ହାଇକୋର୍ଟଙ୍କ ନିର୍ଦ୍ଦେଶ: ମୂର୍ତ୍ତିର ଉଚ୍ଚତା କଟକ ଡିସିପିଙ୍କୁ ଜଣାଅ

କଟକ (YSN) ୧୬/୦୯: ସରକାରଙ୍କ ମୂର୍ତ୍ତିର ଉଚ୍ଚତା ୪ ଫୁଟ ନେଇ ଜାରି କରାଯାଇଥିବା ଗାଇଡଲାଇନ୍ ଓ ନିଷ୍ପତ୍ତିକୁ ବିଭିନ୍ନ ପୂଜା କମିଟି ଅସନ୍ତୋଷ ବ୍ୟକ୍ତ କରିଥିଲେ। ଏନେଇ ବହୁ ପୂଜା କମିଟି ହାଇକୋର୍ଟଙ୍କ ଦ୍ୱାରସ୍ଥ ହେବା ସହ ଜନସ୍ୱାର୍ଥ ମାମଲା ଦାୟର କରିଥିଲେ।ତେବେ ଆଜି ଏହାର ଶୁଣାଣି ହୋଇଥିଲା।ତେବେ ହାଇକୋର୍ଟଙ୍କ ନିଷ୍ପତି ଅନୁଯାୟୀ ପ୍ରତ୍ୟେକ ପୂଜା କମିଟି ଦୁର୍ଗା ମୂର୍ତ୍ତିର ଉଚ୍ଚତା ସମ୍ପର୍କରେ କଟକ ଡିସିପିଙ୍କୁ ଜଣାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ଆଜି ସଂଧ୍ୟା ୭ଟା ସୁଦ୍ଧା ତିଆରି ଚାଲିଥିବା ମୂର୍ତ୍ତି ଉଚ୍ଚତା ଡିସିପିଙ୍କୁ ଜଣାଇବାକୁ କୁହାଯାଇଛି। ପ୍ରତ୍ୟେକ ପୂଜା କମିଟି ନିଜ ନିଜ ମୂର୍ତ୍ତି ଉଚ୍ଚତା ଡିସିପିଙ୍କୁ ଜଣାଇବେ ଓ ଡିସିପିଙ୍କୁ ଜଣାଇବା ପରେ ପୁଲିସ ପୂଜା ମଣ୍ଡପ ଗୁଡ଼ିକ ବୁଲି ଏହାର ସଠିକତା ପରଖିବେ। ତେବେ କମିଟି ଆବେଦନ ଅନୁସାରେ ମୂର୍ତ୍ତି ଉଚ୍ଚତା ପାଇଁ ଅନୁମତି ଦିଆଯିବ। ଏବେ ଯେଉଁ କମିଟି ଯେତିକି ଉଚ୍ଚର ମୂର୍ତ୍ତି କରିଥିବେ, ଆଗକୁ ମଧ୍ୟ ଉଚ୍ଚତା ସେତିକି ରଖିବେ। ୪ ଫୁଟ୍‌ ଉଚ୍ଚର ମୂର୍ତ୍ତି ନିର୍ଦ୍ଦେଶକୁ ନେଇ ହାଇକୋର୍ଟ ଯାଇଥିଲେ କମିଟି। ଦୁର୍ଗାପୂଜାକୁ ନେଇ ରାଜ୍ୟ ସରକାର ଯେଉଁ ଗାଇଡଲାଇନ୍‌କ ଜାରି କରିଥିଲେ ସେଥିରେ ମୂର୍ତ୍ତିର ଉଚ୍ଚତା ୪ ଫୁଟ୍‌ ରହିବା ସହିତ ପୂଜା ମଣ୍ଡପର ୩ ପାର୍ଶ୍ୱ ସଂପୂର୍ଣ୍ଣ ବନ୍ଦ ରହିବ ଓ ଚତୁର୍ଥ ପାର୍ଶ୍ୱକୁ ଆଂଶିକ ବନ୍ଦ ରଖିବାକୁ କୁହାଯାଇଛି। ତେବେ ପୂଜା କମିଟି ଗୁଡ଼ିକର ଅସନ୍ତୋଷ ଓ ଜନସ୍ବାର୍ଥ ମାମଲାକୁ ଦୃଷ୍ଟିରେ ରଖି ମାନ୍ୟବର ହାଇକୋର୍ଟ ଏଭଳି ନିଷ୍ପତି ନେଇଛନ୍ତି। ତେବେ ଆଗକୁ ଏହାର ପୁର୍ନବାର ଶୁଣାଣି ହେବ କି ନାହିଁ ତାହାର ସଠିକତା ନାହିଁ।

 

ରିପୋର୍ଟ: ସରସ୍ଵତୀ ସାମନ୍ତରାୟ, କଟକ ସିଟି

Leave a Reply

Your email address will not be published. Required fields are marked *

%d bloggers like this: