ଉଦଳା ବିଜ୍ଞାପିତ ଅଞ୍ଚଳ ୱାର୍ଡ ନମ୍ବର-୧୨ ରେ ଡକାୟତି

ମୟୂରଭଞ୍ଜ(YSN)୧୬/୦୯: ମୟୂରଭଞ୍ଜ ଜିଲ୍ଲା ଉଦଳା ଅଞ୍ଚଳରେ ବାରମ୍ବାର ବାଇକ ଚୋରି ଓ କିଛି ଦିନ ପୂର୍ବରୁ ଏଟିଏମ ଚୋରିର ଘଟଣାର ଚୋର ଧରା ପଡିନ ଥିବା ବେଳେ ଆଜି ପୁଣି ଡକାୟତି ଘଟଣା ସାମ୍ନାକୁ ଆସିଛି ।ଘଟଣା ଘଟିଛି ଉଦଳା ବିଜ୍ଞାପିତ ଅଞ୍ଚଳର ୱାର୍ଡ ନମ୍ବର-୧୨ ସ୍ଥିତ ଇନ୍ଦିରା ଗାନ୍ଧୀ ମହିଳା ମହାବିଦ୍ୟାଳୟର ଫିଜିକ୍ସି ଡେମନଷ୍ଟ୍ରେଟର ସପନ କୁମାର ମହାନ୍ତିଙ୍କ ଘରେ ।ସୂଚନାଯୋଗ୍ୟ ସନ୍ଧ୍ୟା ୭.୩୫ ସମୟରେ କିଛି ଅଜଣା ବ୍ୟକ୍ତି ଘରର ଘଣ୍ଟି ବଜାଇଥିଲେ ଏବଂ କବାଟ ଖୋଲିଲା ବେଳକୁ ବନ୍ଧୁକ ଓ ହତିଆର ଦେଖାଇ ବଳ ପୂର୍ବକ ଘରଭିତରକୁ ପସି ସୁନା,ରୁପା,ଟଙ୍କା ପଇସା ଲୁଟିନେଇ ଦୌଉଡ଼ି ପଳାଇଥିଲେ ।

ଏହି ଘଟଣା ଆଖ ପାଖରେ ଏକ ପ୍ରକାର ଭୟର ବାତାବରଣ ସୃଷ୍ଟି କରିଛି ।ଉଦଳା ପୋଲିସ ପାଇଁ ଖୋଲା ଚ୍ୟାଲେଞ୍ଜ ଭୋଳି ଲାଗୁଛି ,ଦେଖାଯାଉ ଆସାମୀ ଧରା ପଡୁଛନ୍ତି କି ନାହିଁ ।

ରିପୋର୍ଟ:-ଅର୍ପଣ ମହାନ୍ତି ସହ ଦୀପକ କୁମାର ନାୟକ,ମୟୂରଭଞ୍ଜ

Leave a Reply

Your email address will not be published. Required fields are marked *

%d bloggers like this: