ମ୍ୟାନେଜର ଦିଶାଙ୍କ ମୃତ୍ୟୁରେ ସୁଶାନ୍ତଙ୍କ କୈାଣସି ହସ୍ତକ୍ଷେପ ନାହିଁ :ଦିଶାଙ୍କ ମା

ବ୍ୟୁରୋ (YSN) ୦୩/୦୮: ବଲିଉଡ୍ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ମାମଲାରେ ଦିନକୁ ଦିନ ଚାଞ୍ଚଲ୍ୟ ଭରା ଖବର ସାମ୍ନାକୁ ଆସୁଛି। ସୁଶାନ୍ତଙ୍କ ମୃତ୍ୟୁର ଦୀର୍ଘ ୫୦ ଦିନ ବିତିଯାଇଥିବା ବେଳେ, ନିକଟରେ ସୁଶାନ୍ତଙ୍କ ବାପା ସୁଶାନ୍ତଙ୍କ ଗାର୍ଲଫ୍ରେଣ୍ଡ ରିୟା ଚର୍କବର୍ତ୍ତୀଙ୍କ ନାମରେ ବିହାରରେ ଏକ ମାମଲା ଦାୟର କରିଛନ୍ତି। ଏହି ଘଟଣା ପରିପ୍ରେକ୍ଷୀରେ ରିୟା ଚକ୍ରବର୍ତ୍ତୀ ବର୍ତ୍ତମାନ ନିଖୋଜ ହେବା ଖବର ଘଟଣାର ମୋଡକୁ ଅନ୍ୟଦିଗକୁ ମୋଡ଼ ଦେଇଛି। ଏହି ମାମଲା ସହିତ ଜଡିତ ହୋଇଯାଇଛି, ସୁଶାନ୍ତଙ୍କ ପୂର୍ବତନ ମ୍ୟାନେଜର ଦିଶାଙ୍କ ନାମ। କାରଣ ସୁଶାନ୍ତଙ୍କ ଆତ୍ମହତ୍ୟାର କିଛିଦିନ ପୁର୍ବରୁ ପୂର୍ବତନ ମ୍ୟାନେଜରଙ୍କ ମୃତ୍ୟୁ ଘଟିଯାଇଥିଲା। ଯାହାକି ସୁଶାନ୍ତଙ୍କ ଆତ୍ମହତ୍ୟାର କାରଣକୁ ସଂପୂର୍ଣ୍ଣ ସନ୍ଦେହ ଘେରକୁ ଟାଣି ଆଣିଥିଲା। ଶୁଣାଯାଉଥିଲାଯେ ଦିଶାଙ୍କ ଆତ୍ମହତ୍ୟା ଓ ସୁଶାନ୍ତଙ୍କ ଆତ୍ମହତ୍ୟାରେ କିଛି ସଂପର୍କ ଅଛି। କିନ୍ତୁ ଏହାର ସଫେଇ ଦେଇଛନ୍ତି ଦିଶାଙ୍କ ମା। ସେ କହିଛନ୍ତି ଯେ, ମୋ ଝିଅର ମୃତ୍ୟୁରେ ସୁଶାନ୍ତଙ୍କ କୌଣସି ହସ୍ତକ୍ଷେପ ନାହିଁ। ସେ ଆହୁର ଏହା ମଧ୍ୟ କହିଛନ୍ତି ଯେ, ସେ କିଛି ଦିନ ପର୍ଯ୍ୟନ୍ତ ଜାଣି ନଥିଲେ ଯେ, ତାଙ୍କ ଝିଅ ସୁଶାନ୍ତଙ୍କ ପାଖରେ ମ୍ୟାନେଜର୍ ଭାବରେ କାମ କରୁଥିଲା। ସେ କହିଛନ୍ତି ଯେ, ସୁଶାନ୍ତଙ୍କ ପାଖରୁ କାମ ଛାଡିବା ପରେ ତାଙ୍କ ଝିଅ ଓ ସୁଶାନ୍ତଙ୍କ ମଧ୍ୟରେ କୈାଣସି ସଂପର୍କ ନଥିଲା। ଏହା ସହିତ ସେ ଆହୁରି ମଧ୍ୟ କହିଛନ୍ତି ଯେ, ଏମିତିକି ତାଙ୍କ ଝିଅଙ୍କର ସମ୍ପର୍କ ଇଣ୍ଡଷ୍ଟ୍ରିଜ୍ କୌଣସି ବ୍ୟକ୍ତିଙ୍କ ସହ ନ ଥିଲା। ସୂଚନାଥାଉ ଯେ, ସୁଶାନ୍ତଙ୍କ ମୃତ୍ୟୁକୁ ନେଇ ଚିତ୍ର ଏଯାବତ୍ ସ୍ପଷ୍ଟ ହେଇ ନଥିବା ବେଳେ, ସୁଶାନ୍ତଙ୍କ ମୃତ୍ୟୁକୁ ନେଇ ମୁମ୍ବାଇ ପୋଲିସ୍ ବିହାର ପୋଲିସ୍କୁ ସହଯୋଗ କରୁନାହିଁ ବୋଲି ବିହାର ପୋଲିସ୍ ସୂଚନା ପ୍ରଦାନ କରିଛି।
ରିପୋର୍ଟ: ଭାରତ ଭୂଷଣ, କଟକ ସିଟି
CBI ku handover କରାଯାଉ