ସାମାନ୍ୟ ବର୍ଷା ଭୁଲେଇଦେଲା ସାମାଜିକ ଦୂରତା

କଟକ (YSN) ୧୬/୦୯: ଆଜି ଅପରାହ୍ନ ସମୟରେ କଟକର କିଛି ସ୍ଥାନରେ ହଠାତ୍ ବର୍ଷା ହୋଇଥିଲା। ଏହି ଅକସ୍ମାତ ବର୍ଷାରୁ ରକ୍ଷା ପାଇବା ପାଇଁ ଜଗତପୁର ଅଞ୍ଚଳର ଓଭର୍‌ବ୍ରିଜ୍ ତଳେ ଲୋକ ଆଶ୍ରୟ ନେଇଥିଲେ। ସହରରେ ଦିନକୁ ଦିନ ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ସାମାଜିକ ଦୂରତା ଓ ମାସ୍କ ପରିଧାନକୁ ଭୁଲିଯାଉଥିବା ଲୋକଙ୍କୁ ଆଉ କେମିତି ବୁଝାଯିବ। ପ୍ରଶାସନ ପ୍ରତିଦିନ ଏହାର ଭୟାବହତା ଓ ସଚେତନତା ବିଷୟରେ ଅବଗତ କରାଉଥିଲେ ମଧ୍ୟ ଲୋକମାନେ ନ ଚେତିବା ନିହାତି ମୁଣ୍ଡ ବିନ୍ଧାର କାରଣ। ଏଭଳି ପରିସ୍ଥିତି ଲାଗି ରହିଲେ ସହରରେ କରୋନା ସଂକ୍ରମଣ ସଂଖ୍ୟା ଯେ ବୃଦ୍ଧି ପାଇବ ଏହାର ସମ୍ଭାବନାକୁ ଏଡାଇ ଦିଆଯାଇନପାରେ।

 

ରିପୋର୍ଟ: ଭାରତ ଭୂଷଣ, କଟକ ସିଟି

Leave a Reply

Your email address will not be published. Required fields are marked *

%d bloggers like this: