କୋଭିଡ ଯୋଧ୍ୟାଙ୍କ ଉଦ୍ଧେଶ୍ୟରେ ୧୦୮ ଦ୍ବୀପ ପ୍ରଜ୍ଵଳନ

ମୟୂରଭଞ୍ଜ/ବିଶୋଇ (YSN)ତା।୫।୮ : ବହୁ ପ୍ରତୀକ୍ଷିତ ପରେ ଆଜି ଅଯୋଧ୍ୟା ରେ ପବିତ୍ର ରାମ ମନ୍ଦିର ନିର୍ମାଣ ନିମନ୍ତେ ଭୂମି ପୂଜନ କରାଯାଉଥିବା ବେଳେ ଏହି ଅବସରରେ ବିଶୋଇ ବ୍ଲକ ଅନ୍ତର୍ଗତ ସ୍ଥାନୀୟ ବିଶୋଇ ଠାରେ ଆଜି ବିଶୋଇ ବ୍ଲକର ୧୯ ଜଣ ଅଯୋଧ୍ୟା କରସେବକ ମାନଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି।ଏଥିନିମନ୍ତେ ଆଜି ବିଶୋଇ ସ୍ଥିତ ହନୁମାନ ମନ୍ଦିର ପ୍ରାଙ୍ଗଣରେ ଏହି ୧୯ ଅଯୋଧ୍ୟା କରସେବକ ସଞ୍ଜୀବ ମହାନ୍ତି,ସ୍ୱର୍ଗତ କିଶୋର ଚନ୍ଦ୍ର ମହାନ୍ତି,ସୁରେନ୍ଦ୍ରନାଥ ବେହେରା,ବଂଶୀଧର ଦାସ,ପରମେଶ୍ୱର ବେହେରା,ମନରଞ୍ଜନ ବେହେରା,ଗଙ୍ଗାଧର ବେହେରା,ଇନ୍ଦ୍ରମଣି ପାତ୍ର,ଚିନ୍ତାମଣି ପାତ୍ର,ପ୍ରମୋଦ ବେହେରା,ଗୋରାଚାନ୍ଦ ବାରଦା,ସ୍ୱର୍ଗତ ସିଧେଶ୍ୱର ବାରଦା,ତ୍ରୈଲକ୍ୟନାଥ ବେହେରା,ଗଜେନ୍ଦ୍ର ବେହେରା,ତରଣୀ ସେନ ରଣା,ବ୍ରଜ ରଣା,ମହେନ୍ଦ୍ର ମହାନ୍ତ,ନେହେରୁ ମହାନ୍ତ,ଚକ୍ରଧର ମହାନ୍ତ ଙ୍କୁ ଶ୍ରୀରାମ ଲେଖା ଉପଢ଼କନ ଦେଇ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା।ଏହି କରସେବକ ମାନେ ୧୯୯୨ ମସିହା ନଭେମ୍ବର ୨୮ ତାରିଖରେ ଅଯୋଧ୍ୟାକୁ ନିଜର ଯାତ୍ରା ଆରମ୍ଭ କରି ଡିସେମ୍ବର ୧୨ ତାରିଖରେ ଫରିଥିଲେ।ଶେଷରେ ଏହି କରସେବକ ସହିତ ବିଶୋଇ ଅଞ୍ଚଳର ବହୁ ସଚେତନ ନାଗରିକ ବରିଷ୍ଠ ଆଇନଜୀବୀ ସଞ୍ଜୀବ ମହାନ୍ତି,ଜିଲ୍ଲା ପରିଷଦ ସଦସ୍ୟ ଗୁରୁବା ମୁର୍ମୁ,ଆନନ୍ଦ ରାମ,ବିମ୍ବାଧର ଧୀର,ମଧୁସୂଦନ ମହାପାତ୍ର,ନାରାୟଣ ମହାପାତ୍ର,ଜୁରିଲାଲ ମହାନ୍ତ,ବଂଶୀଧର ଦାସ,ବାଵଲୀ ରାଜ,ଚନ୍ଦ୍ରମୋହନ ଟୁଡୁ ପ୍ରମୁଖ ଉପସ୍ଥିତ ରହି କୋଭିଡ ନିୟମ ମାନି ସାମାଜିକ ଦୂରତା ରଖି କୋଭିଡ ଯୋଧ୍ୟାଙ୍କ ଉଦ୍ଧେଶ୍ୟରେ ହନୁମାନ ମନ୍ଦିର ପ୍ରାଙ୍ଗଣରେ ୧୦୮ ଗୋଟି ଦ୍ବୀପ ପ୍ରଜ୍ଵଳନ କରିବା ସହିତ ତାଙ୍କ ନିମନ୍ତେ ଶପଥ ପାଠ ପଢିଥିଲେ।

ମୟୂରଭଞ୍ଜ ଜିଲ୍ଲା ରୁ ବିଶୋଇ ବ୍ଲକ ପ୍ରତିନିଧି ବିଜୟ କୁମାର ବାରିକ, ଯୁବଶକ୍ତି ନ୍ୟୁଜ୍ ,ଓଡିଶା

Leave a Reply

Your email address will not be published. Required fields are marked *

%d bloggers like this: