ଯୁବ ରେଡକ୍ରସ୍ ଶିବିର ଉଦଯାପିତ

ମାଲକାନଗିରି(YSN) : ସ୍ଥାନୀୟ ଡ଼ଃ ଶ୍ୟାମ ପ୍ରସାଦ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ଚାଲିଥିବା ତିନି ଦିନିଆ ଶିକ୍ଷା ଓ ତାଲିମ ଶିବିର ଉଦ୍ୟାପିତ ହୋଇଯାଇଛି। ଶିବିରର ତୃତୀୟ ଦିନରେ ବିଦ୍ୟାଳୟ ର ଡ଼ଃ ମେଘନାଦ ବେହେରା ପତକା ଉତ୍ତୋଳନ କରି ଦିନର କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ। ସ୍ବେଚ୍ଛାସେବୀ ତଥା ବିଦ୍ୟାଳୟ ର ଛାତ୍ରଛାତ୍ରୀ ମାନଙ୍କୁ ନେଇ ଏକ ପଦଯାତ୍ରା ଆୟୋଜନ କରାଯାଇଥିଲା। ଏହି ପଦଯାତ୍ରା ବିଦ୍ୟାଳୟ ଠାରୁ ଆରମ୍ଭ ହୋଇ ସହରର ପୋଲିସ ଷ୍ଟେସନ ପର୍ଯ୍ୟନ୍ତ ହୋଇଥିଲା। ଏହି ପଦଯାତ୍ରା ଦ୍ଵାରା ଛାତ୍ରଛାତ୍ରୀ ମାନେ ସଡ଼କ ସୁରକ୍ଷା, ହେଲମେଟ ପିନ୍ଧିବା ଏବଂ ଦୃତ ଗତିରେ ଗାଡି ନ ଚଲାଇବା, ସିଟ୍ ବେଲ୍ଟ ବାନ୍ଧିବା ଆଦି ବିଷୟରେ ଲୋକଙ୍କୁ ସଚେତନ କରାଇଥିଲେ। ଶିବିରର ସ୍ବେଚ୍ଛାସେବୀ ମାନଙ୍କୁ ମଧ୍ୟରେ ତର୍କ, ସଙ୍ଗୀତ, ନୃତ୍ୟ ଏବଂ ସାଧାରଣ ଜ୍ଞାନ ପ୍ରତିଯୋଗିତା କରାଯାଇଥିଲା। ଶିବିର ଉଦ୍ୟାପିତ ସଭାରେ ଜିଲ୍ଲା ପରିଷଦ ସଦସ୍ୟ ଶମିର ମିସ୍ତ୍ରୀ ଯୋଗଦାନ କରି ସ୍ବେଚ୍ଛାସେବୀ ମାନଙ୍କୁ ପ୍ରୋତ୍ସାହିତ କରିଥିଲେ । ବିଦ୍ୟାଳୟ ର ଅଧ୍ୟକ୍ଷ ଡ଼ଃ ପ୍ରଶାନ୍ତ କୁମାର ପାଢ଼ୀ ଅଧ୍ୟକ୍ଷତା କରି ସ୍ବେଚ୍ଛାସେବୀ ମାନଙ୍କର ଉତ୍ସାହ ଏବଂ ରେଡକ୍ରସ୍ ପାଇଁ ଅବଦାନ ର ପ୍ରସଂଶା କରିଥିଲେ। ସଭାରେ ମୁଖ୍ୟ ବକ୍ତା ଭାବେ ଗୋପବନ୍ଧୁ ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଅଧ୍ୟକ୍ଷ ହିମାଂଶୁ କୁମାର ଦତ୍ତ ଯୋଗଦେଇ ସ୍ବେଚ୍ଛାସେବୀ ମାନଙ୍କୁ ରେଡକ୍ରସ୍ ର ଯୋଗଦାନ ପାଇଁ ପ୍ରସଂଶା କରିବା ସହିତ ଏହାର ଲକ୍ଷ୍ୟକୁ ଆଗକୁ ବଢ଼ାଇ ନେବାକୁ ପ୍ରୋତ୍ସାହିତ କରିଥିଲେ । ସଭାରେ କୃତି ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା। ଶିବିରର ଆୟୋଜନ ବିଦ୍ୟାଳୟ ର , ଯୁବ ରେଡକ୍ରସ୍ ପରାମର୍ଶ ଦାତା ପୁର୍ଣ୍ଣଚନ୍ଦ୍ର ମହାପାତ୍ର , ଯୁବ ରେଡକ୍ରସ୍ ର ଜିଲ୍ଲା ସଂଯୋଜକ ଡ଼ଃ ଆଶିଷ ରାଠୋର ଏବଂ ସମସ୍ତ କର୍ମକର୍ତ୍ତାଙ୍କ ର ସହଯୋଗ ଦ୍ଵାରା କରାଯାଇଥିଲା ।

ମାଲକାନଗିରିରୁ ହରିଚାନ୍ଦ ପୋଦ୍ଦାର ଙ୍କ ସହିତ ପବିତ୍ର କୁମାର ବିଶ୍ଵାସ

Leave a Reply

Your email address will not be published. Required fields are marked *

%d bloggers like this: