କେନ୍ଦ୍ରାପଡା ପଳସୁଦା ଷ୍ଟେଟ୍ ବ୍ୟାଙ୍କ ମୁଖ୍ୟ ଗେଟ୍ ବନ୍ଦ ,ଗ୍ରାହକ ଅସୋନ୍ତଷ।

କେନ୍ଦ୍ରାପଡା(YSN)୧୫\୦୯:ଗରଦପୁର ବ୍ଲକ ଅଧିନସ୍ଥ ପଳସୁଦା ଗ୍ରାମରେ ଥିବା ଷ୍ଟେଟ୍ ବ୍ୟାଙ୍କ ଆଜି ଦିବା୧୦ଘ୩୦ମି:ରେ ଖୋଲାଯାଇ ଗ୍ରାହକ ମାନଙ୍କ ସମସ୍ୟାର ସମାଧାନ କରିବା ପରିବର୍ତ୍ତେ ବ୍ୟାଙ୍କ କର୍ମଚାରୀ ମାନେ ଆଜି କୌଣସି କାରଣ ନ ଥାଇ ମନମୁଖି ଭାବରେ ବ୍ୟାଙ୍କକୁ ସମ୍ପୂର୍ଣ୍ଣ ବନ୍ଦ କରି ରଖିଥିବାରୁ ଟଙ୍କା ଡିପୋଜିଟ୍ ଓ ଟଙ୍କା ଉଠାଣ କରିବାକୁ ଆସିଥିବା ଗ୍ରାହକ ମାନେ ଅହନ୍ତୋଷ ବ୍ୟକ୍ତ କରିଥିଲେ।ଗ୍ରାହକଙ୍କ କହିବା କଥା ଆଜି ନୁହେଁ ଏମିତି ଅନେକ ଥର ବ୍ୟାଙ୍କ ମ୍ୟାନେଜର ଏପରି ବ୍ୟାଙ୍କକୁ ବନ୍ଦ କରିଛନ୍ତି।ଆମେ ଗାଁ ଗହଳି ଚାଷି ଲୋକ ବୋଲି କାହାକୁ କିଛି କହିପାରୁନୁ।ସେମାନେ ଏହାର ବିହିତ ପଦକ୍ଷେପ ପାଇଁ ସରକାର ତଥା ରିଯୋନାଲ୍ ମ୍ୟାନେଜରଙ୍କ ଦୃଷ୍ଟି ଆକର୍ଶଣ କରାଇଛନ୍ତି।ଯଦି ଏହା ଉଚିତ୍ ବିଚାର ନ ହୁଏ,ତେବେ ଆଗାମି ଦିନରେ ବଡ ଧରଣର ଆନ୍ଦୋଳନ କରି ଅଞ୍ଚଳବାସୀ ରାଜରାସ୍ତାକୁ ଓହ୍ଲାଇବେ ବୋଲି ସରକାରଙ୍କୁ ଚେତାବନୀ ଦେଇଛନ୍ତି।

ରିପୋର୍ଟ-:ତପନ କୁମାର ସାମଲ,କେନ୍ଦ୍ରାପଡା

Leave a Reply

Your email address will not be published. Required fields are marked *

%d bloggers like this: