ଟ୍ରାଫିକ ଗୋଲେଇ ଛକକୁ ପିଟିହେଲା ବୋଲେରୋ ଗାଡି

ସୁନ୍ଦରଗଡ (YSN) ୧୬/୦୯: ଆଜି ସଂଧ୍ଯା ସମୟରେ ଦ୍ରୁତଗତିରେ ଚଳାଇ ଆସୁଥିବା ଏକ ଯାତ୍ରୀବାହୀ ବୋଲେର ଗାଡି ନଂ. ଓଡି ୧୪ ଏନ୍ – ୭୩୯୯ ରାଉରକେଲା ଟ୍ରାଫିକ ଗେଟ୍ ନିକଟସ୍ଥ ଏକ ଗୋଲେଇ ଛକକୁ ଧକ୍କା ଦେଇଥିଲା। ସେଠାରେ କାର୍ଯ୍ଯରତ ଟ୍ରାଫିକ ପୋଲିସ ଧକ୍କା ଦେଇଥିବା ଗାଡିଟିକୁ ଅଟକାଇବାକୁ ଚେଷ୍ଟା କରିଥିଲେ, କିନ୍ତୁ ଗାଡି ଚାଳକ ଗାଡିନେଇ ପଳାଇ ଯାଉଥିବା ସମୟରେ କାର୍ଯ୍ଯରତ ଅନ୍ଯ ଟ୍ରାଫିକ ପୋଲିସ ଉକ୍ତ ଗାଡିଟିକୁ କାବୁକରି ନେଇଥିଲେ। ଉକ୍ତ ଗାଡିଚାଳକ ଜଣକ ପ୍ରଚୁର ମଦ୍ଯପାନ କରି ଗାଡି ଚଳାଉଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି। ସ୍ଥାନୀୟ ପ୍ଲାଣ୍ଟ ସାଇଟ୍ ପୋଲିସ ଗାଡିଟିକୁ ଜବତ କରିବା ସହିତ ଚାଳକକୁ ଘଟଣା ସମ୍ପର୍କରେ ପଚରାଉଚୁରା କରି ତଦନ୍ତ ଚଳାଇଛି। ଉକ୍ତ ବୋଲେରୋ ଗାଡିରେ ବସିଥିବା ସମସ୍ତ ଯାତ୍ରୀ ସହିତ ଚାଳକ ସୁରକ୍ଷିତ ଥିବା ଜଣାପଡିଛି।

 

 

କ୍ରାଇମ୍ ରିପୋର୍ଟ: ରମ୍ଯ ରଞ୍ଜନ ବିଶୋଇ, ରାଉରକେଲା

Leave a Reply

Your email address will not be published. Required fields are marked *

%d bloggers like this: