଆନୁଷ୍ଠାନିକ କାମରେ ଦୃଢ଼ ପଦକ୍ଷେପ ଗ୍ରହଣ କରି କାମ ହାସଲ କରିବେ।*
*✧═════•❁❀❁•═════✧*
*ମିଥୁନ*👉
*ଆକସ୍ମିକ କୌଣସି ବ୍ୟକ୍ତିଙ୍କ ଉପସ୍ଥିତି ଆପଣଙ୍କ ସକାଶେ କିଛି ଅସୁବିଧା ସୃଷ୍ଟି ହୋଇପାରେ। ବହୁଦିନରୁ ରହିଯାଇଥିବା ଅର୍ଥ ଆଦାୟ କରିବାରେ ସକ୍ଷମ ହେବେ। ବାକ୍‌ ଅସଂଯମତା ଯୋଗୁ ସୁସମ୍ପର୍କ ବ୍ୟାହତ ହୋଇପାରେ। ବ୍ୟବସାୟରେ ଲାଭ ମିଳିବ, ମାତ୍ର ପରିସ୍ଥିତିବଶତଃ ଅନ୍ୟ ବାଟରେ ବ୍ୟୟ ହୋଇଯିବା ସୂଚନା ରହିଛି।*
*✧═════•❁❀❁•═════✧*
*କର୍କଟ* 👉
*ଆଜି ବିଭିନ୍ନ ପ୍ରକାର ଘଟଣା ପ୍ରବାହଜନିତ ମାନସିକ ଅସ୍ଥିରତା କାରଣରୁ ଲାଗି ରହିବ। ଅ-ନାମାକ୍ଷର ବ୍ୟକ୍ତି ପରୋକ୍ଷଭାବେ ଶତ୍ରୁତା କରୁଥିବା ଲୋକ ବିଷୟରେ ବନ୍ଧୁଙ୍କ ସହ ଆଲୋଚନା ଜାରି ରଖିଲେ ଉପକୃତ ହୋଇପାରିବେ। କୌଣସି ବନ୍ଧୁ ସ୍ବତଃପ୍ରବୃତ୍ତ ଭାବରେ ସାହାଯ୍ୟ କରିବାକୁ ଆଗେଇ ଆସିବା ସମ୍ଭାବନା ରହିଛି।*
*✧═════•❁❀❁•═════✧*
*ସିଂହ* 👉
*ରାଜନୈତିକ କ୍ଷେତ୍ରରେ ଅସଫଳ କାମଗୁଡ଼ିକର ସମୀକ୍ଷା କରିପାରନ୍ତି। ବ-ନାମାକ୍ଷର ବ୍ୟକ୍ତିମାନେ ବହୁ ପ୍ରତୀକ୍ଷିତ ଖବରଟି ଆଜି ଅପରାହ୍ନେ ପାଇପାରିବେ। ଆଗାମୀ କାଲିର ମାଙ୍ଗଳିକ କାର୍ଯ୍ୟ ସକାଶେ ପ୍ରସ୍ତୁତିପର୍ବ ଜୋର୍‌ଦାର କରିପାରନ୍ତି। କୌଣସି ଆତ୍ମୀୟଙ୍କ ଅସହଯୋଗ ଓ ପରୋକ୍ଷ ସମାଲୋଚନାରେ କ୍ଷୁବ୍ଧ ହୋଇପାରନ୍ତି।*
*✧═════•❁❀❁•═════✧*
*କନ୍ୟା* 👉
*ଆଜି ବନ୍ଧୁଙ୍କ ପରାମର୍ଶାନୁଯାୟୀ କିଛି ନୂତନ କାମ ଆରମ୍ଭ କରିବା ସକାଶେ ଚେଷ୍ଟା କରିପାରନ୍ତି। ପାରିବାରିକ କ୍ଷେତ୍ରରେ କୌଣସି ସମସ୍ୟାକୁ ସହଜରେ ସମାଧାନ କରିବାରେ ସଫଳ ହେବେ। ଘ-ନାମାକ୍ଷର ବ୍ୟକ୍ତି ସାଙ୍ଗଠନିକ ସ୍ତରରେ ନେତୃତ୍ୱ ନେଇ କିମ୍ବା ପ୍ରଶାସନିକ ସ୍ତରରେ ଦକ୍ଷତାଭିତ୍ତିକ ପ୍ରଶଂସନୀୟ କାମ କରିବେ।*
*✧═════•❁❀❁•═════✧*
*ତୁଳା* 👉
*ପ୍ରତ୍ୟେକ ସ୍ତରରେ ସମସ୍ତ ପ୍ରକାର ସୁବିଧା ଥିଲେ ମଧ୍ୟ କେତେକ କାମ ଅଧୁରା ରହିଯିବା ଆଶଙ୍କା ଦେଖାଦେବ। ବ୍ୟବସାୟ,ପରିବହନ ,କ୍ରୀଡ଼ା ଓ ଚଳଚ୍ଚିତ୍ରରେ, ସଭାସମିତିରେ ସମସ୍ୟା ସମାଧାନ ହେବ। ପୁଷ୍ୟା ନକ୍ଷତ୍ରର ବୃଦ୍ଧ ପିତାମାତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ଘଟିବାରୁ ସାମୟିକ ଆଶ୍ୱସ୍ତି ଅନୁଭବ କରିବେ।*
*✧═════•❁❀❁•═════✧*
*ବିଛା* 👉
*ଆପଣ ଯେତେ ପ୍ରକାର ସୁବିଧା ସୁଯୋଗ ସୃଷ୍ଟି କଲେ ମଧ୍ୟ ପାରିବାରିକ ସ୍ଥିରତା ହଠାତ୍‌ ଆସି ନ ପାରେ। ମ-ନାମାକ୍ଷର ବ୍ୟକ୍ତିମାନେ ସତର୍କରେ ନ ଚଳିଲେ ବିବାଦ ଘେରରେ ପଡ଼ିପାରନ୍ତି। ବୁଦ୍ଧିଜୀବୀମାନଙ୍କ ଦ୍ୱାରା ସାହିତ୍ୟ, କଳା, ବୈଷୟିକ କ୍ଷେତ୍ରରୁ ପ୍ରଶଂସିତ ହେବେ। ହଠାତ୍‌ କୌଣସି କ୍ଷେତ୍ରରେ ପ୍ରତିକ୍ରିୟାଶୀଳ ହୁଅନ୍ତୁ ନାହିଁ।*
*✧═════•❁❀❁•═════✧*
*ଧନୁ*👉
*ଆଜି ଆପଣ ଆତ୍ମୀୟସ୍ବଜନ କିମ୍ବା ପାଖ ପଡ଼ୋଶୀଙ୍କ ଠାରୁ ସହଯୋଗ ଲାଭକରି କାମଟିକୁ ପୂରା କରିପାରିବେ। ପ-ନାମାକ୍ଷର ବ୍ୟକ୍ତିଙ୍କ ଜମିଜମା, ଗୃହସୀମା କିମ୍ବା ଘରଭଡ଼ାକୁ କେନ୍ଦ୍ରକରି ସାମାନ୍ୟ ଝଗଡ଼ା ସୃଷ୍ଟି ହୋଇପାରେ। ଯାନ୍ତ୍ରିକ ଶିଳ୍ପ ଓ ପରିବହନ କ୍ଷେତ୍ରରେ ଆଶା ଅନୁରୂପ ଫଳ ପାଇବେ। ଖର୍ଚ୍ଚ ପରିମାଣ କ୍ରମଶଃ ବୃଦ୍ଧି ପାଇପାରେ।*
*✧═════•❁❀❁•═════✧*
*ମକର*👉
*ଆଜି ଏଣୁତେଣୁ ଗୁଡ଼ାଏ କଥା ମନରେ ସ୍ଥାନ ଦେବା କାରଣରୁ କୌଣସି ଅଭାବ ନ ଥାଇ ମଧ୍ୟ ମନଟା ଭଲ ଲାଗିବ ନାହିଁ। ପିଲାଙ୍କ ଆଚରଣରେ ପରିବର୍ତ୍ତନ ଆସିପାରେ,ଏଣୁ ମନଟା ସାମୟିକ ଭାବରେ ଗୋଳମାଳିଆ ରହିବ। ପରିବାରରେ ସୁଖଶାନ୍ତି ସାଙ୍ଗକୁ ସ୍ଥଗିତ କାର୍ଯ୍ୟ ତ୍ୱରାନ୍ବିତ ହୋଇପାରିବ।*
*✧═════•❁❀❁•═════✧*
*କୁମ୍ଭ*👉
*ଅନ୍ତର୍ନିହିତ ଉଦ୍ଦେଶ୍ୟକୁ ଗୋପନ ରଖି ମନ ବୁଝିଲା ଭଳି କଥା କହି ବନ୍ଧୁମାନଙ୍କୁ ଆପଣେଇ ନେବାରେ ସମର୍ଥ ହେବେ ! ମନୋରଞ୍ଜନ, ବନ୍ଧୁ ମିଳନ, ଆଲୋଚନା, ସମିତି କିମ୍ବା ଯାତ୍ରା ପାଇଁ ଆଗ୍ରହୀ ହୋଇପାରନ୍ତି। କର୍ମକ୍ଷେତ୍ରରେ ସାଧାରଣ କଥାକୁ କେନ୍ଦ୍ରକରି ମଧ୍ୟାହ୍ନରେ ଟେନ୍‌ସନ ବଢ଼ିପାରେ।*
*✧═════•❁❀❁•═════✧*
*ମୀନ*👉
*ଯୋଜନାକୁ କାର୍ଯ୍ୟକାରୀ କରିବା ବିଷୟରେ ବନ୍ଧୁଙ୍କ ସହ ଖୋଲାଖୋଲି ଆଲୋଚନା କରିବା ଭଲ ହେବ। ବିବାଦୀୟ ଘଟଣା ସକାଶେ ଯେଉଁଥିପାଇଁ ଆଶଙ୍କା କରୁଛନ୍ତି, ସେଥିରେ କିଛି ହେବ ନାହିଁ। ଯାତ୍ରା ସମୟରେ କଥା ଦେଇଥିବା ବନ୍ଧୁଙ୍କୁ ନ ପାଇ ବ୍ୟସ୍ତ ହୋଇ ପାରନ୍ତି। ପ୍ରତ୍ୟେକ କ୍ଷେତ୍ରରେ ଭାବିଚିନ୍ତି କାମ କରିବା ଭଲ ହେବ* ।

Leave a Reply

Your email address will not be published. Required fields are marked *

You may have missed

ଆଜି ଆମ ଯୁବଶକ୍ତି ନ୍ୟୁଜ୍ ଚ୍ୟାନେଲ ର ମୁଖ୍ୟ ସମ୍ପାଦକ ଇଂ ଦିବ୍ୟ ରଞ୍ଜନ ପ୍ରଧାନ ଙ୍କ ସାର୍ଟିଫିକେଟ ଅନୁସାରେ ଶୁଭ ଜନ୍ମଦିନ । ଆଜିର ଏହି ସାର୍ଟିଫିକେଟ ଜନ୍ମଦିନ ଅବସରରେ ଆମ ମୁଖ୍ୟ ସମ୍ପାଦକ ଙ୍କ ବିଷୟରେ କିଛି ଜଣା ଅଜଣା କଥା । ୧୯୯୧ ମସିହା ଫ୍ରେବୃୟାରି ମାସ ୧ ତାରିଖ ପବିତ୍ର ଶ୍ରୀ ପଞ୍ଚମୀ ସରସ୍ଵତୀ ପୂଜା ଦିନ ଅଭିଭକ୍ତ ପୁରୀ ଜିଲ୍ଲାର ରଣପୁର ଠାରେ (ବର୍ତ୍ତମାନ ନୟାଗଡ଼ ଜିଲ୍ଲା ) ଜନ୍ମ ଗ୍ରହଣ କରିଥିଲେ ଦିବ୍ୟ ରଞ୍ଜନ । ପିତା ରାଜସ୍ବ ବିଭାଗର ଉଚ୍ଚ ପଦସ୍ଥ ଅଧିକାରୀ ଏବଂ ମାତା ସୁଗୃହିଣୀ ନିଜ ପୁତ୍ର ସନ୍ତାନ ସରସ୍ଵତୀ ପୂଜା ଦିନ ଜନ୍ମ ଗ୍ରହଣ କରିଥିବାରୁ ଡାକ ନାମ ସାରସ୍ଵତ ରଖିଥିଲେ ଏବଂ ଶ୍ରଦ୍ଧା ରେ ଲୁଲୁ ଡାକନ୍ତି ଏବଂ ଭଲ ନାମ ଦିବ୍ୟ ରଞ୍ଜନ। ତୁଳସୀ ଦୁଇ ପତ୍ରରୁ ବାସିଲା ପରି ପିଲାଟି ଦିନରୁ ଜଣେ ମେଧାବୀ ଛାତ୍ର ଥିଲେ ଦିବ୍ୟ ରଞ୍ଜନ । ପରବର୍ତୀ ସମୟରେ ନିଜ ଜନ୍ମଭୂମି ରଣପୁର ଠାରେ ନିଜର ହାଇସ୍କୁଲ ପାଠ୍ୟକ୍ରମ ସରିଲା ପରେ ଇଞ୍ଜିନିୟରିଂ ଶିକ୍ଷା ପାଇଁ ଯେ ଯୋଗ ଦିଅନ୍ତି KIIT UNIVERSITY ଭୁବନେଶ୍ୱର ରେ । KIIT UNIVERSITY ରେ ମେକାନିକାଲ ଇଞ୍ଜିନିୟରିଂ ଶିକ୍ଷା ସମୟରେ ସେ ଯୋଗ ଦିଅନ୍ତି ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମ ରେ । ରାଜନୀତି ରେ ବିଶେଷ ରୁଚି ରଖୁଥିବା ଦିବ୍ୟ ରଞ୍ଜନ ଙ୍କର ଛାତ୍ର ଜୀବନ ରାଜନୀତି ଏହିଠାରୁ ହିଁ ଆରମ୍ଭ ହୁଏ । KIIT UNIVERSITY *College Representative* ହିସାବରେ ବହୁମତରେ ନିର୍ବାଚିତ ହୁଅନ୍ତି ଦିବ୍ୟରଞ୍ଜନ ।ଏହିଠାରୁ ହିଁ ଆରମ୍ଭ ହୁଏ ଛାତ୍ର ରାଜନୀତି ର ପ୍ରଥମ ସୋପାନ । ପରବର୍ତୀ ସମୟରେ KIIT UNIVERSITY ରୁ Mechanical Engineering Degree ରେ ୯୦ ପ୍ରତିଶତ ରୁ ଅଧିକ ମାର୍କ ରଖି କୃତକାର୍ଯ୍ୟ ହୁଅନ୍ତି ଦିବ୍ୟ ରଞ୍ଜନ। ତା ସହିତ ଏକା ସାଥିରେ ୪ଟି ବଡ଼ ବଡ଼ କମ୍ପାନୀ ରେ କ୍ୟାମ୍ପସ ସିଲେକ୍ସନ ହୁଅନ୍ତି ଦିବ୍ୟ ରଞ୍ଜନ । ତାପରେ ଆରମ୍ଭ ହୁଏ ନିଜର କର୍ମମୟ ଜୀବନ ୪ ଟି ବଡ଼ ବଡ଼ କମ୍ପାନୀ ମଧ୍ୟରୁ ସେ ବାଛି ନିଅନ୍ତି Hero Motocorp New Delhi ରେ । ସେଠାରେ Asst. Engineer ହିସାବରେ କାର୍ଯ୍ୟ ଆରମ୍ଭ କରନ୍ତି ଏବଂ ସେହି ଏକା ସମୟରେ Mumabai Amity University ରେ MJMC ( Master in Journalism & Mass Communication ) ଅଧ୍ୟୟନ କରନ୍ତି । ଏକା ସମୟରେ ଦିଲ୍ଲୀ ଚାକିରୀ ଏବଂ ମୁମ୍ବାଇ ରେ ଶିକ୍ଷା କୁ ଶେଷ କରନ୍ତି ଦିବ୍ୟ ରଞ୍ଜନ । ତାପରେ ଏକ ନୂତନ ଅଫର୍ ଆସେ TATA STEEL ଜାମସେଦପୁର ରୁ । ଏବଂ ସେ ଯୋଗ ଦିଅନ୍ତି Mechanical Manager ହିସାବରେ TATA STEEL ଜାମସେଦପୁର ରେ । ତାପରେ Transfer ହୋଇ ଆସନ୍ତି TATA STEEL KALINGA NAGAR ରେ ଏବଂ ସେଠାରେ Sr. Manager Mechanical ହିସାବରେ କାର୍ଯ୍ୟ କରନ୍ତି । ପରେ ପରେ AGM Mechanical ପୋଷ୍ଟ୍ କୁ ପଦୋର୍ଣ୍ଣତି ପାଇ ଆସନ୍ତି TATA STEEL BSL ANGUL କୁ । ଯେହେତୁ ସେ ଏକା ଧାରା ରେ ଜଣେ ଇଞ୍ଜିନିୟର ଏବଂ ସାମ୍ବାଦିକ ସେହି କାରଣରୁ ଏହି ଇଞ୍ଜିନିୟର ଚାକିରୀ ସମୟ ମଧ୍ୟରେ ସେ ଯୋଗ ଦିଅନ୍ତି ବିଭିନ୍ନ ମିଡ଼ିଆ ସଂସ୍ଥା ରେ ଏବଂ ଏହି ସମୟ ମଧ୍ୟରେ ଗତ ୨୦୧୮ ମସିହାରେ ଆରମ୍ଭ କରନ୍ତି ନିଜର ଏକ ୱେବ୍ ଚ୍ୟାନେଲ ଓଡ଼ିଶା ଖବର । ଏବଂ ପରବର୍ତି ସମୟରେ ଦୁଇଟି ଯାକ ପେଶା କୁ ସଠିକ୍ ଭାବରେ ସମୟ ଦେଇ ନ ପାରିବା ରୁ ଗତ ୨୦୨୦ ମସିହା ଫ୍ରେବୃୟାରୀ ମାସରେ TATA STEEL BSL ରୁ AGM MECHANICALପୋଷ୍ଟ କୁ ସବୁ ଦିନ ପାଇଁ ନିଜ ତରଫରୁ ଛାଡ଼ି ଆରମ୍ଭ ହୁଏ ଆଉ ଏକ ନୂତନ ପରି କଳ୍ପନା ଏବଂ ଗତ ଏପ୍ରିଲ ମାସ ୧ ତାରିଖ ୨୦୨୦ ଉତ୍କଳ ଦିବସ ଦିନ ଗଠନ କରନ୍ତି ଓଡ଼ିଶାର ଶିକ୍ଷିତ ଏବଂ ଆଗ୍ରହୀ ଯୁବକ ଯୁବତୀ ମାନଙ୍କ ପାଇଁ ଏକ ନୂତନ ଚ୍ୟାନେଲ *ଯୁବଶକ୍ତି ନ୍ୟୁଜ୍ ଓଡ଼ିଶା* । ଯାହା ର ସଦସ୍ୟ ଆଜି ଆମେ ମାନେ ସମସ୍ତେ । ଏହି ଚ୍ୟାନେଲ ମାଧ୍ୟମରେ ସେ ଲକ୍ଷ୍ୟ ରଖନ୍ତି ଓଡ଼ିଶାର ଅଗଣିତ ଦୁଃଖୀ ଦରିଦ୍ର ଏବଂ ଅସହାୟ ନିଷ୍ପେସିତ ମାନଙ୍କ ସେବା କରିବା । ଏବଂ ସେହି ବିଚାର ଧାରାରେ ସେ ଆଗକୁ ବଢ଼ୁଛନ୍ତି ମଧ୍ୟ । ଏହି ଚ୍ୟାନେଲ କୁ ଆଗାମୀ ଦିନରେ ଏକ ସାଟେଲାଇଟ୍ ଚ୍ୟାନେଲ କରିବାର ପରିକଳ୍ପନା ମଧ୍ୟ ରଖିଛନ୍ତି ଦିବ୍ୟ ରଞ୍ଜନ । ଆପଣ ମାନେ ଜାଣି ଖୁସି ହେବେ ଏହି ଚ୍ୟାନେଲ ମାଧ୍ୟମରେ ଗତବର୍ଷ ୨୦୨୦ ମସିହା ବର୍ଷାଦିନ ସମୟରେ ଓଡ଼ିଶାରେ ଏକ ସବୁଜ ଓଡ଼ó

%d bloggers like this: