ସୁସ୍ଥ ହୋଇ ଫେରିଲା ପରେ ମଧ୍ୟ ମନଦୁଃଖରେ ବିଗ୍ ବି

ଯୁବଶକ୍ତି ନ୍ୟୁଜ୍ (ବ୍ୟୁରୋ)୦୫/୦୮: କରୋନା ଯୁଦ୍ଧରେ ସଫଳ ହୋଇ ଘରକୁ ଫେରି ସାରିଲେଣି ବିଗ୍ ବି। ୩ ସପ୍ତାହର ହସ୍ପିଟାଲ୍ ରହଣୀ ପରେ ଘରକୁ ଫେରି ମଧ୍ୟ ସେ ଖୁସି ନାହାନ୍ତି। କାରଣ ଏ ପର୍ଯ୍ୟନ୍ତ ତାଙ୍କ ପୁଅ ଅଭିଷେକ କରୋନା ପଜିଟିଭ୍ ଅଛନ୍ତି ଓ ହସ୍‌ପିଟାଲ୍‌ରେ ଚିକିତ୍ସିତ ହେଉଛନ୍ତି। ଏଣୁ ସେ ଅଭିଷେକଙ୍କ ପାଇଁ ପ୍ରାର୍ଥନା କରିବା ସହ ଶୀଘ୍ର ସୁସ୍ଥ ହୋଇ ସେ ମଧ୍ୟ ଘରକୁ ଫେରିଆସନ୍ତୁ ବୋଲି ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରିଛନ୍ତି। ଏହା ସହ ସେ ନିଜ ମା’ ଙ୍କ ଆଶୀର୍ବାଦ ଓ ତାଙ୍କ ପ୍ରଶଂସକଙ୍କ ପ୍ରାର୍ଥନା ଏବଂ ଶୁଭକାମନା ପାଇଁ ଆରୋଗ୍ୟ ହୋଇ ଘରକୁ ଫେରିଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏଥିସହ ନାନାବତି ହସ୍ପିଟାଲ୍‌ର ସମସ୍ତ ଡାକ୍ତର ଓ ନର୍ସଙ୍କ ସେବା ପାଇଁ କୃତଜ୍ଞତା ଜଣାଇଛନ୍ତି। ଅନ୍ୟପଟେ ଅଭିଷେକ ମଧ୍ୟ ଟ୍ବିଟରରେ ବିଗ୍‌ ବିଙ୍କ ହସ୍‌ପିଟାଲରୁ ଘର ବାହୁଡାକୁ ନେଇ ଖୁସି ପ୍ରକାଶ କରିବା ସହ ସୂଚନା ଦେଇଛନ୍ତି, ଏବେ ବି ମୁଁ କରୋନା ଆକ୍ରାନ୍ତ ବୋଲି ରିପୋର୍ଟରେ ଆସିଛି। ଏଣୁ ହସ୍‌ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଅଛି। କିନ୍ତୁ ମୁଁ ପ୍ରତିଶ୍ରୁତି ଦେଉଛି, କରୋନାକୁ ହରାଇ ମୁଁ ଖୁବ୍ ଶୀଘ୍ର ସୁସ୍ଥ ସବଳ ହୋଇ ଘରକୁ ଫେରିବି।

ରିପୋର୍ଟ: ଭାରତ ଭୂଷଣ

Leave a Reply

Your email address will not be published. Required fields are marked *

%d bloggers like this: