କଳିଯୁଗରେ ବାପାର ସ୍ନେହ : ୨ବର୍ଷର ପୁଅକୁ ବିକ୍ରୀ କରି ଗାର୍ଲ ଫ୍ରେଣ୍ଡ ସହ ଗଲେ ହନିମୁନରେ

 

ନୂଆଦିଲ୍ଲୀ : 4/5 ଯାଜପୁର (YSN) ଗୋଟିଏ ସନ୍ତାନ ପ୍ରତି ଉଭୟ ମା ଓ ବାପା ଯତ୍ନଶୀଳ ହୋଇଥାଆନ୍ତି, କାହିଁକି ନ ଛୁଆ ଟିଏ ହୋଇଥାଏ ମାତା ପିତାଙ୍କ ଦୁନିଆ ତାକୁ ନେଇ ପିତାମାତା ସୁନ୍ଦର ସ୍ବପ୍ନର ବସା ବାନ୍ଧନ୍ତି । କିନ୍ତୁ ଚୀନ ରୁ ଜଣେ କଳିଯୁଗ ବାପାର ସ୍ନେହ ବିଷୟରେ ଖବର ସାମ୍ନାକୁ ଆସିଛି । ଏହି ବ୍ୟକ୍ତି ଜଣଙ୍କ ନାମ ହେଉଛି ସି । ତାଙ୍କର ନିଜ ପତ୍ନୀଙ୍କ ନିକଟରୁ ବିଭାହ ବିଚ୍ଛେଦ ହୋଇ ଯାଇଥିଲା ଓ ସେ ନିଜ ପୁଅ ଦେଖାରଖା କରିବା ପାଇଁ ଅସମର୍ଥ ଥିଲେ ସେଥ୍ପାଇଁ ସେ ଗୋଟିଏ ଆଶ୍ଚର୍ଯ୍ୟ କଲାଭଳି କାର୍ଯ୍ୟ କରିଥିଲେ |

ମିଳିଥିବା ସୂଚନା ଅନୁସାରେ ସି ଙ୍କର ତାଙ୍କ ପତ୍ନୀଙ୍କ ସହିତ ସବୁବେଳେ ଝଗଡା ହେଉଥିଲା I ତେଣୁ ଉଭୟ ଅଲଗା ହୋଇ ଯାଇଥୁଲେ I ତାଙ୍କର ଦୁଇଟି ଛୁଆ ଥିଲେ ,ଗୋଟିଏ ଝିଅ ଓ ଗୋଟିଏ ପୁଅ ,ମହିଳା ଜଣଙ୍କ ଝିଅର ଦାୟିତ୍ବ ନେବାକୁ ଇଛା କଲେ ଓ ପୁଅର କଷ୍ଟଡି ସି ନେଇଥିଲେ । ସି ଗୋଟିଏ ଅଲଗା ସହରରେ କାମ କରୁଥିବାରୁ ତାଙ୍କ ପୁଅକୁ ତାଙ୍କ ଭାଇଙ୍କ ନିକଟରେ ଛାଡି ଦେଇଥିଲେ | କିନ୍ତୁ ସି ତାଙ୍କ ଭାଇଙ୍କ ନିକଟକୁ ଯାଇ କହିଥିଲେ ଯେ ତା ମା ପୁଅକୁ ଦେଖିବାକୁ ଚାହୁଁଛିଦେଇଥିଲେ । କିନ୍ତୁ ସ ତାଙ୍କ ଭାଇଙ୍କ ନକଟକୁ ଯାଇ କହିଥିଲେ ଯେ ତା ମା ପୁଅକୁ ଦେଖିବାକୁ ଚାହୁଁଛି ।

ପୋଲିସ ସୂଚନା ଅନୁସାରେ ସି ତାଙ୍କ ପୁଅକୁ ନିଜ ଭାଇ ପାଖରୁ ନେଇ ଗୋଟିଏ ଦମ୍ପତିଙ୍କୁ ବିକ୍ରି କରି ଦେଇଥିଲେ । ସେ ତାଙ୍କ ପୁଅକୁ ଭାରତୀୟ ମୁଦ୍ରାରେ ୧୭ ଲକ୍ଷ ଟଙ୍କାରେ ବିକ୍ରି କରିଥିଲେ । ଏହାପରେ ସମସ୍ତ ଅର୍ଥକୁ ନେଇ ନିଜ ଗାର୍ଲ ଫ୍ରେଣ୍ଡ ସହିତ ଦେଶ ଭ୍ରମଣରେ ଗଲେ । ସି ଙ୍କ ଭାଇ ଛୁଆ ଟିକୁ ନପାଇ ,ସି ଙ୍କୁ ଫୋନ କରୁଥିଲେ ମଧ୍ୟ ସେ ଫୋନ ଉଠାଉ ନଥିବାରୁ ପୋଲିସ କୁ ସୂଚନା ଦେଇଥିଲେ । ପୋଲିସ ସି ଙ୍କୁ ଗିରଫ କଲାପରେ ସେ ସବୁକିଛି ସ୍ବୀକାର କରିଛନ୍ତି ।
ରିପୋର୍ଟର, ମୃତ୍ୟୁଞଜୟ ରଥ

Leave a Reply

Your email address will not be published. Required fields are marked *

%d bloggers like this: