ବେକ ରେ ଫାଶି ଦେଇ ନାବାଳିକା ମୃତ୍ୟୁ

ମାଲକାନଗିରି(YSN)୨୫/୩ ମାଲକାନଗିରି ଜିଲ୍ଲାର କାଲିମେଳା ବ୍ଲକ ମୋଟୁ ଥାନା ଅନ୍ତର୍ଗତ ଲୁଗେଲ ପଞ୍ଚାୟତ ଏମ.ପି.ଭି-୫୩ ଗ୍ରାମରେ ଆଜି ଏକ ଅଭାବନୀୟ ଘଟଣା ଘଟିଥିବା ଦେଖିବାକୁ ମିଳିଛି । ମିଳିଥିବା ସୂଚନା ଅନୁଯାୟୀ ଏମ.ପି.ଭି-53 ଗ୍ରାମରେ ରହୁଥିବା ବିନୟକୃଷ୍ଣ ମଣ୍ଡଲ ଓ ହରିଦାସୀ ମଣ୍ଡଳ ଙ୍କ ନାବାଳିକା ଝିଅ (୧୫) ଗତକାଲି ରାତିରେ ନିଜ ଘର ପଛପଟେ ଥିବା ଗୋଟିଏ ଆମ୍ବ ଗଛରେ ବେକରେ ଓଢଣୀ ଦେଇ ଫାଶି ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ଆଜି ଭୋର ପ୍ରାୟ 4ଟା ସମୟରେ ଘର ପଛରେ ଥିବା ଏକ ଗଛରେ ନାବାଳିକା ଙ୍କ ମୃତ ଶରୀର ପରିବାର ଲୋକେ ଝୁଲୁ ଥିବାର ଦେଖିଥିଲେ ।ଏ ନେଇ ମୃତ ନାବାଳିକାଙ୍କ ବାପା ଓ ଗ୍ରାମବାସୀ ମିଶି ଆଜି ମୋଟୁ ଥାନାରେ ପହଞ୍ଚି ଏକ ଲିଖିତ ଏତଲା ଦେଇଥିଲେ ତେବେ ଉକ୍ତ ଏତଲା କୁ ଭିତ୍ତି କରି ମୋଟୁ ଥାନା ଅଧିକାରୀ ସୁଶାନ୍ତ ସାହୁଙ୍କ ନିର୍ଦ୍ଦେଶ କ୍ରମେ ASI – ବନମାଳୀ ପ୍ରଧାନ ଙ୍କ ନେତୃତ୍ୱ ରେ ଏକ ପୋଲିସ ଟିମ ଘଟଣା ସ୍ଥଳରେ ପହଞ୍ଚି ନାବାଳିକା ନାବାଳିକାଙ୍କ ମୃତ ଶରୀରକୁ ଜବତ କରି ଶବ ବ୍ୟବଚ୍ଛେଦ ନିମନ୍ତେ କାଲିମେଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର କୁ ପଠାଇବା ସହ ଘଟଣାର ତଦନ୍ତ ଜାରି ରହିଛି। ତେବେ କେଉଁ କାରଣରୁ ନାବାଳିକା ଜଣକ ଆତ୍ମହତ୍ୟା କରିଛି ନାଁ ତାଙ୍କୁ ହତ୍ୟା କରାଯାଇଛି ତାହା ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରି ନାହିଁ ।ଶବ ବ୍ୟବଛେଦ ରିପୋର୍ଟ ଆସିବ ବା ପରେଓ ତଦନ୍ତ ସରିବା ପରେ ହିଁପ୍ରକୃତ ଘଟଣା ଜଣା ପଡ଼ିବ ବୋଲି ମୋଟୁ ଏସ୍ଆଇ ବନମାଳୀ ପ୍ରଧାନ କହିଛନ୍ତି। ଶବ ବ୍ୟବଚ୍ଛେଦ ସରିବା ପରେ ନାବାଳିକାର ଶବକୁ ତାଙ୍କ ପରିବାର ଲୋକଙ୍କୁ ପୋଲିସ ହସ୍ତାନ୍ତର କରିଛି ।ଏ ନେଇ ମୋଟୁ ଥାନାରେ ଏକ କେସ ନଂ-୦୭/୨୧ ରେ ପୋଲିସ ପକ୍ଷରୁ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇ ଘଟଣାର ତଦନ୍ତ ଚାଲିଥିବା ଜଣାପଡ଼ିଛି । ରିପୋର୍ଟ:ସୁମନ ପାଲ

Leave a Reply

Your email address will not be published. Required fields are marked *

%d bloggers like this: