ପ୍ରଧାନମନ୍ତ୍ରୀ ମୋଦିଙ୍କ ଜନ୍ମଦିନ ଅବସରରେ ଠାକୁରଙ୍କ ପାଖେ ଲାଗିଲା ୭୦ କିଲିଆ ଲଡୁ

ବ୍ୟୁରୋ(YSN)୧୬/୦୯ : ଆଜ୍ଞା ହଁ ।ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଘଟଣାଟି ସତ। ରାତି ପାହିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ। ତେବେ ଆସନ୍ତାକାଲି ପ୍ରଧାନମନ୍ତ୍ରୀ ମୋଦୀ ୭୦ ବର୍ଷ ବୟସରେ ପଦାର୍ପଣ କରିବେ। ଏଣେ,ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କର ୭୦ ତମ ଜନ୍ମଦିନ ପାଳନ କରିବା ପୂର୍ବରୁ ଉତ୍ସବରେ ମାତି ଯାଇଛନ୍ତି ଭାରତୀୟ ଜନତା ପାର୍ଟିର କର୍ମୀ। ଉତ୍ସବର ଏକ ଅଂଶ ଭାବରେ ଗତ ଏକ ସପ୍ତାହ ଧରି ବିଜେପି କର୍ମୀମାନେ ବିଭିନ୍ନ କାର୍ଯ୍ୟକ୍ରମରେ ନିଜକୁ ନିୟୋଜିତ କରିଥିଲେ ଯେପରିକି ଅସହାୟ ଲୋକଙ୍କ ମଧ୍ୟରେ ରାସନ ବଣ୍ଟନ,ରକ୍ତଦାନ ଶିବିର ଆୟୋଜନ ଏବଂ ଚକ୍ଷୁ ପରୀକ୍ଷା ଶିବିର ଆୟୋଜନ କରିଥିଲେ। ଏହାପୂର୍ବରୁ ସେପ୍ଟେମ୍ବର ୧୪ରେ ପ୍ରଧାନମନ୍ତ୍ରୀଙ୍କ ୭୦ ତମ ଜନ୍ମଦିନ ପାଳନ ପାଇଁ ବିଜେପି ଏକ ସପ୍ତାହ ବ୍ୟାପୀ ଅଭିଯାନ ଆରମ୍ଭ କରିଥିଲା। ଏଥିରେ ସମଗ୍ର ଦେଶରେ ଦଳର ନେତା ତଥା କର୍ମୀମାନେ ଅନେକ ସାମାଜିକ ପଦକ୍ଷେପ ଗ୍ରହଣ କରୁଛନ୍ତି। ତେବେ ତାମିଲନାଡୁର କର୍ମକର୍ତ୍ତା ମାନେ ଏକ ନିଆରା ଢଙ୍ଗରେ ପାଳିଛନ୍ତି ମୋଦିଙ୍କ ଜନ୍ମ ଦିବସକୁ। ତାମିଲନାଡୁର କୋଏମ୍ବାଟୁରରେ ଭାରତୀୟ ଜନତା ପାର୍ଟିର(ବିଜେପି)କର୍ମୀମାନେ କୋଏମ୍ବାଟୁରର ସିଭାନ୍‌ କାମାଚି ଅମ୍ମାନ ମନ୍ଦିରରେ ଭଗବାନ ଶିବଙ୍କ ନିକଟରେ ଏକ ୭୦ କିଲିଆ ଲଡୁ ଭୋଗ ଲଗାଇଛନ୍ତି ଓ ଏହି ଲଡୁ ଭୋଗ ଲଗାଇବା ପରେ କର୍ମୀମାନେ ଏହାକୁ ଲୋକମାନଙ୍କ ମଧ୍ୟରେ ବାଣ୍ଟିଛନ୍ତି।ପ୍ରଧାନମନ୍ତ୍ରୀ ମୋଦୀଙ୍କ ଜନ୍ମଦିନ ଉତ୍ସବକୁ ପାଳନ କରିବା ପାଇଁ ବିଜେପି କର୍ମୀମାନେ ମନ୍ଦିର ବାହାରେ ଏକ ଶୋଭାଯାତ୍ରା କରିଥିଲେ ଏବଂ ପରେ ପ୍ରାର୍ଥନା କରିଥିଲେ ଯାହା ପରେ ଲଡୁ ଭୋଗ କରାଯାଇ ବଣ୍ଟନ କରାଯାଇଥିଲା। ସୂଚନା ମୁତାବକ ଏହି ଅଭିଯାନ ଉତ୍ତରପ୍ରଦେଶର ଗୌତମ ବୁଦ୍ଧ ନଗର ଜିଲ୍ଲାର ଚାପ୍ରାଉଲି ଗ୍ରାମରେ ଦଳର ସଭାପତି ଜେ.ପି ନଡ୍ଡାଙ୍କ ଦ୍ୱାରା ଶୁଭାରମ୍ଭ କରାଯାଇଥିଲା ଓ ସେପ୍ଟେଟର ୨୦ ପର୍ଯ୍ୟନ୍ତ ଏହି ଅଭିଯାନ ଜାରି ରହିବ।ତେବେ କାଲି ମୋଦୀ ଦେଶର ଏଭଳି ସ୍ଥିତିରେ କିପରି ନିରାଡମ୍ବର ସହକାରେ ଜନ୍ମଦିନ ପାଳନ କରିବେ ଏହା ଉପରେ ସାରା ଦେଶ ବାସୀଙ୍କ ନଜର ।

ରିପୋର୍ଟ : ଭାରତ ଭୂଷଣ,

Leave a Reply

Your email address will not be published. Required fields are marked *

%d bloggers like this: