ସ୍କୁଲ ପିଲାଙ୍କ ବହି ଖାଉଛି ଊଈ। ପ୍ରଶାସନ କୁ ନଜର ଦେବାକୁ ଦାବି।

ମାଲକାନଗିରି (YSN) ମାଲକାନଗିରି ଗତ ବର୍ଷ ମାର୍ଚ୍ଚ ୨୫ ତାରିଖରୁ ଦେଶବ୍ୟାପୀ କରୋନା ମହାମାରୀ ଲକଡିଉନ୍ କରାଯାଇଥିଲା । ତେବେ ପିଲାମାନଙ୍କ ଶିକ୍ଷାକୁ ଦୃଷ୍ଟିରେ ରଖି ଶିକ୍ଷା ବିଭାଗ ପକ୍ଷରୁ ଅନଲାଇନ୍ ଶିକ୍ଷାଦାନ ଆରମ୍ଭ କରାଯାଇଥିଲା। ତେବେ ସ୍କୂଲ ଛାତ୍ରଛାତ୍ରୀ ଘରେ ରହି ପଢ଼ାପଢ଼ି କରୁଥିବା ଦେଖିବାକୁ ମିଳିଛି । ହେଲେ ଦୀର୍ଘ ଦିନର ବ୍ୟବଧାନ ମଧ୍ୟମରେ ସ୍କୁଲ ପରିବେଶ ସହ ସ୍କୁଲରେ ଥିବା ବହି ଓ ଅନ୍ୟାନ୍ୟ ଆବାସପତ୍ର ଗୁଡିକ ଛିନ୍ନ ଭିନ୍ନ ହୋଇପଡ଼ିଥିବା ଦେଖିବାକୁ ମିଳିଛି। ଏଭଳି ଏକ ଅବହେଳିତ ଦୃଶ୍ୟ ଦେଖିବାକୁ ମିଳିଛି ପଡ଼ିଆ ବ୍ଲକ ଅନ୍ତର୍ଗତ ଏମଭି -୫୮ ଗ୍ରାମର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଦେଖିବାକୁ ମିଳିଛି। ଏହି ବିଦ୍ୟାଳୟର ଶ୍ରେଣୀ ଗୃହଗଡିକରେ ଶହ ଶହ ସଂଖ୍ୟାରେ ପାଠ୍ୟ ପୁସ୍ତକ ଏଣେତେଣେ ହୋଇ ପଡି ରହିଥିବା ବେଳେ କେତେକ ଉଇ ଓ ଗାଇ ଖାଇ ଗଲାଣି ପ୍ରଥମରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ୧୦୭ ପିଲା ପଢୁଥିବା ଏହି ବିଦ୍ୟାଳୟରେ ସରକାରଙ୍କ ପକ୍ଷରୁ ପିଲାଙ୍କ ପାଇଁଁ ମାଗଣାରେ ଦିଆଯାଉଥିବା ପଢ଼ା ବହି ଗୁଡିକ ବିଦ୍ୟାଳୟ କତ୍ତୃ ପକ୍ଷଙ୍କ ଅବହେଳା ଯୋଗୁଁ ନଷ୍ଟ ହେବାକୁ ଲାଗିଲାଣି ତେବେ ବିଦ୍ୟାଳୟ ଗୁଡ଼ିକରେ ଥିବା ପିଲାଙ୍କ ପଢ଼ା ବହି ଗୁଡିକର ବଣ୍ଟନ ଓ ରକ୍ଷଣାବେକ୍ଷଣ ଦିଗରେ ଶିକ୍ଷା ବିଭାଗିୟ ଅଧିକାରୀ ମାନେ ଦୃଷ୍ଟି ଦେବା ଆବଶ୍ୟକ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି।

ରିପୋର୍ଟ : ସୁମନ ପାଲ

Leave a Reply

Your email address will not be published. Required fields are marked *

%d bloggers like this: