ସକାଳ ଖବର

*ସକାଳ ଖବର *
ତାରିଖ ୦୫–୦୫-୨୦୨୧/ ବୁଧବାର

୧- କରୋନା ମାଡରେ ବୋଲ୍ଡ ହେଲା ଆଇପିଏଲ୍। ଫଟାଫଟ୍ କ୍ରିକେଟ ଅନିର୍ଦ୍ଧିଷ୍ଟ କାଳ ଯାଏଁ ସ୍ଥଗିତ, ଜୈବ ବଳୟରେ ଥାଇ ସୁଦ୍ଧା ଖେଳାଳିଙ୍କୁ ଛୁଇଁଲା କରୋନା। ବିସିସିଆଇର ୨୨୦୦ କୋଟି କ୍ଷତି ! ଷ୍ଟାର ସ୍ପୋର୍ଟ୍ସ ଦେବନି ଏତିକି ଟଙ୍କା।

୨- କମ ଛାତ୍ର ଥିବା ସ୍କୁଲକୁ ଅନ୍ୟ ସ୍କୁଲରେ ମିଶ୍ରଣ ପ୍ରସଙ୍ଗ: ସରକାରଙ୍କ ବିଜ୍ଞପ୍ତିକୁ ରଦ୍ଦକଲେ ହାଇକୋର୍ଟ।

୩- ଅନଲାଇନ ପାଠପଢା ପାଇଁ ବିଦ୍ୟାଳୟ ଦେୟ ହ୍ରାସ କରନ୍ତୁ: ସର୍ବୋଚ୍ଚ ନ୍ୟାୟାଳୟ।

୪- ଟିକା ମୂଲ୍ୟନୀତି ବଦଳାଇବାକୁ ସୁପ୍ରିମ୍‌ କୋର୍ଟଙ୍କ ନିର୍ଦ୍ଦେଶ।

୫- ଭାରତରେ ଆମେରିକାର ନୂଆ ରାଷ୍ଟ୍ରଦୂତ, ଡାନିଏଲ୍ ସ୍ମିଥଙ୍କୁ ନିଯୁକ୍ତ କଲା ବାଇଡେନ୍ ପ୍ରଶାସନ।

୬- ଲକଡାଉନ୍ ପୂର୍ବରୁ ବଜାରରେ ଜମିଲା ପ୍ରବଳ ଭିଡ। ମଦ ଦୋକାନ ଆଗରେ ଲାଗିଲା ଲମ୍ବା ଲାଇନ୍, ବସ୍ତା ବସ୍ତା ଆଳୁ ଓ ପନିପରିବା ବୋହି ନେଲେ ଲୋକେ।

୭- ଆଶ୍ବାସନା: ୧୩ଟି ରାଜ୍ୟରେ ଦୈନିକ ସଂକ୍ରମଣ କମୁଛି। ଦିଲ୍ଲୀ, ଛତିଶଗଡ଼, ମହାରାଷ୍ଟ୍ର, ପଂଜାବ, ଝାଡ଼ଖଣ୍ଡ ଏବଂ ଉତ୍ତରପ୍ରଦେଶ ସମେତ ୧୩ଟି ରାଜ୍ୟରେ ଦୈନକି ନୂଆ ମାମଲା କମିଛି ବୋଲି ସ୍ବାସ୍ଥ୍ୟ ମନ୍ତ୍ରାଳୟ ଯୁଗ୍ମ ସଚିବ ଲବ ଅଗ୍ରୱାଲ୍‌ ଆଜି କହିଛନ୍ତି।

୮- ବିଲ୍‍ ଓ ମେଲିଣ୍ଡା ଗେଟ୍‍ସଙ୍କ ମଧ୍ୟରେ ବିବାହ ବିଚ୍ଛେଦ; ୨୭ ବର୍ଷର ବୈବାହିକ ଜୀବନରେ ପଡିଲା ପୂର୍ଣ୍ଣଚ୍ଛେଦ।

୯- ପୁଣି ଲୋକଙ୍କ ରୋଜଗାର ଛଡାଇନେଲା କରୋନା ମହାମାରୀ : ଦ୍ୱିତୀୟ ଲହରର ଦ୍ରୁତ ସଂକ୍ରମଣ ଭିତରେ ୪ ମାସରେ ସର୍ବୋଚ୍ଚସ୍ତର ଛୁଇଁଲା ବେକାରୀ ହାର।

୧୦- ଆନ୍ଧ୍ର ଓ ତେଲେଙ୍ଗାନାରୁ ଫେରିଲେ ସଙ୍ଗରୋଧକୁ ବାଧ୍ୟତାମୂଳକ କଲେ ଓଡିଶା ସରକାର। ୧୪ ଦିନ ପାଇଁ ରହିବାକୁ ହେବ କ୍ୱାରେଣ୍ଟାଇନରେ।

୧୧- ସୁପ୍ରିମକୋର୍ଟରେ ପହଞ୍ଚିଲା ବେଙ୍ଗଲ ହିଂସା ମାମଲା, ରାଷ୍ଟ୍ରପତି ଶାସନ ଏବଂ ସିବିଆଇ ତଦନ୍ତ ପାଇଁ ଦାବି।

୧୨- ଇମୋସ୍ନାଲ ହେଲେ ଜେପି ନଡ୍ଡା, କହିଲେ ଏଭଳି ହିଂସା ଭାରତ ବିଭାଜନ ବେଳେ ହୋଇଥିଲା।

୧୩- ପଶ୍ଚିମବଙ୍ଗ ହିଂସାକାଣ୍ଡକୁ ନେଇ ତେଜୁଛି ରାଜନୀତି। ମୃତକଙ୍କ ପରିବାରକୁ ଭେଟିଲେ ଜେପି ନଡ୍ଡା, ରାଜ୍ୟପାଳଙ୍କ ସହ କଥା ହୋଇ ସ୍ଥିତି ବିଷୟରେ ପଚାରି ବୁଝିଲେ ପ୍ରଧାନମନ୍ତ୍ରୀ।

୧୪- ପଶ୍ଚିମବଙ୍ଗରେ ରାଜନୈତିକ ହିଂସା ସହ ଜଡିତ ବିବାଦୀୟ ଟୁଇଟ୍ ପରେ ଅଭିନେତ୍ରୀ କଙ୍ଗନା ରାନାୱତଙ୍କ ଟ୍ୱିଟର ଆକାଉଣ୍ଟକୁ ସ୍ଥାୟୀଭାବେ ସ୍ଥଗିତ ଅଚଳ କଲା ଟ୍ୱିଟର।

୧୫- ଭାରତରେ କରୋନାର ନୂଆ ଭ୍ୟାରିଏଣ୍ଟ N-440K ଅତ୍ୟନ୍ତ ବିପଜ୍ଜନକ, ରହିଛି ୧୦ ଗୁଣ ଅଧିକ ଦ୍ରୁତ ବିସ୍ତାର କରିବାର କ୍ଷମତା।

୧୬- ଯଶସ୍ବୀ ସାଧକ ମନୋଜ ଦାସଙ୍କ ସ୍ମୃତିରେ ଆନ୍ତର୍ଜାତୀୟ ପୁରସ୍କାର, ଜନ୍ମସ୍ଥାନରେ ମ୍ୟୁଜିଅମ ଓ ଲାଇବ୍ରେରୀ ପ୍ରତିଷ୍ଠା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା।

୧୭- ବ୍ରିଟେନରେ କାରବାର ବଢାଇବ ସେରମ୍ ଇନଷ୍ଟିଚ୍ୟୁଟ୍; ଟିକା ଉତ୍ପାଦନ ପାଇଁ ୨,୪୫୭ କୋଟି ଟଙ୍କା ନିବେଶ କରିବେ ପୁନାୱାଲା।

୧୮- ଲକଡାଉନ୍‌ ପାଇଁ କମିଶନରେଟ୍‌ ପୋଲିସର ବିଶେଷ ବ୍ୟବସ୍ଥା : ଅଭିଯୋଗ ଆଣିବାକୁ ଘରକୁ ଯିବ ପୋଲିସ, ବାହାନା କରି ବାହାରେ ବୁଲିଲେ ନିଆଯିବ ଦୃଢ କାର୍ଯ୍ୟାନୁଷ୍ଠାନ।

୧୯- ଦୀନବନ୍ଧୁ ମିଶ୍ରଙ୍କ ଆତ୍ମହତ୍ୟା ମାମଲା ରେ ନ୍ୟାୟ ମାଗିଲା ବିଶ୍ୱବିଦ୍ୟାଳୟ ମହାସଂଘ, କୁଳପତି, ୱାର୍ଡେନ୍ ଓ ପିଇଓଙ୍କୁ ଅନ୍ତରୀଣ ସୁରକ୍ଷା।

୨୦- ଦେଶରେ ରେମଡେସିଭିର ପ୍ରଡକ୍ସନ ତିନିଗୁଣା ବୃଦ୍ଧି, ଏବେ ପ୍ରତି ମାସରେ ୧.୦୫ କୋଟି ଇଞ୍ଜେକ୍ସନ୍‌ ହେବ ପ୍ରସ୍ତୁତ।

୨୧- ଆଳୁ ଦର ଉପରେ ଲକ୍‌ଡାଉନ୍‌ ପ୍ରଭାବ: ୨ ଘଣ୍ଟାରେ ୧୫ରୁ ୨୨କୁ ଡେଇଁଲା।

୨୨- ଭାରତରେ ପ୍ରଥମଥର ପଶୁଙ୍କ ଦେହରେ ଚିହ୍ନଟ ହେଲା କରୋନା ଭୂତାଣୁ। ହାଇଦ୍ରାବାଦ ଚିଡିଆଖାନାରେ ୮ ସିଂହ କରୋନା ସଂକ୍ରମିତ।

୨୩- ଲକଡାଉନରେ ଗଡିବନି ମୋ ବସ୍। କେବଳ ରେଳ ଷ୍ଟେସନ ଓ ବିମାନ ବନ୍ଦରରୁ ଯୋଗାଇବ ସେବା।

୨୪- ଆଫଗାନିସ୍ତାନରେ ଆତଙ୍କ ମଚାଉଛି ତାଲିବାନ, ୨୪ ଘଣ୍ଟାରେ ୧୪୧ ଥର ଆକ୍ରମଣ, ୪୩୮ ମୃତ।

୨୫- ଆଜିଠୁ ସବୁ କଲେଜ ଓ ବିଶ୍ବବିଦ୍ୟାଳୟରେ ଗ୍ରୀଷ୍ମ ଛୁଟି: ଅନଲାଇନ କ୍ଲାସ ଓ ପରୀକ୍ଷା ମନା।

୨୬- ଜମ୍ମୁ-କଶ୍ମୀର ସୋପୋରର ନାଥିପୋରାରେ ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ଏହି ଗୁଳି ବିନିମୟରେ ସୁରକ୍ଷାକର୍ମୀ ୨ ଆତଙ୍କବାଦୀଙ୍କୁ ନିପାତ କରିଛନ୍ତି।

୨୮- ଦୀପିକା ପାଦୁକୋଣ କରୋନାରେ ଆକ୍ରାନ୍ତ, ହସ୍ପିଟାଲରେ ପିତା ପ୍ରକାଶ।

୨୯- ICMRଙ୍କ ନୂଆ ଗାଇଡଲାଇନ, ଅନ୍ତଃରାଜ୍ୟ ଯାତ୍ରା ଲାଗି ଆବଶ୍ୟକ ନୁହେଁ କୋଭିଡ ପରୀକ୍ଷଣ।

୩୦- ଖ୍ୟାତନାମା ବୈଜ୍ଞାନିକ ମାନସ ବିହାରୀ ବର୍ମାଙ୍କ ପରଲୋକ।

*ଶୁଭ ସକାଳ*

Leave a Reply

Your email address will not be published. Required fields are marked *

%d bloggers like this: