ପିପିଲି ନିର୍ବାଚନ ର କଂଗ୍ରେସ ପ୍ରାର୍ଥୀ ଅଜିତ୍ ମଙ୍ଗରାଜଙ୍କ ପରଲୋକ

ପୁରୀ(YSN)ପିପିଲି : ଆଉ ଦୁଇ ଦିନ ପରେ ହୋଇଥାନ୍ତା ପିପିଲି ଉପ ନିର୍ବାଚନ ପାଇଁ ମତଦାନ। ଏହା ପୂର୍ବରୁ କଂଗ୍ରେସ ପ୍ରାର୍ଥୀ ଅଜିତ୍ ମଙ୍ଗରାଜଙ୍କ ପରଲୋକ । କରୋନାରେ ତାଙ୍କ ଦେହାନ୍ତ ଘଟିଥିବା କୁହାଯାଉଛି। ଏପ୍ରିଲ ୭ ତାରିଖରେ ସେ ଅସୁସ୍ଥ ହୋଇଥିଲେ।  ୧୦ ତାରିଖରେ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ଅଜିତ୍‌ଙ୍କ ଭୁବନେଶ୍ଵରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ଚାଲିଥିଲା। ତେବେ ଚିକିତ୍ସାଧୀନ ଅବସ୍ଥାରେ ବୁଧବାର ଅଜିତ୍‌ଙ୍କ ପରଲୋକ ଘଟିଛି। ତାଙ୍କର ସ୍ଵାସ୍ଥ୍ୟବସ୍ଥା ସଙ୍କଟାପନ୍ନ ଥିଲା। ଅଜିତ୍‌ଙ୍କ ନିଧନ ଏବେ ପିପିଲି ଉପ ନିର୍ବାଚନକୁ ଶକ୍ତ ଝଟକା ଲାଗିଛି। ଏହି ପରିପ୍ରେକ୍ଷୀରେ ପିପିଲି ଉପ ନିର୍ବାଚନ ସ୍ଥଗିତ ହୋଇପାରେ। ଉଲ୍ଲେଖଯୋଗ୍ୟ, ଏପ୍ରିଲ ୧୭ରେ ପିପିଲି ଉପ ନିର୍ବାଚନ ପାଇଁ ମତଦାନ ହୋଇଥାନ୍ତା।

 

 

Leave a Reply

Your email address will not be published. Required fields are marked *

%d bloggers like this: