ଚୀନ୍‌କୁ ପଛରେ ପକାଇ ଆଗରେ ଭାରତ

ବ୍ୟୁରୋ (YSN)୧୫/୦୯: ଏଣେ ଭାରତ-ଚୀନ ମଧ୍ୟରେ ସୀମା ବିବାଦ ଚରମ ସୀମାରେ ପହଞ୍ଚିଛିା ଭାରତ ଚୀନର ଶତାଧିକ ଆପ୍‌କୁ ବ୍ୟାନ୍ କରିଛି। ଚୀନର ପିପୁଲ୍ସ ଲିବରେସନ୍ ଆର୍ମି (ପିଏଲଏ)ର ସେନା ଭାରତୀୟ ସୀମାରେ ଅନୁପ୍ରବେଶ କରିବାକୁ ପ୍ରୟାସ ଜାରି ରଖିଛନ୍ତି। ଅନ୍ୟପକ୍ଷରେ ଉଭୟ ଦେଶର ସେନାପ୍ରତିନିଧିମାନେ ସୀମାରେ ଉତ୍ତେଜନା କମ୍ କରିବା ପାଇଁ ଲଗାତର ଆଲୋଚନା କରୁଛନ୍ତି। ଏଥି ମଧ୍ୟରେ ଆଉ ଏକ ଖୁସି ଖବର ଭାରତ ହାତରେ ଲାଗିଛି। ମିଳିତ ଜାତିସଂଘ ୟୁନାଇଟେଡ୍ ନେସନ୍ସ ଇକୋନୋମିକ ଆଣ୍ଡ ସୋସିଆଲ୍ କାଉନସିଲ(ECOSOC)ରେ ସ୍ଥାନ ପାଇଲା ଭାରତ। ଚୀନକୁ ପଛରେ ପକାଇ ୟୁନାଇଟେଡ୍ ନେସନ୍ସ ଇକୋନୋମିକ ଆଣ୍ଡ ସୋସିଆଲ୍ କାଉନସିଲରେ ଭାରତ ସଦସ୍ୟତା ହାସଲ କରିଛି। ଭୋଟିଂ ବ୍ୟବସ୍ଥାରେ ଚୀନକୁ ପଛରେ ପକାଇ ସଦସ୍ୟତା ପାଇଛି ବୋଲି ସୂଚନାଯୋଗ୍ୟ। ଭାରତ ମହିଳା ସଶକ୍ତୀକରଣରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଭାରତ ମନୋନୀତ ହୋଇଛି। ୨୦୨୧ରୁ ୨୦୨୫ ପର୍ଯ୍ୟନ୍ତ ୪ ବର୍ଷ ଧରି ଏହାର ସଦସ୍ୟ ଭାବେ କାମ କରିବ ଭାରତ।

 

ରିପୋର୍ଟ: ଭାରତ ଭୂଷଣ

Leave a Reply

Your email address will not be published. Required fields are marked *

%d bloggers like this: