ପିଡିଏସ୍ ହେରଫେର ,ପଞ୍ଚାୟତ କାର୍ଯ୍ୟାଳୟ ଘେରାଉ କଲେ ହିତାଧିକାରୀ

କଲାହାଣ୍ଡି (YSN)୧୬/୦୯:ପିଡ଼ିଏସ୍ ସାମଗ୍ରୀ ବଣ୍ଟନରେ ହେରଫେର ହେଉଥିବା ଅଭିଯୋଗ ନେଇ ପଞ୍ଚାୟତ କାର୍ଯ୍ୟାଳୟ ଘେରାଉ କଲେ ହିତାଧିକାରୀ ।ଏଭଳି ଘଟଣା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ୍ ଗୋତମୁଣ୍ଡା ,ପୋଡାଗୁଡା ପଞ୍ଚାୟତରେ।ପଞ୍ଚାୟତ ଅଧୀନସ୍ଥ କୁଲେରଗୁଡ଼ା ଗ୍ରାମରେ ଆଜକୁ ଦୁଇ ମାସ ହେବ ଚାଉଳ ବଣ୍ଟନ ହୋଇନଥିବା ନେଇ ଉତ୍ତେଜିତ ହୋଇ ଲୋକେ ଗୋତୋମୁଣ୍ଡା ପଞ୍ଚାୟତ କାର୍ଯ୍ୟାଳୟ ଘେରାଉ କରିଥିବା ଜଣାପଡ଼ିଛି। ସୂଚନା ଅନୁସାରେ ଗୋତୋମୁଣ୍ଡା ପଞ୍ଚାୟତରୁ ଗତ ୨୦୧୬ ବେଳେ ବିଭାଜିତ ହୋଇ ପୋଡ଼ାଗୁଡ଼ା ପଞ୍ଚାୟତ ପ୍ରତିଷ୍ଠିତ ହୋଇଥିଲା।ପଞ୍ଚାୟତ ଗଠନ କରାଗଲା ସତ ହେଲେ ଭିତ୍ତିଭୂମି ଅଭାବ କାରଣରୁ ଆଜି ପଯ୍ୟନ୍ତ ସାଧାରଣ ଲୋକେ ଗୋତୋମୁଣ୍ଡା ପଞ୍ଚାୟତ ଠାରୁ ରାସନ ଭାବେ କିରୋସିନ ଚାଉଳ ଡାଲି ଇତ୍ୟାଦି ଆଣିଥାଆନ୍ତି।ଏହାର ଦାୟିତ୍ୱରେ ଗୋତୋମୁଣ୍ଡା ପଞ୍ଚାୟତ ଅଧିକାରୀ ରହୁଥିବା ବେଳେ ଯୋଗାଣ ସହାୟକ ରାସନ୍ ସାମଗ୍ରୀ ବଣ୍ଟନ କରିଥାନ୍ତି। ଏବେ ମହାମାରୀ କରୋନା ଯୋଗୁଁ ସାରା ଦେଶରେ ଆତଙ୍କ ଖେଳିଥିବା ବେଳେ ଲୋକେ କାମଧନ୍ଦା ନ ପାଇ ଘରେ ହାତ ବାନ୍ଧି ବସିଛନ୍ତି ,ଏହାକୁ ଦୃଷ୍ଟିରେ ରଖି ସରକାର ଗରିବ,ଅସହାୟ ପରିବାର ଯେପରି ଭୋକ ଉପାସରେ ନ ରହନ୍ତି ସେଥିପାଇଁ ନିୟମିତ ଭାବେ ପିଡିଏସ ସାମଗ୍ରୀ ଯୋଗାଇବା ପାଇଁ ନିର୍ଦ୍ଦେଶ ରହିଛି,କେନ୍ଦ୍ର ସରକାରଙ୍କ ପକ୍ଷରୁ ମାଗଣାରେ ଚାଉଳ ଓ ଡାଲି ବଣ୍ଟନ କରୁଛନ୍ତି, କିନ୍ତୁ ଏଠାରେ ଏହାର ବ୍ୟତିକ୍ରମ ଦେଖାଦେଇଛି । ହିତାଧିକାରୀଙ୍କ କହିବାନୁଯାୟୀ କିଏ ଦୁଇ ମାସର ତୋ କିଏ ଚାରି ମାସର ଚାଉଳ ପାଇନାହାନ୍ତି। ଏପରିକି କେନ୍ଦ୍ର ସରକାରଙ୍କ ପକ୍ଷରୁ ଦିଆଯାଉଥିବା ମାଗଣା ଡାଲି, ଚଣା ମଧ୍ୟ ପାଇଁ ନ ଥିବା ଅଭିଯୋଗ କରନ୍ତି।ତେବେ ଯୋଗାଣ ସହାୟକ ଓ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କୁ ବାରମ୍ବାର ଚାଉଳ ରାସନ ପାଇଁ ଲୋକେ କହିଲେ , ଆସିଲେ ଦିଆଯିବ କହି ଆଳ ଦେଖାଉଥିବା ଲୋକେ ପ୍ରକାଶ କରନ୍ତି।ଶେଷରେ ଲୋକେ ଉତ୍ତେଜନା ହୋଇ ପଞ୍ଚାୟତ କାର୍ଯ୍ୟଳୟ ଘେରାଉ କରିଥିବା ବେଳେ ଯୋଗାଣ ସହାୟକ ୭ଦିନ ଭିତରେ କୁଳେରଗୁଡା ଗ୍ରାମର ସମସ୍ତ ହିତାଧିକାରୀଙ୍କ ଚାଉଳ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଲା ପରେ କ୍ଷ୍ୟାନ୍ତ ହୋଇ ପ୍ରତ୍ୟାହାର କରିଥିଲେ।

ରିପୋର୍ଟ :ତୁଲାରାମ ବେହେରା, ରିପୋର୍ଟ

Leave a Reply

Your email address will not be published. Required fields are marked *

%d bloggers like this: