ଶିଶୁଭବନରେ ତିଆରି ହେବ କାଜୁଆଲ୍ଟି

କଟକ(YSN)୧୬/୦୯: ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଶିଶୁରୋଗ ବିଶେଷଜ୍ଞ ବିଭାଗରେ କାଜୁଆଲ୍ଟି ବା ଦୁର୍ଘଟଣା ଜନିତ ଆଶୁ ଚିକିତ୍ସା କେନ୍ଦ୍ର ଖୋଲାଯିବ। ଶିଶୁରୋଗ ବିଭାଗକୁ ଲାଗିକିଥିବା ନିରାମୟ କେନ୍ଦ୍ର ନିକଟସ୍ଥ ଖାଲିସ୍ଥାନରେ ଏହାର କାର୍ଯ୍ୟ ଆରମ୍ଭ ହୋଇସାରିଛି ବୋଲି ହସ୍ପିଟାଲ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ତେବେ ଶିଶୁଭବନ ପରିସରରେ କାଜୁଆଲ୍ଟି ଖୋଲାଯିବା ଦ୍ବାରା ଚିକିତ୍ସା କ୍ଷେତ୍ରରେ ଅନେକ ପରିବର୍ତ୍ତନ ଓ ସୁବିଧା ହେବ ବୋଲି ଡାକ୍ତରଖାନା କର୍ତ୍ତୃପକ୍ଷ କହିଛନ୍ତି। ଏସ୍ ସି ବି ପରିସର ସ୍ଥିତ କାଜୁଆଲ୍ଟିରେ ଥିବା ଶଯ୍ୟା ସଂଖ୍ୟା ଅନୁପାତରେ ଦୁର୍ଘଟଣା ଜନିତ ମାମଲା ଅଧିକ ହେଉଥିବାରୁ ଲୋକମାନେ ବାରଣ୍ଡାରେ ଚିକିତ୍ସିତ ହେଉଥିଲେ। ଯାହାଫଳରେ ଏକ ଅପ୍ରିତୀକର ପରିସ୍ଥିତି ଉପୁଜୁଥିଲା। ରୋଗୀ ଓ ରୋଗୀଙ୍କ ସମ୍ପର୍କୀୟ ବାରଣ୍ଡାରେ ଆଶ୍ରୟ ନେଉଥିବାରୁ ଯିବାଆସିବା ଓ ଅନ୍ୟାନ୍ୟ ଅସୁବିଧା ସୃଷ୍ଟି ହେଉଥିଲା। ଶିଶୁଭବନରେ ଆଉ ଏକ କାଜୁଆଲ୍ଟି ନିର୍ମାଣ ହେବା ଦ୍ବାରା ଏହି ଅପ୍ରିତୀକର ପରିସ୍ଥିତି ଉପୁଜିବାକୁ ଏଡ଼ାଇ ଦିଆଯାଇ ପାରିବ।

ରିପୋର୍ଟ: ଇତିଶ୍ରୀ ସାହୁ,କଟକ ସିଟି

Leave a Reply

Your email address will not be published. Required fields are marked *

%d bloggers like this: