ଖୁବଶୀଘ୍ର ବଜାରରେ: କରୋନା ଔଷଧ

ବ୍ୟୁରୋ (YSN) ୧୨/୦୯: ଦୀର୍ଘ ଆଠ ମାସ ଧରି ସାଧାରଣ ମଣିଷକୁ ଅସ୍ତବ୍ୟସ୍ତ କରିଦେଇଥିବା ମହାମାରୀ କରୋନାର ଔଷଧ ଏବେ ବଜାରରେ ମିଳିବ। ବର୍ତ୍ତମାନ ସାଧାରଣରେ କରୋନା ଔଷଧ ବିକ୍ରି ପାଇଁ ଡିସିଜିଆଇ ଅନୁମତି ଦେଇଛି। ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ପ୍ରେସକ୍ରିପସନ୍‌ ଥିଲେ ଯେକୌଣସି ଲୋକ ବଜାରରୁ ଔଷଧ କିଣି ପାରିବେ ବୋଲି ସୂଚନା ରହିଛି। ତେବେ ସର୍ତ୍ତମୂଳକ କେବଳ ଫେଭିପିରାଭିର୍‌ ଟାବଲେଟ୍‌ ବିକ୍ରିକୁ ଅନୁମତି ମିଳିଛି। ସେହିପରି ରେମଡେସିଭିର ଇଞ୍ଜେକସନ୍‌ ବିକ୍ରିକୁ ମଧ୍ୟ ଅନୁମତି ମିଳିଛି। ଔଷଧ କିଣିବାବେଳେ ଦୋକାନରେ ପ୍ରେସ୍‌କ୍ରିପସନ୍‌ ଓ ଅନୁମତି ପତ୍ର ଦେବାକୁ ହେବ। ଔଷଧ ବ୍ୟବହାର ପାଇଁ ରୋଗୀ ଓ ତାଙ୍କ ସମ୍ପର୍କୀୟ ମାନଙ୍କୁ ଅନୁମତି ପତ୍ର ଦେବାକୁ ପଡିବ। ତେବେ ଔଷଧ ବିକିବା ବେଳେ ଖୁଚୁରା ଦୋକାନୀମାନଙ୍କ ପାଇଁ କେତେକ ସର୍ତ୍ତ ଲାଗୁ ହେବ। ଔଷଧ ବିକ୍ରି ପୂର୍ବରୁ ପ୍ରେସ୍‌କ୍ରିପସନ୍‌ର ଫଟୋ କପି ରଖିବା ଜରୁରୀ ବୋଲି ସୂଚନା ରହିଛି।

 

ରିପୋର୍ଟ: ଇତିଶ୍ରୀ ସାହୁ

Leave a Reply

Your email address will not be published. Required fields are marked *

%d bloggers like this: