ସଫଳତା ରାସ୍ତାରେ ସ୍ବଦେଶୀ ଟିକା

ବ୍ୟୁରୋ (YSN) ୧୪/୦୯: ଭାରତ ବାୟୋଟେକ୍ ଦ୍ଵାରା ପ୍ରସ୍ତୁତ କରୋନା ମହାମାରୀର ସ୍ବଦେଶୀ ଟିକା “କ୍ରୋଭାକ୍ସିନ୍”ର ପରୀକ୍ଷଣ ସଫଳତା ରାସ୍ତାରେ ମାଡି ଚାଲିଛି। ଏନେଇ ଭାରତ ବାୟୋଟେକ୍ ପକ୍ଷରୁ ଟୁଇଟ୍ ମାଧ୍ୟମରେ ସୂଚନା ଦିଆଯାଇଛି। ଏଥର କିନ୍ତୁ ମଣିଷ ନୁହେଁ ପଶୁଙ୍କ ଉପରେ ଭାରତ ବାୟୋଟେକ୍ ପକ୍ଷରୁ ପ୍ରସ୍ତୁତ କ୍ରୋଭାକସିନ୍ ଟିକାର ପରୀକ୍ଷଣ ସଫଳ ହୋଇଛି। ମାଙ୍କଡ଼ ପ୍ରଜାତିର ୨୦ଟି ପଶୁଙ୍କଠାରେ ଏହି ପରୀକ୍ଷା ହୋଇଥିଲା। ୪ଟି ଗ୍ରୁପରେ ୨୦ଟି ମାଙ୍କଡ଼କୁ କ୍ରୋଭାକ୍‌ସିନର ୨ଟି ଡୋଜ୍ ଦିଆଯାଇଥିଲା। ଏହାର ପରିଣାମ ଉତ୍ସାହଜନକ ଥିବା ସହ ମାଙ୍କଡ଼ର ନାକ, ଗଳା ଓ ଫୁସଫୁସରେ ବଢୁଥିବା ସଂକ୍ରମଣକୁ ଏହି ଟିକା ରୋକିବାରେ ସହାୟକ ହୋଇପାରୁଛି ବୋଲି କୁହାଯାଇଛି। ପଶୁଙ୍କ ଶରୀରରେ ସଂକ୍ରମଣକୁ ରୋକିବାରେ ଏହି ଟିକା ସକ୍ଷମ ହୋଇଛି। ଭାରତ ବାୟୋଟେକ ପକ୍ଷରୁ ପ୍ରସ୍ତୁତ ଟିକା କ୍ରୋଭାକ୍ସିନର ଏବେ କ୍ଲିନିକାଲ ଟ୍ରାଏଲ ଚାଲୁ ରହିଛି। ଦେଶରେ ୧୨ଟି ହସ୍ପିଟାଲର ୧୧୨୫ ରୋଗୀଙ୍କ ଉପରେ ଏହି ଟ୍ରାଏଲ କରାଯାଉଛି। ଏହା ସହିତ ପୁଣିଥରେ କୋଭାସିଲ୍ଡର ମଧ୍ୟ ମାନବ ପରୀକ୍ଷଣ ପାଇଁ ଅନୁମତି ମିଳିସାରିଛି। ଯଦି ଏହି ଭଳି ସକାରାତ୍ମକ ପ୍ରଭାବ ରୁହେ ତାହେଲେ ୨୦୨୧ ପ୍ରଥମ ମାସରୁ ତୃତୀୟ ମାସ ମଧ୍ୟରେ କରୋନା ଟୀକା ବଜାରରେ ଉପଲବ୍ଧ ହେବ।

ରିପୋର୍ଟ: ଭାରତ ଭୂଷଣ

Leave a Reply

Your email address will not be published. Required fields are marked *

%d bloggers like this: