କେନ୍ଦ୍ରାପଡା କୁଦାନଗରୀରେ ଟାଟା ଇଲେକ୍ର୍ଟି ଅଫିସରେ ବିଶ୍ୱକର୍ମା ପୂଜା।

କେନ୍ଦ୍ରାପଡା(YSN)୧୬୵୦୯: କେନ୍ଦ୍ରାପଡ଼ା ଜିଲ୍ଲା ଗରଦପୁର ବ୍ଲକ ଅଧିନରେ ଥିବା କୁଦାନଗରୀ ଇଲେକ୍ଟ୍ରୀ ଅଫିସ୍ରେ ଆଜି ବିଶ୍ୱକର୍ମା ପୂଜା କୋଭିଡ୍ ଗାଇଡ ଲାଇନ ଅନୁଯାୟୀ ଅନୁଷ୍ଟିତ କରାଯାଇଥିଲା।ସରକାରଙ୍କ ଗାଇଡ୍ ଲାଇନ୍ ପାଳନ କରି ଅଫିସ୍ର ହେଡ୍ ତଥା ଇଲେକ୍ଟ୍ରୀ ବିଭାଗର କନିଷ୍ଟ ଯନ୍ତ୍ରୀ ଶ୍ରୀଯୁକ୍ତ ଅଶ୍ୱିନି କୁମାର ସାହୁ ଉକ୍ତ ପୂଜାର କର୍ତ୍ତା ଭାବରେ ପୂଜାସ୍ଥଳରେ ସଙ୍କଳ୍ପ କରି ସାରା ଜଗତକୁ କ୍ଷଣକ ମଧ୍ୟରେ ନିର୍ମାଣ କରିଦେବାର କ୍ଷମତା ଥିବା ଦେବ ଶିଳ୍ପୀ ପ୍ରଭୃ ବିଶ୍ୱକର୍ମାଙ୍କ ନିକଟରେ ନିଜକୁ ସମର୍ପଣ କରିଥିଲେ।

ପୂଜା ହୋମରେ ଟାଟା କମ୍ପାନୀର ସମସ୍ତ ଇଲେକ୍ଟ୍ରୀ କର୍ମଚାରୀ ମାନେ ଉପସ୍ଥିତ ରହି ଭକ୍ତିପୂତ ପୁଷ୍ପାଞଳି ଦେବାସହ ଦେବ ଶିଳ୍ପିଙ୍କୁ ସମୁହ ପ୍ରାର୍ଥନା କରିଥିଲେ।ଚଳିତ ବର୍ଷ କୋଭିଡ୍-୧୯ ପାଇଁ ପ୍ରଭୃ ବିଶ୍ୱକର୍ମାଙ୍କର ପୂଜା ଖୁବ୍ ଛୋଟ ଧରଣ ଭାବରେ ସମ୍ପନ୍ନ କରାଗଲା ବୋଲି କନିଷ୍ଟଯନ୍ତ୍ରୀ ଅଶ୍ୱିନୀ କୁମାର ସାହୁ ପ୍ରକାଶ କରିଛନ୍ତି।

ରିପୋର୍ଟ: ତପନ କୁମାର ସାମଲ,କେନ୍ଦ୍ରାପଡା

Leave a Reply

Your email address will not be published. Required fields are marked *

%d bloggers like this: