ହାତୀ ଆକ୍ରମଣ ରେ ଜଣଙ୍କ ମୃତ l

କନ୍ଧମାଳ (YSN) 25/02
ଗତ 5 ଦିନ ହେବ ତୁମୁଡିବନ୍ଧ ବ୍ଲକ ର କିଛି ଅଞ୍ଚଳ ରେ ଦେଖିବାକୁ ମିଳିଛି ହାତୀ ର ଭୟ l ସୂଚନା ଅନୁଯାଇ ଗତ କିଛି ଦିନ ହେଲା କଳାହାଣ୍ଡି ବନାଞ୍ଚଳ ରୁ 4 ଗୋଟି ହାତୀ କନ୍ଧମାଳ ଜିଲ୍ଲା ର ତୁମୁଡିବନ୍ଧ ବନାଞ୍ଚଳ କୁ ଆସିଥିବାର ସୂଚନା ମିଳିଛି l ପ୍ରଥମ ଦିନ ନେତାଜୀ ସୁବାଷ ମହାବିଦ୍ୟାଳୟ ସ୍ଥିତ ପାଖ ଜଙ୍ଗଲ ରୁ 2 ଗୋଟି ହାତୀ ରାସ୍ତା ପାଖକୁ ଆସିବାର ଦେଖିବାକୁ ମିଳିଥିଲା l ଫଳରେ ତୁମୁଡିବନ୍ଧ ବନ ବିଭାଗ କୁ ସୂଚନା ମିଳିବା ପରେ ସେମାନେ ନିଜ ଟିମ କୁ ନେଇକି ହାତୀ କୁ ଠାବ କରିବାକୁ ଚେଷ୍ଟା କରିଥିଲେ l କିନ୍ତୁ ହାତୀ ନିଖୋଜ ହେଇଯାଇଥିଲା ଏବଂ ସିର୍ଲା ସ୍ଥିତ ଜଙ୍ଗଲ କୁ ଯିବାର ଜଣା ପଡିଥିଲା l ଆଜି ସିର୍ଲା ପଂଚାୟତ ଟାହିପଡା ଗ୍ରାମ ର ଜଙ୍ଗଲ ରେ ଏକ ମୃତ ଶବ ମିଳିଥିବାର ଦେଖିବାକୁ ମିଳିଛି l 4 ଦିନ ପୂର୍ବରୁ ସୁକାଲା ପାଟମାଝି (63) ନାମକ ଏକ ବ୍ୟକ୍ତି ଶିଆଳି ଦୌଡ଼ି ଆଣିବାକୁ ଘରୁ ଜଙ୍ଗଲ କୁ ବାହାରିଥିଲେ କିନ୍ତୁ ସେ ସନ୍ଧ୍ୟା ସୁଦ୍ଧା ମଧ୍ୟ ଘରକୁ ଫେରିନଥିଲେ ଏବଂ ଘର ଲୋକ ଚିନ୍ତିତ ହେଇ ଆଖ ପାଖ ଅଞ୍ଚଳ ର ବିଭିନ୍ନ ଗାଁ ଖୋଜିଲେ କିନ୍ତୁ ତାଙ୍କର କୋଣସି ପତା ମିଳିନଥିଲା l ଏବଂ ଆଜି ସକାଳ 8 ଘଂଟିକା ସମୟରେ ଟାହିପଡା ସ୍ଥିତ ଆତିଙ୍ଗଡ଼ଙ୍ଗା ଜଙ୍ଗଲ ରେ ତାଙ୍କ ମୃତ ଦେହ ମିଳିଥିଲା l ଗ୍ରାମ ବାସି ଜାଣିବା ପରେ ସିର୍ଲା ସରପଞ୍ଚ ଙ୍କ ପାଖକୁ ଯାଇକି ତାଙ୍କୁ ମୃତ ଶବ ବିଷୟରେ କହିଥିଲେ ଏବଂ ସରପଞ୍ଚ ବନ ବିଭାଗ ଅଧିକାରୀ ଙ୍କ ପାଖକୁ ଯାଇ ତାଙ୍କୁ ଘଟଣା ସ୍ଥଳ କୁ ଆସିବାକୁ କହିଥିଲେ ବନ ବିଭାଗ ଅଧିକାରୀ ଆସିବା ପରେ ହାତୀ ଗତି କରିଥିବାର ପାଦ ଚି଼ହ୍ନ କୁ ଦେଖି ଚିନ୍ହଟ କରିଥିଲେ ଯେ ହାତୀ ଆକ୍ରମଣ ରେ ମୃତ୍ୟୁ ଘଟିଛି l
ଫଳରେ ଗ୍ରାମ ବାସି ଦାବି କରିଥିଲେ କି ଗରିବ ଲୋକଙ୍କୁ ସରକାରୀ ପ୍ରେସ୍ତାହାନା ରାଶି ଯଦି କିଛି ମିଳିବ ତାହେଲେ ସେମାନେ ନିଜ ପରିବାର ର ଭରଣ ପୋଷଣ କରିପାରିବେ ବୋଲି କହିଛନ୍ତି l କାରଣ ମୃତ ବ୍ୟକ୍ତି ପରିବାର ର ଭାର ସମ୍ଭାଳି ଥିଲେ l

ରିପୋର୍ଟର : ସିମାଞ୍ଚଳ ସାହୁ

Leave a Reply

Your email address will not be published. Required fields are marked *

%d bloggers like this: