କଟକ ର ନୂଆ ହଟସ୍ପଟ୍ ମାଲ୍ ଗୋଦାମ ବେହେରା ସାହି

 

କଟକ (YSN) ୫/୦୮ : ଦିନକୁ ଦିନ କଟକ ଜିଲ୍ଲାରେ ବଢୁଥିବା ଆକ୍ରାନ୍ତ ଙ୍କ ସଂଖ୍ୟା ପ୍ରଶାସନ ପାଇଁ ନୂଆ ଚ୍ୟାଲେଞ୍ଜ ।ଏଥି ମଧ୍ୟରେ କଟକ ର ମାଲ ଗୋଦାମ ବେହେରା ସାହି ଏବେ ପ୍ରଶାସନ ର ମୁଣ୍ଡ ବିନ୍ଧା ର କାରଣ ।ଦିନକୁ ଦିନ ଏଠାରେ ଆକ୍ରାନ୍ତ ଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି ।ଏହା ଛଡ଼ା ପ୍ରଶାସନ ପକ୍ଷରୁ ଆକ୍ରାନ୍ତ ଙ୍କ ସଂଖ୍ୟା କୁ ଦୃଷ୍ଟି ରେ ରଖି ଏହି ଅଞ୍ଚଳ କୁ କଣ୍ଟେନମେଣ୍ଟ ଅଞ୍ଚଳ ଘୋଷଣା କରାଯାଇଥିଲା ।ଆଉ ଆଜି ଏହି ଅଞ୍ଚଳରୁ ଗୋଟିଏ ଦିନରେ ସର୍ବାଧିକ ୧୧୨ ଜଣ ସଂକ୍ରମିତ ଙ୍କୁ ଚିହ୍ନଟ କରାଯାଇଛି ।ଚିନ୍ତା ର ବିଷୟ ଆଜି ସମଗ୍ର କଟକ ଜିଲ୍ଲାରୁ ସମୁଦାୟ ୧୪୩ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କେବଳ ୧୧୨ ଜଣ ଆକ୍ରାନ୍ତ ମାଲଗୋଦାମ ବେହେରା ସାହି କଣ୍ଟେନମେଣ୍ଟ ଅଞ୍ଚଳର ।୧୧୨ ଆକ୍ରାନ୍ତ ଙ୍କ ମଧ୍ୟରେ ୬୨ ଜଣ ପୁରୁଷ ଥିବା ବେଳେ ୫୦ ଜଣ ମହିଳା ସଂକ୍ରମିତ ।ମାଲଗୋଦାମ ବ୍ୟବସାୟିକ ପେଣ୍ଠସ୍ଥଳୀ ହୋଇଥିବାରୁ ପ୍ରତିଦିନ ଏଠାରେ ଚିହ୍ନଟ ହେଉଥିବା ସଂକ୍ରମିତ କୁ ଅଣାୟତ୍ତ ନ କଲେ ଏହା ରାଜ୍ୟରେ ଆଗାମୀ ଦିନରେ ସଂକ୍ରମିତ ଙ୍କ ବିସ୍ଫୋରକ ର କାରଣ ପାଲଟିବ ।

ରିପୋର୍ଟ : ଭାରତ ଭୂଷଣ ଙ୍କ ସହିତ ସରସ୍ଵତୀ ସାମନ୍ତରାୟ,କଟକ ସିଟି

Leave a Reply

Your email address will not be published. Required fields are marked *

%d bloggers like this: