ଶୁଭ ସକାଳ

*ଖବର ଆଜିର*
ତାରିଖ ୨୫/୦୨/୨୧, ଗୁରୁବାର
୧-ମେ’ ୧୮ରୁ ଜୁନ୍ ୧୨ ଯାଏଁ ଯୁକ୍ତ ୨ ବିଜ୍ଞାନ ପରୀକ୍ଷା, ଏଥର ପ୍ରଥମେ ହେବ ଫିଜିକ୍ସ ପରୀକ୍ଷା। ୧୯ରୁ କଳା ଓ ବାଣିଜ୍ୟ ପରୀକ୍ଷା। ପରୀକ୍ଷା ପରିଚାଳନା ନିୟମାବଳୀ ଜାରି।
୨-ଆସନ୍ତା ୨୬ରେ ପୁଣି ଭାରତ ବନ୍ଦ, ୪୦ ହଜାର ବ୍ୟବସାୟୀ ସଂଗଠନ ବନ୍ଦ ଡାକରାକୁ ଦେଲେ ସମର୍ଥନ।
୩-ଗ୍ରୀଷ୍ଣ ପ୍ରବାହକୁ ନେଇ SRCଙ୍କ ସତର୍କ ବାଣୀ, ସବୁ ଜିଲ୍ଲାପାଳଙ୍କୁ ସଜାଗ ରହିବାକୁ ଚିଠି ମାଧ୍ୟମରେ ନିର୍ଦ୍ଦେଶ।
୪-ସିଧାସଳଖ ଲୋକସେବା ଭବନ ସହ ଯୋଡ଼ି ହେଲା ଗ୍ରାମ୍ୟ ଉନ୍ନୟନ ବିଭାଗର ୨୪୭ଟି ଅଫିସ।
୫-କାଳିଆ ଯୋଜନାରେ ଏକ ଲକ୍ଷରୁ ଅଧିକ ଅଯୋଗ୍ୟ ହିତାଧିକାରୀ।ଯୋଗ୍ୟ ହିତାଧିକାରୀଙ୍କ ସଂଖ୍ୟା ୫୬ଲକ୍ଷ ୧୪ହଜାର ୭୦୬।୧୦୦କୋଟିରୁ ଅଧିକ ଟଙ୍କା ବରବାଦ୍।
୬-ଘରୋଇ ସ୍କୁଲରେ ସଂରକ୍ଷଣ ପାଇଁ www.rteparadarshi.odisha.gov.in ମାଧ୍ୟମରେ ଆବେଦନ କରିବେ ଆର୍ଥିକ ଅନଗ୍ରସର ବିଦ୍ୟାର୍ଥୀ। ସହାୟତା ଫୋନ୍ ନଂ:୮୦୪୫୬୮୩୩୫୫।
୭-ମାର୍ଚ୍ଚ ୧ ରୁ ଦେଶରେ ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣ । ବେସରକାରୀ ହସ୍ପିଟାଲରେ ଟିକା ନେଲେ ଦେବାକୁ ପଡିବ ଟିକାର ଦାମ
୮-ଧନୀ ସ୍କୁଲରେ ପଢ଼ିବେ ଗରିବ ପିଲା । ଘରୋଇ ସ୍କୁଲରେ ଆର୍ଥିକ ଅନଗ୍ରସର ପିଲାଙ୍କ ପାଇଁ ୨୫ ପ୍ରତିଶତ ସ୍ଥାନ ସଂରକ୍ଷଣ ହେବା ବାଧ୍ୟତାମୂଳକ ।
୯-ଆସନ୍ତା ୨୬ରୁ ଯୋରନ୍ଦା ମେଳା ଆରମ୍ଭ: ପୀଠରେ କଡ଼ାକଡି ହେବ କୋଭିଡ୍ ଗାଇଡ୍ ଲାଇନ୍।
୧୦-ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ଜାମିନ।୫ ଲକ୍ଷ ଟଙ୍କା ଲେଖାଏଁ ୨ ଜଣ ଜାମିନଦାରଙ୍କ ବଦଳରେ ପ୍ରଦୀପଙ୍କୁ ଜାମିନ ମିଳିଛି।
୧୧-ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ଦ୍ୱାରା ମାନବ ଚାଲାଣ ଉପରେ ୫ଟି ପ୍ରଜ୍ଜ୍ୱଳା ହ୍ୟାଣ୍ଡ ବୁକ୍ ଉନ୍ମୋଚିତ।
୧୨-ମାର୍ଚ୍ଚ ପହିଲାରୁ ହେବ ଯୁକ୍ତ ୩ ପ୍ରଥମ ବର୍ଷ କ୍ଲାସ । ଅଲନାଇନରେ ପଢିବେ ଛାତ୍ରଛାତ୍ରୀ ।
୧୩-ଅହମଦାବାଦ:ମୋଦୀଙ୍କ ନାଁରେ ନାମିତ ହେଲା ବିଶ୍ୱର ସବୁଠୁ ବଡ କ୍ରିକେଟ ଷ୍ଟାଡିୟମ । ଷ୍ଟାଡିୟମରେ ବସି ପାରିବେ ୧.୩୨ଲକ୍ଷ ଦର୍ଶକ।ଟ୍ୱିଟରରେ ଆରମ୍ଭ ହେଲା ଟ୍ୱିଟ୍ ଯୁଦ୍ଧ
*🙏 ସୁପ୍ରଭାତ, ଗୁଡ଼ ମର୍ଣିଂ 🙏*
ଶିବଚତୁର୍ଦଶୀ ଉପବାସ ଓ ବେଢ଼ା ପରିକ୍ରମା