ସରକାର ଙ୍କ COVID-19 ନିୟମକୁ ଖୁଲମଖାେଲା ଉଲଂଘନ

ଅନୁଗୋଳ YSN ୨୭/୦୮:ଅନୁଗୋଳ ଜିଲ୍ଲା କିଶୋରନଗର ବ୍ଲକ୍ ଅନ୍ତର୍ଗତ ଉରୁକୁଳା ସେବା ସମବାୟ ସମିତି ରେ ଆଜି ଦେଖିବାକୁ ମିଳିଛି ଅଭାବନୀୟ ଦୃଶ୍ୟ । ଆଜି ଶହ ଶହ ଲୋକମାନେ ସାର ନେବାପାଇଁ ସେବାସମବାୟ ସମ୍ବୁଖ ରେ ଏକତ୍ରିତ ହୋଇଥିଲେ ସୁଦ୍ଧା, ସମସ୍ତେ ମାସ୍କ୍ ପରିଧାନ ଓ ସାମାଜିକ ଦୂରତାକୁ ଭୁଲି ଯାଇଥିଲେ । ଦିନକୁ ଦିନ ଅନୁଗୋଳ ଜିଲ୍ଲାରେ କରୋନା ମହାମାରୀ ଭୂତାଣୁ ତାର କାୟା ବିସ୍ତାର କରୁଥିବା ବେଳେ, ଆଜି ଏଠାରେ ଜନସାଧାରଣ ମାନେ ସରକାରଙ୍କ ନିୟମ କୁ ଖୁଲମ୍ ଖୋଲା ଅଣଦେଖା କରିଚାଲିଛନ୍ତି ।
ଏପରି ସ୍ଥଳେ ସେବା ସମବାୟ ତରଫରୁ ମଧ୍ୟ COVID-19 ନିୟମାନୁଯାୟୀ କୌଣସି ପ୍ରକାର ବ୍ୟବସ୍ଥା ଗ୍ରହଣ କରାଯାଇନଥିଲା । ଏପରି ଅବ୍ୟବସ୍ଥା କୁ ନେଇ ଯୁବଶକ୍ତି ନ୍ୟୁଜ ପ୍ରତିନିଧି (ବଇଣ୍ଡା) ସେବା ସମବାୟ ର ସେକ୍ରେଟାରୀ ଙ୍କୁ ପଚାରିବାରୁ ସେ ଧମକ ଚମକ ଓ ନାଲି ଆଖି ଦେଖାଇ ନ୍ୟୁଜ ପ୍ରତିନିଧି ଙ୍କୁ ସର୍ବସାଧାରଣରେ ଦୁର୍ବ୍ୟବହାର କରିଛନ୍ତି । ଯଦି ଭବିଷ୍ୟତରେ ସରକାରଙ୍କ ନିୟମକୁ ଏପରି ଉଲ୍ଲଂଘନ କରାଯାଏ, ତେବେ ଜନ ସାଧାରଣଙ୍କ ଜୀବନ ପ୍ରତି କରୋନା ଭଳି ମହାମାରୀ ବିପଦ ସୃଷ୍ଟି ହେବାର ସମ୍ଭାବନା କୁ ମଧ୍ୟ ଏଡ଼ାଇ ଦିଆଯାଇନପାରେ । ଏଥିପ୍ରତି ପ୍ରଶାସନର ଦୃଷ୍ଟି ଆକର୍ଷଣ କରିବା ନିମନ୍ତେ ଜନସାଧାରଣ ଙ୍କ ମଧ୍ୟରେ ଚାପା ଗୁଞ୍ଜରଣ ସୃଷ୍ଟି ହୋଇଛି ।
ରିପୋର୍ଟ :ଅବିନାଶ ପ୍ରଧାନ,ବଇଣ୍ଡା ବ୍ଲକ୍
ଭାଇ ଅପପଙ୍କ ବୋଇଣ୍ଡ ପ୍ରତିନିଧି ମଦପି ଯାଇ ପ୍ରଥମେ ଦୁର୍ବ୍ୟବହାର କରିଥିଲେ ,ମୁଁ ସେଠି ମଧ୍ୟ ଥିଲି ଏଭଳି ମଦୁଅ ଙ୍କୁ ପ୍ରତିନିଧି ଭାବେ ରଖିଛନ୍ତି ଲଜ୍ୟା ଲଜ୍ୟା
Bhai appnka reporter jane crminal se sambadika kemiti hele???