ବଳଦେବଜୀଉ ମନ୍ଦିରର ପୂଜକ କମଳାକାନ୍ତ ସୁଆରଙ୍କ ପରଲୋକ

କେନ୍ଦ୍ରାପଡ଼ା (YSN) ୨୩/୦୯: ବଳଦେବଜୀଉ ମନ୍ଦିରର ପୂଜକ କମଳାକାନ୍ତ ସୁଆରକଙ୍କ କରୋନାରେ ପରଲୋକ ହୋଇଯାଇଛି। ପ୍ରାୟ ଅଠଚାଳିଶ ବୟସରେ ସେ ତାଙ୍କ ଶେଷ ନିଶ୍ଵାସ ତ୍ୟାଗ କରିଛନ୍ତି। ଗତ କିଛିଦିନ ପୂର୍ବରୁ ତାଙ୍କୁ ନିଶ୍ୱାସ ପ୍ରଶ୍ବାସ ନେବାରେ ଅସୁବିଧା ସହ ସାମାନ୍ୟ ଜ୍ବର ଅନୁଭବ ହେବାରୁ ସେ ଡାକ୍ତରଙ୍କ ପରାମର୍ଶରେ କରୋନା ଟେଷ୍ଟ କରାଇଥିଲେ। ଟେଷ୍ଟ ରିପୋର୍ଟ ପଜିଟିଭ୍ ଆସିବାରୁ ସେ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ହେଲେ ଚିକିତ୍ସିତ ସମୟରେ ହିଁ ତାଙ୍କର ମୃତ୍ୟୁଘଟିଛି।  ଏହି କରୋନା ମହାମାରୀ ସମୟରେ ସେ ଗାଈ ଓ କୁକୁର ମାନଙ୍କୁ ଦୁଇ ଓଳି ଖାଇବାକୁ ଦେଉଥିଲେ। ତାଙ୍କ ମୃତ୍ୟୁରେ ସମଗ୍ର କେନ୍ଦ୍ରାପଡ଼ାବାସୀ ଶୋକର ଛାୟାରେ ଭାସିଯାଇଛନ୍ତି।

 

ରିପୋର୍ଟ: ଦିପାମୁଦ୍ରା ମହାନ୍ତି, କେନ୍ଦ୍ରାପଡ଼ା

Leave a Reply

Your email address will not be published. Required fields are marked *

%d bloggers like this: