ସ୍କୁଲ୍ ପରିସରରେ ଆରମ୍ଭ ହେବ ପରିବା ଚାଷ

ଭୁବନେଶ୍ୱର(YSN)୧୬/୦୯ : ପୂର୍ବରୁ ଅଙ୍ଗନୱାଡ଼ି କେନ୍ଦ୍ର ଗୁଡ଼ିକର ପରିସରରେ ପରିବା ଚାଷ ଅର୍ଥାତ୍ କିଚେନ୍ ଗାର୍ଡେନ କନ୍ସେପ୍ଟ କାର୍ଯ୍ୟକାରୀ ପାଇଁ ନିଷ୍ପତି ନେଇଥିଲେ କିନ୍ତୁ କରୋନା କଟକଣା ଯୋଗୁଁ ଏହା କାର୍ଯ୍ୟକାରୀ ହେବା ସମ୍ଭବ ହୋଇପାରିନଥିଲା ।ତେବେ ପୁଣି ରାଜ୍ୟ ସରକାର ସରକାରୀ ସ୍କୁଲରେ ଆରମ୍ଭ କରିବାକୁ ଯାଉଛନ୍ତି କିଚେନ୍ ଗାର୍ଡେନ କନ୍ସେପ୍ଟ ।ଭୋଜନ ଯୋଜନା ଅଧିନରେ ଏହି ଯୋଜନା ଆରମ୍ଭ ହେବ।ଏ ନେଇ ରାଜ୍ୟର ୪୩ହଜାର ସ୍କୁଲକୁ  ୫ ହଜାର ଲେଖାଏଁ ଟଙ୍କା ଦିଆଯାଇଛି।ଏଥିରେ ଜିଲ୍ଲା ଉଦ୍ୟାନ କୃଷି ବିଭାଗ କିଟ୍ ଦେବ।ବିଦ୍ୟାଳୟ ପରିସରରେ ବିଭିନ୍ନ ପନିପରିବା ଲଗାଯିବ। ସ୍କୁଲ ଖୋଲିଲେ ସେହି ପନିପରିବାରୁ ମଧ୍ୟାହ୍ନ ଭୋଜନ ପ୍ରସ୍ତୁତ ହେବ। ବର୍ତ୍ତମାନ କେବଳ ସ୍କୁଲ କର୍ତ୍ତୃପକ୍ଷ ଏହି ଚାଷ ସ୍କୁଲ ପରିସରରେ କରିବେ। ସ୍କୁଲ ଖୋଲିଲେ, ଛାତ୍ରଛାତ୍ରୀଙ୍କୁ ବି ଏଥିରେ ସାମିଲ କରାଯିବ।ନୂତନ ଶିକ୍ଷା ନୀତି ଅନୁସାରେ, ଛାତ୍ରଛାତ୍ରୀଙ୍କୁ କୃଷି ସମ୍ପର୍କିତ ଜ୍ଞାନ ଦେବା ପାଇଁ ଏହା କରାଯାଇଛି। କେନ୍ଦୁଝର ଜିଲ୍ଲା ଗୁଡ଼ିକରେ ଏହା କରାଯାଇ ଫଳପ୍ରଦ ମଧ୍ୟ ହୋଇଛି।ତେଣୁ ରାଜ୍ୟ ସରକାର ଏଭଳି ପଦକ୍ଷେପ ନେବାକୁ ଆଗ୍ରହୀ ଅଛନ୍ତି ।

ରିପୋର୍ଟ : ସରସ୍ଵତୀ ସାମନ୍ତରାୟ,କଟକ ସିଟି

Leave a Reply

Your email address will not be published. Required fields are marked *

%d bloggers like this: