ଶ୍ରଦ୍ଧାଞ୍ଜଳି ଷ୍ଟଡି ସେଣ୍ଟର ତରଫରୁ ମାଗଣା ଶିକ୍ଷାଦାନ ଘୋଷଣା।

କଟକ (YSN) ୧୪/୦୮: କଟକ ସହର ଅନ୍ତର୍ଗତ କଲେଜ ଛକ ସ୍ଥିତ ଶ୍ରଦ୍ଧାଞ୍ଜଳି ଷ୍ଟଡି ସେଣ୍ଟର ଗରିବ ପିଲାଙ୍କୁ ଶିକ୍ଷାଦାନ କରିବା ନିମନ୍ତେ ଘୋଷଣା କରିଛନ୍ତି। ଯୁକ୍ତ ଦୁଇ ବିଜ୍ଞାନ ପଢିବାକୁ ଇଚ୍ଛୁକ ଥିବା ଯୋଗ୍ୟ ଓ ଗରିବ ଛାତ୍ରଛାତ୍ରୀ ଯେଉଁମାନଙ୍କର ଆର୍ଥିକ ଅବସ୍ଥା ସ୍ୱଚ୍ଛଳ ନୁହେଁ କିନ୍ତୁ ପଢିବାର ପ୍ରବଳ ଇଚ୍ଛାଶକ୍ତି ଅଛି ସେହିଭଳି ଅବହେଳିତ ପିଲାମାନଙ୍କ ପାଇଁ ସେ ଏହି ଘୋଷଣା କରିଛନ୍ତି। ଏଥି ପାଇଁ ବିବେଚିତ ଯୁକ୍ତ ଦୁଇ ବିଜ୍ଞାନ ଛାତ୍ରଛାତ୍ରୀଙ୍କୁ ଶ୍ରଦ୍ଧାଞ୍ଜଳି ଷ୍ଟଡି ସେଣ୍ଟର ତରଫରୁ ପଢ଼ିବା ପାଇଁ ଗୋଟିଏ ସେଟ୍ ବହି ଓ ଗୋଟିଏ ମୋବାଇଲ ପ୍ରଦାନ କରାଯିବ। ଏଥି ନିମନ୍ତେ ନିମ୍ନଲିଖିତ ଯୋଗ୍ୟତା ରହିବା ନିହାତି ଆବଶ୍ୟକ।
•• ସେ ନିହାତି ରୂପେ ଆର୍ଥିକ ସ୍ଥିତିରେ କମଜୋର ଥିବେ। ଏଥି ପାଇଁ ତାଙ୍କ ସ୍କୁଲ ଶିକ୍ଷକ ବା ଶିକ୍ଷୟିତ୍ରୀ ତାଙ୍କ ପାଇଁ ଅନୁମୋଦନ କରିପାରିବେ।
•• ସେ ନିହାତି ରୂପେ ମାଟ୍ରିକ ୨୦୨୦ ପରୀକ୍ଷାରେ ୯୦ % ମାର୍କ ରଖିଥିବା ଆବଶ୍ୟକ।
•• ତାଙ୍କ ଅଭିଭାବକ କୈାଣସି ସରକାରୀ ଚାକିରୀ କରୁନଥିବେ।
ଏହା ସହିତ ଯେଉଁ ଛାତ୍ରଛାତ୍ରୀମାନେ ଷ୍ଟଡି ସେଣ୍ଟରର ପ୍ରକୃତ ଫିସ୍‌ର ଅଧା ଦେଇ ପାଠ ପଢ଼ିବାକୁ ଇଚ୍ଛା କରିବେ, ସେମାନଙ୍କ ପାଇଁ ନିମ୍ନଲିଖିତ ଯୋଗ୍ୟତା ଆବଶ୍ୟକ।
•• ସେ ନିହାତି ରୂପେ ଆର୍ଥିକ ସ୍ଥିତିରେ ଦୂର୍ବଳ ହୋଇଥିବା ଦରକାର।
•• ସେ ଚଳିତବର୍ଷ ମାଟ୍ରିକ ୨୦୨୦ ପରୀକ୍ଷାରେ ୮୫% ପ୍ରତିଶତ ମାର୍କ ରଖିଥିବା ଆବଶ୍ୟକ।
•• ଉକ୍ତ ଛାତ୍ରଛାତ୍ରୀଙ୍କ ଅଭିଭାବକମାନେ ସରକାରୀ ଚାକିରିଆ ହୋଇନଥିବା ଆବଶ୍ୟକ।
ସମସ୍ତ ଛାତ୍ରଛାତ୍ରୀ ଆବଶ୍ୟକ ସବୁ ନଥିପତ୍ର ଦେଇ ଚଳିତ ମାସ ୩୧ ତାରିଖ ସୁଦ୍ଧା ଦାଖଲ କରି ଆଡ୍‌ମିଶନ୍ ହୋଇ ପାରିବେ। ଅଧିକ ସୂଚନା ପାଇଁ ଏହି ନଂ ରେ ସଂପର୍କ କରନ୍ତୁ।୯୦୪୦୯୭୮୩୮୮, ୭୯୭୮୧୦୯୧୮୧, ୯୯୩୭୧୯୬୭୦୫।

 

ରିପୋର୍ଟ: ଭାରତ ଭୂଷଣ, କଟକ ସିଟି

1 thought on “ଶ୍ରଦ୍ଧାଞ୍ଜଳି ଷ୍ଟଡି ସେଣ୍ଟର ତରଫରୁ ମାଗଣା ଶିକ୍ଷାଦାନ ଘୋଷଣା।

Leave a Reply

Your email address will not be published. Required fields are marked *

%d bloggers like this: