କୁଡୁମୁଲୁଗୁମ୍ମା ରେ ଦିତୀୟ ପର୍ଯ୍ୟାୟ କରୋନା ସଚେତନତା ଅଭିଯାନ ।

ମାଲକାନଗିରି,(YSN),୨୬/୦୨:-ପ୍ରଥମ ପର୍ଯ୍ୟାୟ କରୋନା ର ଭୟାବହ ଦେଶବାସୀଙ୍କ ମାନସପଟ୍ଟରୁ ଲିଭି ନଥିବା ବେଳେ,କରୋନା ଭାଇରସ ର ଦ୍ଵିତୀୟ ପର୍ଯ୍ୟାୟ ଲହର ସମସ୍ତଙ୍କ ମନରେ ଭୟ ଓ ଆଶଙ୍କାର ବାତାବରଣ ସୃଷ୍ଟି କରିଛି । ଏହି ପ୍ରକ୍ରିୟା ଅନ୍ତର୍ଗତ ଆଜି କୁଡୁମୁଲୁଗୁମ୍ମା ଗ୍ରାମରେ ସ୍ଥାନୀୟ ତହସିଲଦାର ବିଜୟ ମାଣ୍ଡାଗୀ ଓ ଫାଣ୍ଡି ଅଧିକାରୀ ଗିରିଶ ଚନ୍ଦ୍ର ମହାରଣାଙ୍କ ନେତୃତ୍ୱରେ ଏହାର ମୁଖ୍ୟ ବଜାର ଛକ ଓ ସ୍ଥାନୀୟ ହାଟରେ ଜନସାଧାରଣଙ୍କୁ ସଚେତନ କରାଯାଇଛି । ଏହି କ୍ରମରେ ରାଜରାସ୍ତାରେ ଯାଉଥିବା ସମସ୍ତ ଦୁଇ ଚକିଆ ଓ ଚାରି ଚକିଆ ଯାନକୁ ଅଟକାଇ ଗାଡିର ଡ୍ରାଇଭର ଓ ଯାତ୍ରୀ ମାନଙ୍କୁ ମୁହଁରେ ମାସ୍କ ପିନ୍ଧିବା ପାଇଁ ଅନୁରୋଧ କରିଥିବା ସହ ବିନା ମୂଲ୍ୟରେ ମାସ୍କ ବଣ୍ଟନ କରୁଥିବା ଦେଖିବାକୁ ମିଳିଛି । ସ୍ଥାନୀୟ ହାଟରେ ମଧ୍ୟ ଲାଉଡ ସ୍ପିକର ମାଧ୍ୟମରେ ଲୋକମାନଙ୍କୁ ମାସ୍କ ପିନ୍ଧିବା, ସାମାଜିକ ଦୂରତ୍ବ ଅବଲମ୍ବନ, ସାବୁନ ଲଗେଇ ହାତ ଧୋଇବା ଓ ଏଠି ସେଠି ଛେପ ନ ପକାଇବା ଭଳି ବାର୍ତ୍ତା ଦିଆଯାଇଥିଲା । ଆଜିର ଏହି କରୋନା ସଚେତନତା ଅଭିଯାନ ରେ ତହସିଲ ଓ ପୋଲିସ ବିଭାଗର ସମସ୍ତ କର୍ମଚାରୀ ଯୋଗ ଦେଇଥିଲା ବେଳେ ସ୍ଥାନୀୟ ସମାଜସେବୀ ଭଗବାନ ସାହୁ, ଉର୍ଦ୍ଧବ ରାଓ ଖରା, ବାପୁଜୀ ସ୍ୱାଇଁ, ବିଦ୍ୟାଧର ସାହାଣୀ, ଜ୍ୟୋତି ରଞ୍ଜନ ବେହେରା ପ୍ରମୁଖ ଯୋଗଦେଇ ଅଭିଯାନ ଟିକୁ ସଫଳ କରିବା ରେ ସହାୟକ ଭୂମିକା ଗ୍ରହଣ କରିଥିଲେ ।

ରିପୋର୍ଟର:- ପବିତ୍ର କୁମାର ବିଶ୍ୱାସ ।

Leave a Reply

Your email address will not be published. Required fields are marked *

%d bloggers like this: